ETV Bharat / sports

'ସ୍ପିରିଟ ଅଫ କ୍ରିକେଟ': ଫ୍ୟାନ୍ସଙ୍କ ହୃଦୟ ଜିତିଲେ କୋହଲି

author img

By

Published : Feb 5, 2021, 8:59 PM IST

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଖେଳୁଆଡ ମନୋଭାବ ପାଇଁ, କ୍ରିକେଟ ପ୍ରେମୀଙ୍କ ହୃଦୟ ଜିତିଛନ୍ତି । ଅଧିକ ପଢନ୍ତୁ...

IND vs ENG: Kohli's 'spirit of cricket' gesture for Joe Root wins hearts on internet
'ସ୍ପିରିଟ ଅଫ କ୍ରିକେଟ': ଫ୍ୟାନ୍ସଙ୍କ ହୃଦୟ ଜିତିଲେ କୋହଲି

ଚେନ୍ନାଇ: ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ଚେନ୍ନାଇ ଟେଷ୍ଟର ପ୍ରଥମ ଦିନରେ ଶତକୀୟ ଇଂନିସ ଖେଳି ନିଜ ଦଳକୁ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି । ଅନ୍ୟପଟେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଖେଳୁଆଡ ମନୋଭାବ ପାଇଁ, କ୍ରିକେଟ ପ୍ରେମୀଙ୍କ ହୃଦୟ ଜିତିଛନ୍ତି ।

ମ୍ୟାଚର 87ତମ ଓଭରରେ ରବିଚନ୍ଦ୍ରନ ଅଶ୍ବିନଙ୍କ ବଲରେ ଏକ ବିଶାଳ ଛକା ମାରିବା ପରେ, ରୁଟ୍‌ଙ୍କ ମାଂଶପେଶୀ ଟାଣି ହୋଇଯାଇଥିଲା । ଇଂଲଣ୍ଡ ଫିଜିଓ କ୍ୟାପଟେନଙ୍କୁ ସାହାଯ୍ୟ ପାଇଁ ଆସିବା ପୂର୍ବରୁ କୋହଲି ରୁଟ୍‌ଙ୍କ ପାଖକୁ ଯାଇ ଗୋଡ ଟାଣିଧରିବା ସହ କ୍ରାମ୍ପ ଦୂର କରିବାକୁ ଚେଷ୍ଟ କରିଥିଲେ ।

କୋହଲିଙ୍କ ଏହି 'ସ୍ପିରିଟ ଅଫ କ୍ରିକେଟ' ବ୍ୟବହାର ଇଣ୍ଟରନେଟରେ ଫ୍ୟାନ୍ସଙ୍କ ହୃଦୟ ଜିତିନେଇଥିଲା । ବିସିସିଆଇ ମଧ୍ୟ ଏହି ସମୟର ଭିଡିଓ ସେୟାର କରିବା ସହ ଅନ୍ୟତମ ଶ୍ରେଷ୍ଠ 'ସ୍ପିରିଟ ଅଫ କ୍ରିକେଟ' ଦୃଶ୍ୟ ବୋଲି କହିଥିଲା ।

ତେବେ ରୁଟ୍‌ ଓ ଡମ ସିବଲେ ପ୍ରଥମ ଦିନରେ 200 ରନର ଭାଗିଦାରୀ ସହ ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ନିୟନ୍ତ୍ରଣରେ ରଖିଛନ୍ତି । ଷ୍ଟମ୍ପ ଅପସାରଣ ସୁଦ୍ଧା ଭ୍ରମଣକାରୀ ଦଳର ସ୍କୋର 263/3 ରହିଛି । ରୁଟ୍‌ 128 ରନରେ ଅପରାଜିତ ପାଭିଲିୟନ ଫେରିଛନ୍ତି । 90ତମ ଓଭରରେ ଜଶପ୍ରୀତ ବୁମରା ସିବଲେଙ୍କୁ(87) ଆଉଟ କରିବା ପରେ ପ୍ରଥମ ଦିନ ଖେଳ ଶେଷ କରିଥିଲା ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.