ETV Bharat / sports

ଆଇସିସି ମହିଳା 'ଟି-20ବିଶ୍ବକପ: ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ଭାରତ - cricket

ଆଇସିସି ମହିଳା 'ଟି-20ବିଶ୍ବକପରେ ଭାରତର ହ୍ୟାଟ୍ରିକ ବିଜୟ । ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲରେ ପହଁଞ୍ଚିଲା ହରମନପ୍ରୀତ ସ୍କ୍ବାର୍ଡ । ଅଧିକ ପଢ଼ନ୍ତୁ...

Icc women's t-20 world cup, india enters in semifinal, india beat new zealand,  ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ଭାରତ, ଆଇସିସି ମହିଳା ଟି-20 ବିଶ୍ବକପ
ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ଭାରତ
author img

By

Published : Feb 27, 2020, 1:18 PM IST

ମେଲବର୍ଣ୍ଣ: ମହିଳା ଟି-20 ବିଶ୍ବକପରେ ଜଂକସନ ଓଭାଲ ଠାରେ ଖେଳାଯାଇଥିବା ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚରେ ଭାରତ 3 ରନରେ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛି । ଏହା ପୂର୍ବରୁ ଭାରତ 2009, 2010 ଓ 2018ରେ ସେମି ଫାଇନାଲରେ ପ୍ରବେଶ କରିଥିଲା ।

ଏହି ବିଜୟ ସହ ଚଳିତ ବିଶ୍ବକପରେ ଭାରତୀୟ ମହିଳା ଦଳର ହ୍ୟାଟ୍ରିକ ବିଜୟ ହୋଇଛି । ହରମନପ୍ରୀତଙ୍କ ଦଳ ପ୍ରଥମେ ଅଷ୍ଟ୍ରେଲିଆ, ପରେ ବାଂଲାଦେଶ ଓ ଗୁରୁବାର ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ।

ଭାରତର 134 ରନକୁ ପିଛା କରିବାକୁ ଓହ୍ଲାଇଥିବା କିୱି ଦଳ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 130 ରନ କରି ପାରିଥିଲା । ଭାରତ ପକ୍ଷରୁ ଓପନର ଶେଫାଲି ବର୍ମା 3 ଛକା ଓ 4 ଚୌକା ମାରି 46ରନର ଧୂଆଁଧାର ପାଳି ଖେଳିଥିଲେ । ସେପଟେ ବୋଲିଂରେ ସମସ୍ତ ବୋଲର ନିଜର ଯୋଗଦାନ ଦେଇଥିଲେ । 16 ବର୍ଷୀୟ ଶେଫାଲିଙ୍କୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାର ମିଳିଛି ।

Icc women's t-20 world cup, india enters in semifinal, india beat new zealand,  ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ଭାରତ, ଆଇସିସି ମହିଳା ଟି-20 ବିଶ୍ବକପ
ଆଇସିସି ମହିଳା ଟି-20ବିଶ୍ବକପ

134ରନକୁ ପିଛା କରୁଥିବା ନ୍ୟୁଜିଲାଣ୍ଡ ଦଳକୁ ଲାଗିଥିଲା ପ୍ରାରମ୍ଭିକ ଝଟକା । ଦ୍ବିତୀୟ ଓଭରରେ ଶିଖା ପାଣ୍ଡେଙ୍କ ଶିକାର ହୋଇଥିଲେ ବିଷ୍ଫୋଟକ ବ୍ୟାଟ୍ସମ୍ୟାନ ରାକେଲ ପ୍ରିଏଷ୍ଟ । ଏହାପରେ ସ୍ପିନର ବି ଦେଖାଇଥିଲେ ନିଜର ଯାଦୁ । ରନ ନଦେବା ସହ ୱିକେଟ ହାତେଇଥିଲେ ଭାରତୀୟ ବୋଲର । ଏହି ବିଜୟ ସହ ଗ୍ରୁପ ଏ ରୁ ସେମିଫାଇନାଲରେ ପହଁଞ୍ଚିଥିବା ପ୍ରଥମ ଟିମ ହୋଇଛି ଭାରତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.