ETV Bharat / sports

‘ଆଗ୍ରେସିଭ ଓ ଏକ୍ସପ୍ରେସିଭ କୋହଲି, ପଢି ହୁଏନି ଧୋନିଙ୍କୁ’ - ବିରାଟ କୋହଲି

ଏମଏସ ଧୋନି ଓ ବିରାଟ କୋହଲିଙ୍କ କ୍ୟାପ୍ଟେନ୍ସି ଷ୍ଟାଇଲ ବିଷୟରେ କହିଲେ ଲକ୍ଷ୍ମଣ ଶିବରାମକ୍ରିଷ୍ଣନ୍‌ । ଅଧିକ ପଢ଼ନ୍ତୁ...

Former Indian Cricketer, Laxman Sivaramakrishnan, difference in dhoni and kohli's captaincy, ଆଗ୍ରେସିଭ ଓ ଏକ୍ସପ୍ରେସିଭ କୋହଲି, ପଢ଼ି ହୁଏନି ଧୋନିଙ୍କୁ, ଏମଏସ ଧୋନି, ବିରାଟ କୋହଲି, ଲକ୍ଷ୍ମଣ ଶିବ ରାମକ୍ରିଷ୍ଣନ୍‌
‘ଆଗ୍ରେସିଭ ଓ ଏକ୍ସପ୍ରେସିଭ କୋହଲି, ପଢ଼ି ହୁଏନି ଧୋନିଙ୍କୁ’
author img

By

Published : Jun 17, 2020, 6:10 PM IST

ନୂଆଦିଲ୍ଲୀ: ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନି ଆଧୁନିକ ଯୁଗରେ ଭାରତୀୟ କ୍ରିକେଟ ଟିମ ପାଇଁ ଅଧିନାୟକତ୍ବ କରିଥିବା ସବୁଠାରୁ ଅଧିକ ଲୋକପ୍ରିୟ ଖେଳାଳି । ଧୋନିଙ୍କ ଅଧିନାୟକତ୍ବ ସମୟରେ ଭାରତ ତିନୋଟି ଆଇସିସି ଟାଇଟଲ ଜିତିଥିଲା । 2007 ଚି-20 ବିଶ୍ବକପ, 2011 ଏକଦିବସୀୟ ବିଶ୍ବକପ, 2013 ଚାମ୍ପିୟନ୍ସ ଟ୍ରଫି । ଆଉ ବର୍ତ୍ତମାନ କୋହଲିଙ୍କ ନେତୃତ୍ବରେ ଭାରତୀୟ ଟିମ ଖେଳର ତିନୋଟି ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରୁଥିବା ବେଳେ ବିଶ୍ବର ଶ୍ରେଷ୍ଠ ଫାଷ୍ଟ ବୋଲିଂ ଆଟାକ ମଧ୍ୟରୁ ଗୋଟିଏ ହୋଇଛି । ତେବେ ଉଭୟ ଧୋନି ଓ କୋହଲିଙ୍କ ମଧ୍ୟରେ କଣ ରହିଛି ପାର୍ଥକ୍ୟ ? ତାହା କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଲକ୍ଷ୍ମଣ ଶିବରାମକ୍ରିଷ୍ଣନ୍‌ ।

ଧୋନି ଅଧିନାୟକ ଭାବେ 200ଟି ଦିନିକିଆ ଖେଳିଛନ୍ତି ଯେଉଁଥରେ ଭାରତ 110 ଟିରେ ବିଜୟୀ ହୋଇଥିବା ବେଳେ 74ଟି ପରାଜିତ ହୋଇଛି । ଅନ୍ୟପକ୍ଷରେ କୋହଲି 89ଟି ଦିନିକିଆରେ ଅଧିନାୟକତ୍ବ କରିଛନ୍ତି ଯେଉଁଥିରେ ଭାରତ 62ଟି ମ୍ୟାଚ ଜିତିଛି । ସେହିପରି ଟେଷ୍ଟରେ ଧୋନି 60ଟି ମ୍ୟାଚରେ ଅଧିନାୟକତ୍ବ କରିଛନ୍ତି ଯେଉଁଥିରେ 45 ପ୍ରତିଶତ ବିଜୟ ହାର ସହ 27ଟିରେ ଭାରତ ବିଜୟୀ ହୋଇଛି । କୋହଲି ଏପର୍ଯ୍ୟନ୍ତ 55 ଟେଷ୍ଟରେ ଅଧିନାୟକ ହୋଇଛନ୍ତି ଓ 60 ପ୍ରତିଶତ ବିଜୟ ହାର ସହ ଭାରତ 33 ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ 12ଟିରେ ପରାଜିତ ହୋଇଛି । ତେବେ ଦୁହିଙ୍କ ଭିତରେ ଶ୍ରେଷ୍ଠ ଅଧିନାୟକ କିଏ ?

ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଲକ୍ଷ୍ମଣ ଶିବରାମକ୍ରିଷ୍ଣନ୍‌ । ସେ କହିଛନ୍ତି ଯେ ଉଭୟ କୋହଲି ଓ ଧୋନିଙ୍କ କ୍ୟାପ୍ଟେନ୍ସି ଷ୍ଟାଇଲ ଦୁଇଟି ଭିନ୍ନ ଟିମକୁ ଗଢ଼ି ତୋଳିଛି । ବିରାଟ କୋହଲି ଜଣେ ଅତ୍ୟନ୍ତ ସକ୍ରିୟ ଏବଂ ପ୍ରଭାବଶାଳୀ ଅଧିନାୟକ । ଏହା ତାଙ୍କୁ ବହୁତ ଶକ୍ତି ଦେଇଥାଏ ଏବଂ ସେ ଏବେ ମଧ୍ୟ ଆହୁରି ଭଲ କରୁଛନ୍ତି । ଅଧିନାୟକ ଭାବରେ କୋହଲିଙ୍କ ସବୁଠାରୁ ବଡ଼ କଥା ହେଲା ସେ କେବଳ ରନ ସ୍କୋର କରନ୍ତିନି ବରଂ ତାଙ୍କ ଭିତରେ ଥିବା ଶକ୍ତିକୁ ମଧ୍ୟ ଉପୋଯୋଗ କରନ୍ତି ।

“ବୋଧହୁଏ ଜାଡେଜା ଏବଂ କୋହଲି ଭାରତୀୟ ଦଳର ଦୁଇ ଶ୍ରେଷ୍ଠ ଫିଲ୍ଡର । ତେଣୁ ସେ ପଡ଼ିଆରେ ଏକ ଉଦାହରଣ ସୃଷ୍ଟି କରନ୍ତି । ଶିବରାମକ୍ରିଷ୍ଣନ ଆହୁରି ମଧ୍ୟ କହିଛନ୍ତି ଯେ ‘‘ବିରାଟ ତାଙ୍କ କାର୍ଯ୍ୟରେ ଆଗଉଛନ୍ତି ଏବଂ ସେ ଖୁବ ଭଲ ପ୍ରଦର୍ଶନ କରୁଛନ୍ତି ।’’

“ଉଭୟ ଭିନ୍ନ ଅଧିନାୟକ (କୋହଲି ଏବଂ ଧୋନି), ବିରାଟ ଜଣେ ଆକ୍ରମଣାତ୍ମକ ତଥା ଭାବପ୍ରବଣ ଅଧିନାୟକ ଏବଂ ଏମଏସ କିନ୍ତୁ ଖୁବ ଶାନ୍ତ ସରଳ ଆପଣ ତାଙ୍କ ମୁହଁରୁ କେବେ ବି ପଢ଼ି ପାରିବେ ନାହିଁ ତାଙ୍କ ଶରୀର କଣ କହିବାକୁ ଚାହୁଁଛି । କିନ୍ତୁ ଏମଏସ ଧୋନି ଜଣେ ବୋଲରଙ୍କ ଅଧିନାୟକ ଯାହାକି ଯେକୌଣସି ବୋଲରଙ୍କ ପାଇଁ ବେଶ୍‌ ଭଲ କଥା ।’’

ପୂର୍ବତନ ଭାରତୀୟ ବୋଲର କୋହଲିଙ୍କୁ 90 ଦଶକ ଏବଂ 2000 ଦଶକର ଅଷ୍ଟ୍ରେଲୀୟ ଦଳ ସହ ତୁଳନା କରିବାକୁ କରିଥିଲେ । “ବିରାଟ କୋହଲି ଖେଳରେ ହାରିବା କଥାକୁ ମନକୁ ଆଣନ୍ତି ନାହିଁ କାରଣ ସେ ଜିତିବା ପାଇଁ ଖେଳନ୍ତି । 90 ଏବଂ 2000 ଦଶକରେ ଅଷ୍ଟ୍ରେଲିଆ ତାହା କରିଥିଲା, ସେଥିପାଇଁ ସେମାନେ ଏତେ ସଫଳ ହୋଇଥିଲେ । ଆପଣ ଯାଆନ୍ତି, ଚେଷ୍ଟା କରନ୍ତି ଓ ମ୍ୟାଚ ଜିତନ୍ତି ଓ ଯଦି ସେହି ପ୍ରକ୍ରିୟା ବେଳେ ଆପଣ ହାରି ଯାଆନ୍ତି ତେହେ ତାହା ଖେଳର ଗୋଟିଏ ଅଂଶ ।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.