ETV Bharat / sports

4 ଦିନିଆ ଟେଷ୍ଟ ମ୍ୟାଚ: ସଚିନ-ବିରାଟଙ୍କ ବିରୋଧରେ ଇର୍ଫାନ ପଠାନ - irfan pathan

ଭାରତୀୟ ଦଳର ନିୟମିତ ଅଧିନାୟକ ବିରାଟ କୋହଲି ଓ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏହାକୁ ଘୋର ବିରୋଧ କରିଥିବା ବେଳେ ଏବେ ଏବେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ଇର୍ଫାନ ପଠାନ "4 ଦିନିଆ ଟେଷ୍ଟ ମ୍ୟାଚ" ଯୋଜନାକୁ ସମର୍ଥନ ଜଣାଇଛନ୍ତି ।

four-day-test-match-proposal-irfan-pathan-goes-against-sachin-virat-opinion
4 ଦିନିଆ ଟେଷ୍ଟ ମ୍ୟାଚ
author img

By

Published : Jan 7, 2020, 8:56 PM IST

Updated : Jan 7, 2020, 9:18 PM IST

ହାଇଦ୍ରାବାଦ: କ୍ରିକେଟର ଲମ୍ବା ଫର୍ମାଟକୁ ବଦଳାଇ 5 ଦିନ ବଦଳର 4 ଦିନିଆ କରିବାକୁ ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) । ଏନେଇ କ୍ରୀଡା ଜଗତରୁ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି । ବର୍ତ୍ତମାନର କ୍ରିକେଟର, କିଛି ପୂର୍ବତନ କ୍ରିକେଟର ଏନେଇ ନିଜର ମତବ୍ୟକ୍ତ କରିଛନ୍ତି । ଇତିମଧ୍ୟରେ ଆଇସିସିର "4 ଦିନିଆ ଟେଷ୍ଟ ମ୍ୟାଚ" ଯୋଜନାକୁ ନେଇ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ଦ୍ବିମତ ପ୍ରକାଶ ପାଇଥିବାର ଦେଖିବାକୁ ମିଳିଛି ।

ଭାରତୀୟ ଦଳର ନିୟମିତ ଅଧିନାୟକ ବିରାଟ କୋହଲି ଓ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏହାକୁ ଘୋର ବିରୋଧ କରିଥିବା ବେଳେ ଏବେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ଇର୍ଫାନ ପଠାନ ଏହି ଯୋଜନାକୁ ସମର୍ଥନ ଜଣାଇଛନ୍ତି । ନିକଟରେ ବିରାଟ କହିଥିଲେ, "ମୁଁ ଏହା ସପକ୍ଷରେ ନାହିଁ । କାରଣ କ୍ରିକେଟର ସର୍ବ ପୂରାତନ ଫର୍ମାଟ ହେଉଛି ଟେଷ୍ଟ କ୍ରିକେଟ । ଏଥିରେ ଦିନକୁ ଦିନ ନୂଆ ପରିବର୍ତ୍ତନ କରିବା ଟେଷ୍ଟ କ୍ରିକେଟକୁ ଅପମାନ ସହ ସମାନ । ଆଜି 4 ଦିନ, କାଲି 2 ଦିନ ଓ ପରେ ଟେଷ୍ଟ କ୍ରିକେଟ ନ ଖେଳିବାକୁ କହିବେ । ତେଣୁ ଏହା ଗ୍ରହଣୀୟ ଯୋଗ୍ୟ ନୁହେଁ ।" ଉଲ୍ଲେଖଥାଉ କି, 2023ରୁ 2031 କ୍ରିକେଟ ଚକ୍ର ପାଇଁ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍‌ଗୁଡ଼ିକୁ 4 ଦିନିଆ ବିଶିଷ୍ଟ ହେବ । ଏଥିରୁ ମିଳୁଥିବା ସମୟରେ ଅଧିକ ସମୀତି ଓଭର କ୍ରିକେଟ ଖେଳା ଯାଇପାରିବ ।

ସେହିପରି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର କହିଛନ୍ତି, 143 ବର୍ଷ ଧରି ଚାଲିଆସୁଥିବା ଟେଷ୍ଟ ଫର୍ମାଟରେ ପରିବର୍ତ୍ତନ କରିବାକୁ ଚାହୁଁଛି ଆଇସିସି । ଯାହାକି ଗ୍ରହଣୀୟ ନୁହେଁ । ମୁଁ ଟେଷ୍ଟ କ୍ରିକେଟର ପ୍ରଶଂସକ ହୋଇଥିବାରୁ ମୋତେ ଏହା ଠିକ୍‌ ଲାଗୁ ନାହିଁ । ଯଦି ଟେଷ୍ଟ ମ୍ୟାଚ 4 ଦିନିଆ ହୁଏ, ତେବେ ଖେଳାଳିଙ୍କୁ ଏହା ଲାଗିବ ଯେ ସେମାନେ ଏକ ସୀମିତ ଓଭରର ମ୍ୟାଚ ଖେଳୁଛନ୍ତି । ଏମିତିକି 2ୟ ଦିନର ଲଞ୍ଚ ବ୍ରେକରେ ଖେଳାଳିଙ୍କୁ ଲାଗିବ ଆଉ ମାତ୍ର ଅଢେଇ ଦିନର ଖେଳ ବାକି ଅଛି ।"

ତେବେ ଏହି ଦୁଇ ମହାନ କ୍ରିକେଟଙ୍କ ମତ ବିରୋଧରେ ଯାଇ ପଠାନ କହିଛନ୍ତି ଯେ, "ରଣଜୀ ଟ୍ରଫିରେ ଆମେ 4 ଦିନିଆ ଟେଷ୍ଟ ମ୍ୟାଚ ଖେଳିଥାଉ । ସେଥିରେ ମଧ୍ୟ ଫଳାଫଳ ମିଳିଥାଏ । ତେଣୁ ଏହାକୁ ଅନ୍ତର୍ଜାତୀୟ କ୍ରିକେଟରେ ଲାଗୁ କରାଗଲେ ଅସୁବିଧା କେଉଁଠି ।" ସେହିପରି ଆଇସିସିର ଏହି ଯୋଜନା ସପକ୍ଷରେ ମଧ୍ୟ ବାହାରିଛି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ।

Intro:Body:

BLANK FOR LINK 

Conclusion:
Last Updated : Jan 7, 2020, 9:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.