ପେଶାୱର: ପାକିସ୍ତାନର ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର ଜଫର ସରଫରାଜଙ୍କ ଜୀବନ ନେଲା କୋରୋନା ଭୁତାଣୁ । କୋରୋନାରେ ସଂକ୍ରମିତ ହୋଇ ସୋମବାର ବିଳମ୍ବିତ ରାତ୍ରିରେ ଡାକ୍ତରଖାନାରେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଛି ।
ଗତ ମଙ୍ଗଳବାର ଜଫର ସରଫରାଜଙ୍କ କୋରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିଲା । ସେ ଗତ ତିନିଦିନ ଧରି ଭେଣ୍ଟିଲେଟରରେ ରହିଥିଲେ । ଜଫର ପାକିସ୍ତାନର ଅନ୍ତରାଷ୍ଟ୍ରୀୟ କ୍ରିକେଟର ଅଖତର ସରଫରାଜଙ୍କ ଭାଇ ଥିଲେ ।
ଜଫର ସରଫରାଜ 1988 ରୁ 1994 ମଧ୍ୟରେ ପ୍ରଥମ ଶ୍ରେଣୀ ଓ 1990ରୁ 1992 ମଧ୍ୟରେ ଲିଷ୍ଟ-ଏ କ୍ରିକେଟ ଖେଳିଥିଲେ । ପେଶାୱର ପାଇଁ ପ୍ରଥମେ ଶ୍ରେଣୀ କ୍ରିକେଟ ମ୍ୟାଚରେ ସେ 15 ମ୍ୟାଚରେ 616 ରନ କରିଥିଲେ । 2000 ମସିହା ମଧ୍ୟ ଭାଗରେ ସେ ପେଶାୱର 19 ବର୍ଷରୁ କମ ଦଳର କୋଚ ମଧ୍ୟ ଥିଲେ ।