ETV Bharat / sports

ସାଉଥାମ୍ପଟନ ଟେଷ୍ଟ: ପରାଜୟ ପରେ ଟିମକୁ ଷ୍ଟୋକ୍ସଙ୍କ ପ୍ରଶଂସା - ଇଂଲଣ୍ଡର କାମଚଳା କ୍ୟାପଟେନ ବେନ ଷ୍ଟୋକ୍ସ

ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ ଠାରୁ 4 ୱିକେଟରେ ପରାସ୍ତ ହୋଇଛି ଇଂଲଣ୍ଡ । ପରାଜୟ ପରେ କାମଚଳା କ୍ୟାପଟେନ ବେନ ଷ୍ଟୋକ୍ସ କୌଣସି ନିର୍ଦ୍ଦିଷ୍ଟ ଖେଳାଳିଙ୍କୁ ଦାୟୀ କରିବେ ନାହିଁ ବୋଲି କହିଛନ୍ତି ।

'I can't fault anyone' says Stokes after England's 4-wicket defeat to West Indies
ସାଉଥାମ୍ପଟନ ଟେଷ୍ଟ: ପରାଜୟର ପରେ ଟିମକୁ ଷ୍ଟୋକ୍ସଙ୍କ ପ୍ରଂଶସା
author img

By

Published : Jul 13, 2020, 11:02 AM IST

ସାଉଥାମ୍ପଟନ: ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ ଠାରୁ 4 ୱିକେଟରେ ପରାସ୍ତ ହୋଇଛି ଇଂଲଣ୍ଡ । ପରାଜୟ ପରେ କାମଚଳା କ୍ୟାପଟେନ ବେନ ଷ୍ଟୋକ୍ସ କୌଣସି ନିର୍ଦ୍ଦିଷ୍ଟ ଖେଳାଳିଙ୍କୁ ଦାୟୀ କରିବେ ନାହିଁ ବୋଲି କହିଛନ୍ତି । ଟିମର ପ୍ରତ୍ୟେକ ଖେଳାଳିଙ୍କୁ ନେଇ ସେ ଗର୍ବିତ । ପରାଜୟ ଆଗାମୀ ଲଢେଇ ପାଇଁ ଅଭିଜ୍ଞତା ଓ ଦୋଷ ତ୍ରୁଟିକୁ ସୁଧାରିବା ପାଇଁ ସୁଯୋଗ ଦିଏ ।

ମ୍ୟାଚର ଦୁଇଟି ଯାକ ଇଂନିସରେ ଅଧିକ ସ୍କୋର କରିବା ପାଇଁ ସୁଯୋଗ ଥିଲା । ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଏହା ସମ୍ଭବ ହୋଇନଥିଲା । ଅଧିକ 60ରୁ 80 ରନ ଦ୍ବିତୀୟ ଇଂନିସ ସ୍କୋରରେ ଯୋଡି ପାରିଥିଲେ, ମ୍ୟାଚର ଫଳାଫଳ ଅନ୍ୟ କିଛି ହୋଇପାରିଥାନ୍ତା । ୱେଷ୍ଟଇଣ୍ଡିଜ ଟିମ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି, ସେଥିପାଇଁ ବିଜୟର ହକଦାର ଥିଲେ ବୋଲି ଷ୍ଟୋକ୍ସ କହିଛନ୍ତି ।

2ୟ ଟେଷ୍ଟରେ ନିୟମିତ କ୍ୟାପଟେନ ଜୋ ରୁଟ୍ ଟିମକୁ ଫେରିବେ । ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ରୁଟ୍ ଜଣେ । ପ୍ରଥମ ଟେଷ୍ଟରେ ତାଙ୍କର ଅନୁପସ୍ଥିତି ଅନୁଭୁତ ହୋଇଛି । ଟିମର କ୍ୟାପଟେନ ଦାୟିତ୍ବ ମିଳିଥିବାରୁ ସେ କୃତଜ୍ଞ ବୋଲି କହିଛନ୍ତି । ଗୁରୁବାର ଓଲ୍ଡ ଟ୍ରାଫର୍ଡରେ ଦ୍ବିତୀୟ ଟେଷ୍ଟ ଖେଳାଯିବ । 3ମ୍ୟାଚ ବିଶିଷ୍ଟ ସିରିଜରେ ଜେସନ ହୋଲ୍ଡରଙ୍କ ଟିମ 1-0ରେ ଆଗୁଆ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.