ETV Bharat / sports

ବିଜେପିରେ ସାମିଲ ହେଲେ ପୂର୍ବତନ ଭାରତୀୟ କ୍ରିକେଟର ଲକ୍ଷ୍ମଣ ଶିବରାମକ୍ରିଷ୍ଣାନ

author img

By

Published : Dec 30, 2020, 8:46 PM IST

ପୂର୍ବତନ ଭାରତୀୟ କ୍ରିକେଟର ତଥା ଲୋକପ୍ରିୟ କ୍ରିକେଟ ଭାଷ୍ୟକାର ଲକ୍ଷ୍ମଣ ଶିବରାମକ୍ରିଷ୍ଣାନ ବିଜେପିରେ ସାମିଲ ହୋଇଛନ୍ତି । ସେ କ୍ରିକେଟରୁ ଅବସର ନେବା ପରେ ସେ ଜଣେ କ୍ରିକେଟ ଭାଷ୍ୟକାର ଭାବରେ ବେଶ ପ୍ରସିଦ୍ଧ ଲାଭ କରିଥିଲେ । ଅଧିକ ପଢନ୍ତୁ...

Former Indian Cricketer Laxman Sivaramakrishnan
ବିଜେପିରେ ସାମିଲ ହେଲେ ପୂର୍ବତନ ଭାରତୀୟ କ୍ରିକେଟର ଲକ୍ଷ୍ମଣ ଶିବରାମକ୍ରିଷ୍ଣାନ

ଚେନ୍ନାଇ: ତାମିଲନାଡୁରେ ବିଜେପି ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ଏହି କ୍ରମରେ ବୁଧବାର ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଲୋକପ୍ରିୟ କ୍ରିକେଟ ଭାଷ୍ୟକାର ଲକ୍ଷ୍ମଣ ଶିବରାମକ୍ରିଷ୍ଣାନ ।

ବୁଧବାର ଚେନ୍ନାଇର ବିଜେପିର କାର୍ଯ୍ୟାଳୟରେ ପୂର୍ବତନ ଭାରତୀୟ କ୍ରିକେଟର ଲକ୍ଷ୍ମଣ ଶିବରାମକ୍ରିଷ୍ଣାନ ବିଜେପିର ଜାତୀୟ ସମ୍ପାଦକ ସିଟି ରବି ଓ ତାମିଲନାଡୁ ବିଜେପି ସଭାପତି ଏଲ ମୁରୁଗାନଙ୍କ ଉପସ୍ଥିତିରେ ଗେରୁଆ ଦଳରେ ସାମିଲ ହୋଇଛନ୍ତି । 2021 ଅପ୍ରେଲ ମେ ମାସରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତାଙ୍କ ସହିତ ବିଜେପିରେ ଲେଗ ସ୍ପିନର ତଥା ଅଭିନେତା ପଞ୍ଜୁ ଅରୁଣାଚଳମ, ଶିଳ୍ପପତି ରାଜଶେଖର ଓ ଏଆଏଡିଏମକେ ଆଟି ୱିଙ୍ଗର ଯୁଗ୍ମ ସମ୍ପାଦକ ସହ ଅନ୍ୟମାନେ ବିଜେପିରେ ଯୋଗ ଦେଇଛନ୍ତି ।

ଏହି ପୂର୍ବତନ କ୍ରିକେଟର ଭାରତୀୟ ଦଳ ତରଫରୁ 11 ଦିନିକିଆ ଓ 9 ଟି ଟେଷ୍ଟ ଖେଳିଛନ୍ତି । ସେ 1983ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ପଦାର୍ପଣ ଟେଷ୍ଟ ମ୍ୟାଚ ଖେଳିଥିଲେ । ସେହିପରି ଦିନିକିଆ ମ୍ୟାଚ ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ପଦାର୍ପଣ କରିଥିଲେ । ସେ ଜଣେ ଲେପ୍ଟ ଆର୍ମ ରିଷ୍ଟ ସ୍ପିନର ଭାବରେ ଟେଷ୍ଟ ମ୍ୟାଚରେ 26 ୱିକେଟ ହାସଲ କରିଥିଲେ । ତାଙ୍କର ବୋଲିଂରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ 6/64 ରହିଥିଲା । କ୍ରିକେଟରୁ ଅବସର ନେବା ପରେ ସେ ଜଣେ କ୍ରିକେଟ ଭାଷ୍ୟକାର ଭାବରେ ବେଶ ପ୍ରସିଦ୍ଧି ଲାଭ କରିଥିଲେ । ସେ ଦୀର୍ଘ 20 ବର୍ଷ କ୍ରିକେଟ ଭାଷ୍ୟକାର ଭାବରେ କ୍ରିକେଟରେ ବିଭିନ୍ନ ଫର୍ମାଟରେ ସାମିଲ ହୋଇଥିଲେ ।

ସୂଚନାଥାଉକି 2021ରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଦକ୍ଷିଣ ଭାରତରେ ବିଜେପି ନିଜକୁ ମଜବୁତ କରିବା ପାଇଁ ତାମିଲନାଡୁରେ ବିଜେପିର ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଛି । ତାମିଲନାଡୁରେ ରାଜନୀତିରେ ଏଆଇଏଡିଏମକେ , ଡିଏମକେ, ବିଜେପି, କଂଗ୍ରେସ ସହ କମଲ ହାସନଙ୍କ ଦଳ ନିର୍ବାଚନରେ ଅବତୀର୍ଣ୍ଣ ହେବେ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.