ଲଣ୍ଡନ: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବକପ ମହାସମରର ସେମି ରେସ । ଫାଇନାଲ ଟିକେଟ ପାଇଁ ଲଢିବେ 4 ଦଳ । ଭାରତ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ।

ତେବେ ମଙ୍ଗଳବାର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ସାଉଥାମ୍ପଣ୍ଟନର ଓଲ୍ଡ ଟ୍ରାଫଡ ଗ୍ରାଉଣ୍ଡରେ ଭାରତୀୟ ସମୟ 3ଟା ଖେଳାଯିବ ଏହି ମ୍ୟାଚ । ତେବେ ମ୍ୟାଚ ଜିତି ଫାଇନାଲ ଟିକେଟ ଆଶାରେ ରହିଛି ଭାରତୀୟ ଦଳ ।

ସେହିପରି 2ୟ ସେମିଫାଇନାଲରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ଓ ଆୟୋଜକ ଇଂଲଣ୍ଡ । ଯାହାକି 11 ଜୁଲାଇରେ ଖେଳାଯିବ । ବର୍ମିଂହାମର ଏଡଜାବିଷ୍ଟନ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ । ଭାରତୀୟ ସମୟ 3ଟାରେ ଆରମ୍ଭ ହେବ ଏହି ମହା ଲଢେଇ ।