ପର୍ଥ: ଆତ୍ମବିଶ୍ବାସରେ ଭରପୂର ଭାରତୀୟ ଦଳ । ଡିଫେଣ୍ଡିଂ ଚମ୍ପିଆନ୍ ଅଷ୍ଟ୍ରେଲିଆକୁ ପରାସ୍ତ କଲା ପରେ ଟୁର୍ଣ୍ଣାମେଣ୍ଟରେ ଆଜି ନିଜର 2ୟ ମ୍ୟାଚରେ ବାଂଲାଦେଶକୁ ଭେଟୁଛି ଟିମ ଇଣ୍ଡିଆ । ମାତ୍ର ଚଳିତ ଟୁର୍ଣ୍ଣାମେଣ୍ଟରେ ଏହା ବାଂଲାଦେଶର ପ୍ରଥମ ମ୍ୟାଚ ହେବ ।
![icc-womens-t20-wc-confident-india-to-face-plucky-bangladesh-in-6th-match-of-wc](https://etvbharatimages.akamaized.net/etvbharat/prod-images/gfx-2_2102newsroom_1582306626_569_2402newsroom_1582515574_38.jpg)
ଗତ ଶୁକ୍ରବାର ଖେଳିଥିବା ପ୍ରଥମ ମ୍ୟାଚରେ 4ଥରର ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ଭାରତ । ସିଡନୀ ଗ୍ରାଉଣ୍ଡର ଏହି ମ୍ୟାଚରେ ମାତ୍ର 132 ରନକୁ ଡିଫେଣ୍ଡ କରିନେଇଥିଲା ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୧୭ ରନରେ ହରାଇ ସମସ୍ତଙ୍କୁ ଚକିତ କରି ଦେଇଥିଲା ।
![icc-womens-t20-wc-confident-india-to-face-plucky-bangladesh-in-6th-match-of-wc](https://etvbharatimages.akamaized.net/etvbharat/prod-images/standings_2402newsroom_1582515574_738.jpg)
ମାତ୍ର ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତ ବାଂଲାଦେଶକୁ ଆଦୌ ହାଲୁକା ଭାବେ ନେବ ନାହିଁ । କାରଣ 2018ରେ ଟି-20 ଏସିଆ କପରେ ଭାରତ ଦୁଇଥର ବାଂଲାଦେଶ ନିକଟରୁ ପରାସ୍ତ ହୋଇଥିଲା । ତେଣୁ ଆଜି ମ୍ୟାଚ ବେଶ ମହତ୍ବପୂର୍ଣ୍ଣ ରହିଛି ।
- ଭାରତୀୟ ଦଳ: ହରମନପ୍ରୀତ କୌର୍ (କ୍ୟାପଟେନ୍), ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତୀ, ପୂଜା ବସ୍ତ୍ରାକର, ପୁନମ ଯାଦବ, ରାଧା ଯାଦବ, ଶିଖା ପାଣ୍ଡେ, ଅରୁନ୍ଧତୀ ରେଡ୍ଡୀ, ତାନିଆ ଭାଟିଆ (ୱିକେଟକିପର), ହର୍ଲୀନ୍ ଦେଓଲ, ରାଜେଶ୍ୱରୀ ଗାଏକ୍ୱାଡ୍, ରିଚା ଘୋଷ ।
- ବାଂଲାଦେଶ ଦଳ: ସଲମା ଖାତୁନ୍ (କ୍ୟାପଟେନ୍), ରୁମାନା ଅହମ୍ମଦ, ଆୟେଶା ରେହମାନ୍, ଫାହିମା ଖାତୁନ୍, ଫର୍ଗାନା ହକ୍, ଜାହାନାରା ଆଲମ୍, ଖାଦିଜା ତୁଲ୍ କୁବ୍ରା, ଶୋଭାନା ମୋସ୍ତାରୀ, ମୁର୍ଶିଦା ଖାତୁନ୍, ନାହିଦା ଅଖତର, ନିଗାର ସୁଲତାନା (ୱିକେଟକିପର), ପାନ୍ନା ଘୋଷ, ରିତୁ ମୋନି, ସଞ୍ଜିଦା ଇସଲାମ୍, ଶାମିମା ସୁଲତାନା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ