ETV Bharat / sports

ଚେନ୍ନାଇ ଟେଷ୍ଟ, ତୃତୀୟ ଦିନ: ଟି ବ୍ରେକ ସୁଦ୍ଧା 8 ଓ୍ବିକେଟ ହରାଇ 416 ରନ୍‌ରେ ଆଗୁଆ ଭାରତ - icc

ଭାରତ- ଇଂଲଣ୍ଡ ମଧ୍ୟରେ 2ୟ ଟେଷ୍ଟ ମ୍ୟାଚର 3ୟଦିନର ଖେଳ ଜାରି ରହିଛି । 3ୟଦିନର ଟି ବ୍ରେକ ସୁଦ୍ଧା 8ଓ୍ବିକେଟ ହରାଇ 221 ରନ୍‌ କରିବା ସହ 416 ରନ୍‌ରେ ଆଗୁଆ ରହିଛି ଟିମ ଇଣ୍ଡିଆ ।

ଚେନ୍ନାଇ ଟେଷ୍ଟ, 3ୟ ଦିନ: ଟି ବ୍ରେକ ସୁଦ୍ଧା 8ଓ୍ବିକେଟ ହରାଇ  416ରନ୍‌ରେ ଆଗୁଆ ଭାରତ

author img

By

Published : Feb 15, 2021, 2:55 PM IST

ଚେନ୍ନାଇ: ଭାରତ- ଇଂଲଣ୍ଡ ମଧ୍ୟରେ 2ୟ ଟେଷ୍ଟ ମ୍ୟାଚର 3ୟଦିନର ଖେଳ ଜାରି ରହିଛି । 3ୟଦିନର ଟି ବ୍ରେକ ସୁଦ୍ଧା 8ଓ୍ବିକେଟ ହରାଇ 221 ରନ୍‌ କରିବା ସହ 416 ରନ୍‌ରେ ଆଗୁଆ ରହିଛି ଟିମ ଇଣ୍ଡିଆ । ବର୍ତ୍ତମାନ କ୍ରିଜରେ ଅଶ୍ବିନ (68) ଓ ଇଶାନ୍ତ ଶର୍ମା ରହିଛନ୍ତି ।

ସୂଚନାଥାଉକି, 3ୟ ଦିନର ଖେଳ ଆରମ୍ଭରୁ ହିଁ କ୍ରମାଗତ ଭାବେ ଟିମ୍‌ ଇଣ୍ଡିଆ ଓ୍ବିକେଟ ହରାଇଥିଲା । ପୂଜାରା 7, ରୋହିତ 26, ପନ୍ତ 8, ରାହାଣେ 10ରନ୍‌ରେ ଆଉଟ୍‌ ହୋଇଥିଲେ । ସେତେବଳକୁ ଭାରତ 86 ରନ୍‌ରେ 5ଟି ଓ୍ବିକେଟ ହରାଇ ସାରିଥିଲା । ଏହାପରେ ଅଧିନାୟକ ବିରାଟ କୋହଲି ଓ ଅକ୍ଷର ପଟେଲଙ୍କ ମଧ୍ୟରେ ଭଲ ପାର୍ଟନରସିପ୍‌ ଦେଖିବାକୁ ମିଳିଥିଲା । କିନ୍ତୁ ଅକ୍ଷର 7ରନ୍‌ କରି ଆଉଟ୍‌ ହୋଇଯାଇଥିଲେ । ଏହାପରେ କୋହଲି ଓ ଅଶ୍ବିନଙ୍କ ମଧ୍ୟରେ 50ରନ୍‌ର ପାର୍ଟନରସିପ୍‌ ରନ୍‌ ଦେଖିବାକୁ ମିଳିଥିଲା । 3ୟ ଦିନର ଲଞ୍ଚବ୍ରେକ୍‌ ସୁଦ୍ଧା 6ଓ୍ବିକେଟ ହରାଇ 156ରନ୍‌ କରିଥିଲା ଟିମ୍‌ ଇଣ୍ଡିଆ ।

ଲଞ୍ଚବ୍ରେକ ପରେ କୋହଲି ଅର୍ଦ୍ଧଶତକ ମାରିଥିଲେ । କୋହଲି କ୍ୟାରିୟରର 25ତମ ଅର୍ଦ୍ଧଶତକ ଇଂନିସ ଖେଳିଛନ୍ତି । ଏଥିସହ ଅଶ୍ବିନ ବି 50ରନ୍‌ ପୂରଣ କରିଛନ୍ତି । ଟେଷ୍ଟ କ୍ୟାରିୟରର 12ତମ ଅର୍ଦ୍ଧଶତକ ମାରିଛନ୍ତି ।

65.4 ଓଭରରେ କୋହଲି 62ରନ୍‌ରେ ଆଉଟ୍‌ ହୋଇଛନ୍ତି । କୁଲଦୀପ 3ରନ୍‌ କରିଛନ୍ତି ।

ତେବେ ଟି ବ୍ରେକ୍‌ ସୁଦ୍ଧା ଭାରତ 8ଓ୍ବିକେଟ ହରାଇ 221ରନ୍‌ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.