ୱେଲିଂଟନ: ରୋମାଞ୍ଚକର 4ର୍ଥ ଟି-20 ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ 166 ରନର ଟାର୍ଗେଟ ଦେଇଥିଲା । 166 ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ 165 ରନରେ ଅଟକି ଯାଇଥିଲା । ଫଳରେ ପରେ ମ୍ୟାଚର ଫଳାଫଳ ସୁପର ଓଭରରେ ସ୍ଥିର ହୋଇଥିଲା ।
ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରିଥିଲା ଘରୋଇ ନ୍ୟୁଜିଲାଣ୍ଡ । ଭାରତ ପକ୍ଷରୁ ସୁପର ଓଭର ବୋଲିଂ କରିଥିଲେ ଜଶପ୍ରିତ ବୁମରା । 6 ବଲରୁ ନ୍ୟୁଜିଲାଣ୍ଡ 13 ରନ କରିବାକୁ ସମର୍ଥ ହୋଇଥିଲା । ଫଳରେ ଭାରତ ସାମ୍ନାରେ ବିଜୟ ଲକ୍ଷ୍ୟ 14 ହୋଇଥିଲା । 14 ରନର ବିଜୟ ଲକ୍ଷ୍ୟକୁ ହାଲସ କରିବାକୁ ଭାରତ ପକ୍ଷରୁ କ୍ୟାପଟେନ ବିରାଟ କୋହଲି ଓ ଓପନର ଲୋକେଶ ରାହୁଲ ଆସିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ସୁପର ବୋଲର ବୋଲିଂ କରିଥିଲେ ନିଜେ କ୍ୟାପଟେନ ଟିମ ସାଉଦି । ରାହୁଲ ସୁପର ଓଭରର ପ୍ରଥମ 2ଟି ବଲରେ 10 ରନ କରିବା ସହ, ଭାରତର ବିଜୟ ସୁନିଶ୍ଚିତ କରିଥିଲେ ।
ତେବେ 3ୟ ବଲରୁ ପୁଣି ବଡ ସଟ ଖେଳିବାକୁ ଯାଇ ଆଉଟ ହୋଇଥିଲେ ରାହୁଲ । ଏହାପରେ କ୍ୟାପଟେନ କୋହଲି 2ରନର ନେଇ ଭାରତକୁ ବିଜୟ ଦ୍ବାର ଦେଶରେ ପହଞ୍ଚାଇଥିଲେ । ପରେ ଚୌକା ମାରି ଭାରତକୁ ବିଜୟ ଦେଇଥିଲେ । ଫଳରେ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ 4-0ରେ ଆଗୁଆ ହୋଇଛି ବିରାଟ ବାହିନୀ । ପୂର୍ବରୁ ନ୍ୟୁଜିଲାଣ୍ଡ ଓପନର ମନ୍ରୋ 47 ବଲରୁ 6ଚୌକା ଓ 3 ଛକା ସହାୟତାରେ 64 ରନର ଦମଦାର ଇଂନିସ ଖେଳଥିଲେ । ୱିକେଟ କିପର 39 ବଲରୁ 57 ରନର ବିସ୍କୋରକ ଇଂନିସ ଖେଳିଥିଲେ । ଭେଟେରାନ ରସ ଟେଲର ମଧ୍ୟ ସୈଫର୍ଟଙ୍କ ଭରପୁର ସାଥ ଦେଇଥିଲେ । ମାତ୍ର ଏହା ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା । ଭାରତୀୟ ବୋଲର ହାର ମାନିନଥିଲେ । ବୁମ ବୁମ ବୁମରା 4 ଓଭର ବୋଲିଂ କରି ମାତ୍ର 20 ରନ ବ୍ୟୟରେ ଗୋଟିଏ ୱିକେଟ ହାସଲ କରିଥିଲେ । ଶାର୍ଦ୍ଦୁଳ ଠାକୁର 2ଟି ଓ ନବଦୀପ ସାଇନିଙ୍କୁ ଗୋଟିଏ ୱିକେଟେ ମିଳିଥିଲା ।
ପୂର୍ବରୁ ଭାରତୀୟ ଦଳ ମନିଷ ପାଣ୍ଡେଙ୍କ 50 ଓ ଲୋକେଶ ରାହୁଲଙ୍କ 39 ରନ ବଳରେ 165 ରନର ଲକ୍ଷ୍ୟ ରଖିଥିଲା । ଭାରତର 4 ପ୍ରମୁଖ ବ୍ୟାଟ୍ସମ୍ୟାନ କ୍ୟାପଟେନ ବିରାଟ କୋହଲି, ଶ୍ରେୟସ ଆୟର, ଶିବମ ଦୁବେ ଓ ସଞ୍ଜୁ ସାମସନ ଶୀଘ୍ର ଆଉଟ ହୋଇଥିଲେ । ନ୍ୟୁଜିଲାଣ୍ଡ ବୋଲର ୱେଲିଂଟନ ପିଚରେ ଶାଣିତ ବୋଲିଂ କରିଥିଲେ । ସ୍ପିନର ଇସ ଶୋଧି 3ଟି ଓ ହାମିସ ବେନ୍ନଟ 2ଟି ୱିକେଟ ହାସଲ କରିଥିଲେ । ୱିଲିୟମସନଙ୍କ ସ୍ଥାନରେ କ୍ୟାପଟେନ ଦାଟିତ୍ବ ସମ୍ଭାଳୁଥିବା ହୋଲର ଟିମ ସାଉଦି, ସ୍କଟ କୁଗଲେଜିନ ଓ ମିଚେଲ ସାଣ୍ଟନର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।