ETV Bharat / sports

ଘରୋଇ ପରିବେଶରେ ଭାରତ ଶକ୍ତିଶାଳୀ: କେନ ରିଚାର୍ଡସନ - ଅଷ୍ଟ୍ରେଲିଆ ଅଲରାଉଣ୍ଡର କେନ ରିଚାର୍ଡସନ

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଜାନୁୟାରୀ 14ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଅଲରାଉଣ୍ଡର କେନ ରିଚାର୍ଡସନ କହିଛନ୍ତି ଯେ, ଘରୋଇ ପରିବେଶର ଟିମ ଇଣ୍ଡିଆ ଶକ୍ତିଶାଳୀ। ଅଧିକ ପଢନ୍ତୁ...

IND vs AUS
ଘରୋଇ ପରିବେଶରେ ଭାରତ ଶକ୍ତିଶାଳୀ
author img

By

Published : Jan 12, 2020, 4:55 PM IST

ମୁମ୍ବାଇ: ଗୋଟିଏ ସମୟରେ ଅଷ୍ଟ୍ରେଲିଆ କ୍ରିକେଟ ଟିମ ବିଶ୍ବ କ୍ରିକେଟରେ ନିଜର ଦବଦବା ଜାହିର କରୁଥିଲା । କ୍ରିକେଟର ସମସ୍ତ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିଲା। ମାତ୍ର ସମୟ ବଦଳିଛି ଅଷ୍ଟ୍ରେଲିଆ ସ୍ଥାନରେ ବର୍ତ୍ତମାନ ଭାରତୀୟ ଦଳ ରହିଛି। ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ।

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଜାନୁୟାରୀ 14ରେ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ସେଥିପାଇଁ ଅଷ୍ଟ୍ରେଲିଆ ଟିମ ଭାରତରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି।

ଅଷ୍ଟ୍ରେଲିଆ ଅଲରାଉଣ୍ଡର କେନ ରିଚାର୍ଡସନ ଏହି ସିରିଜ ପୂର୍ବରୁ ନିଜର ପ୍ରତିକ୍ରିୟା ରଖିଛନ୍ତି। ତାଙ୍କର ଏହି ବୟାନକୁ ଯୁଦ୍ଧ ପୂର୍ବରୁ ଅଷ୍ଟ୍ରେଲିଆର ଅସ୍ତ୍ରତ୍ୟାଗ ବୋଲି ଚର୍ଚ୍ଚା ହେଉଛି। ରିଚାର୍ଡସନ କହିଛନ୍ତି ଭାରତକୁ ଭାରତରେ ହରାଇବା କଷ୍ଟକର। ଘରୋଇ ପରିବେଶରେ ଟିମ ଇଣ୍ଡିଆ ବେଶ ଶକ୍ତିଶାଳୀ । ଆଇସିସି ଦିନିକିଆ ମାନ୍ୟତାର ଏକାଧିକ ଶ୍ରେଷ୍ଠ ଖେଳାଳି ଭାରତୀୟ ଦଳରେ ଅଛନ୍ତି। ଅଷ୍ଟ୍ରେଲିଆ ଶ୍ରେଷ୍ଠ ପ୍ରଦର୍ଶନ କରିବ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.