ETV Bharat / sports

ଭାରତ ବନାମ ଇଂଲଣ୍ଡ: ପ୍ରଥମ ଦିନିକିଆରେ ଓପନିଂ କରିବେ ରୋହିତ-ଶିଖର

ଟି20 ପରେ ଦଳରୁ ବାଦ୍‌ ପଡିଥିବା ଶିଖର ଧାୱନ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ରୋହିତ ଶର୍ମା ସହ ଓପନିଂ କରିବେ । ଅଧିକ ପଢନ୍ତୁ...

author img

By

Published : Mar 22, 2021, 6:57 PM IST

IND vs ENG: Rohit Sharma, Shikhar Dhawan to open innings in 1st ODI, says Virat Kohli
ଭାରତ ବନାମ ଇଂଲଣ୍ଡ: ପ୍ରଥମ ଦିନିକିଆରେ ଓପନିଂ କରିବେ ରୋହିତ-ଶିଖର

ପୁନେ: ଟି20 ପରେ ଦଳରୁ ବାଦ୍‌ ପଡିଥିବା ଶିଖର ଧାୱନ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ରୋହିତ ଶର୍ମା ସହ ଓପନିଂ କରିବେ । ସୋମବାର ଏହା କହିଛନ୍ତି କ୍ୟାପଟେନ ବିରାଟ କୋହଲି । ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବା ନେଇ ସୂଚୀ ରହିଛି ।

IND vs ENG: Rohit Sharma, Shikhar Dhawan to open innings in 1st ODI, says Virat Kohli
ବିରାଟ କୋହଲି

ସଦ୍ୟ ସମାପ୍ତ ହୋଇଥିବା 5 ମ୍ୟାଚ ବିଶିଷ୍ଟ ଟି20 ସିରିଜରେ 4ଟି ଓପନିଂ ଯୋଡି ଭାରତ ପକ୍ଷରୁ ଦେଖାଯାଇଥିଲା । ଶେଷ ଟି20ରେ କ୍ୟାପଟେନ ବିରାଟ କୋହଲି ନିଜେ ରୋହିତ ଶର୍ମାଙ୍କ ସହ ଓପନିଂ କରିଥିଲେ ।

"ରୋହିତ ଓ ଶିଖର ଓପନିଂ କରିବେ । ଦିନିକିଆ କ୍ରିକେଟରେ ରୋହିତ ଓ ଶିଖରଙ୍କ ଯୋଡି ପ୍ରଭାବୀ ସାବ୍ୟସ୍ତ ହୋଇଛି । ଗତ କିଛି ବର୍ଷ ମଧ୍ୟରେ ଏହି ଯୋଡି ଟିମ ପାଇଁ ଜବରଦସ୍ତ ରହିଛନ୍ତି । " ଦିନିକିଆ ସିରିଜ ପୂର୍ବରୁ ସୋମବାର ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କୋହଲି ।

2019 ଜୁନ ପରଠାରୁ ମାତ୍ର 9ଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି ଧାୱନ । ମାତ୍ର ଧାୱନଙ୍କ ଦିନିକିଆ ପ୍ରଦର୍ଶନ ସନ୍ତୋଷଜନକ ରହିଛି । ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଆଙ୍ଗୁଠିରେ ଆଘାତ ପରେ ସେ ଦଳରୁ ବାଦ ପଡିଥିଲେ । ପରେ ମହାମାରୀ କୋରୋନା ଭାଇରସ ଯୋଗୁଁ ଦିନିକିଆ କ୍ରିକେଟକୁ ଫେରିପାରିନଥିଲେ ।

ସେ 46.85 ହାରରେ 7ଟି ଇଂନିସରେ ବ୍ୟାଟିଂ କରି 2, 36, 74, 30 ଓ 16 ରନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.