ETV Bharat / sports

ମୁଁ କେବଳ ବିଶ୍ବକପ ଚାହେଁ: ରୋହିତ ଶର୍ମା

author img

By

Published : Apr 27, 2020, 6:58 PM IST

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିବା ଏହି ଓପନର ଭାରତର ଦୁଇଟି ବିଶ୍ବକପ (2015, 2019)ର ସଦସ୍ୟ ରହି ସାରିଛନ୍ତି । ଉଭୟ ସଂସ୍କରଣର ସେମିଫାଇନାଲରେ ଭାରତ ଯଥାକ୍ରମେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି ।

i-want-to-win-world-cups-they-are-the-pinnacle-of-world-cricket-rohit-sharma
ମୁଁ କେବଳ ବିଶ୍ବକପ ଚାହେଁ: ରୋହିତ ଶର୍ମା

ମୁମ୍ବାଇ: ବିଶ୍ବକପକୁ କ୍ରିକେଟର ସର୍ବଶ୍ରେଷ୍ଠ ସଫଳତା ବୋଲି ବିବେଚନା କରନ୍ତି ଭାରତୀୟ ଦଳର ସୀମିତ ଓଭର ଉପ-ଅଧିନାୟକ ରୋହିତ ଶର୍ମା । ବିଶ୍ବକପ ବିଜୟୀ ହିଁ ଏକମାତ୍ର ସଫଳତା ଓ ସେ କେବଳ ବିଶ୍ବକପ ଜିତିବାକୁ ଚାହାନ୍ତି ବୋଲି କହିଛନ୍ତି ରୋହିତ ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିବା ଏହି ଓପନର ଭାରତର ଦୁଇଟି ବିଶ୍ବକପ (2015, 2019)ର ସଦସ୍ୟ ରହି ସାରିଛନ୍ତି । ଉଭୟ ସଂସ୍କରଣର ସେମିଫାଇନାଲରେ ଭାରତ ଯଥାକ୍ରମେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି ।

ମୁମ୍ବାଇ ଇଣ୍ଡିଆନ୍ସର ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ ହୋଇଥିବା ଏକ ବାର୍ତ୍ତାରେ ରୋହିତ କହିଛନ୍ତି ଯେ ‘‘ଆପଣ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଯେତେ ବି ମ୍ୟାଚ ବିଜୟୀ ହୁଅନ୍ତୁ ନା କାହିଁକି । କେବଳ ବିଶ୍ବକପ ଟ୍ରଫି ଉଠାଇବା ହିଁ ଏକମାତ୍ର ସଫଳତା । ଆଉ ମୁଁ କେବଳ ବିସ୍ବକପ ଜିତିବାକୁ ଚାହେଁ ।’’ ଭାରତୀୟ ଦଳର ଅଫ ସ୍ପିନର ହରଭଜନ ସିଂଙ୍କ ସହ ଇନଷ୍ଟାଗ୍ରାମ ଚାଟରେ ରୋହିତ କହିଛନ୍ତି ଯେ, ଭାରତୀୟ ଦଳ ନିକଟ ଭବିଷ୍ୟତରେ ଅଂଶଗ୍ରହଣ କରିବାକୁ ଥିବା 3ଟି ବିଶ୍ବକପ ମଧ୍ୟରୁ ଦୁଇଟି ବିଶ୍ବକପ ଜିତିବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ରୋହିତ କହିଛନ୍ତି, "ଆମେ ଜାଣୁ ଆଗକୁ 3ଟି ବିଶ୍ବକପ ଆସୁଛି । 3ଟି ବିଶ୍ବକପ ମଧ୍ୟରେ ଅତି କମରେ ଆମକୁ ଦୁଇଟି ଜିତିବା ଉଚିତ୍ । ଏହା ମୋର ଲକ୍ଷ୍ୟ । "

ସଚନାଥାଉ କି, ଚଳିତ ବର୍ଷ ଶେଷରେ ଅଷ୍ଟ୍ରେଲିଆରେ ହେବାକୁ ଥିବା 2020 ଟି-20 ବିଶ୍ବକପରେ ଭାରତ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ 2021ରେ ଭାରତରେ ଆଉ ଏକ ଟି-20 ବିଶ୍ବକପ ଅନୁଷ୍ଠିତ ହେବ । ଏହା ପରେ 2023 ଦିନିକିଆ ବିଶ୍ବକପ୍ ଆୟୋଜନ ହେବ । ଅନ୍ୟପଟେ ଏପ୍ରିଲ 30ରେ ରୋହିତ ତାଙ୍କର 33 ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.