କୋଲକାତା: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଚିକିତ୍ସା କରିବେ ଦେଶର ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଦେବୀ ସେଟ୍ଟି । ଏନେଇ ସୂଚନା ଦେଇଛନ୍ତି ଗାଙ୍ଗୁଲି ଭର୍ତ୍ତି ହୋଇଥିବା ଉଡଲାଣ୍ଡସ ହସ୍ପିଟାଲର ମେଡିକାଲ ଟିମ ।
ଆସନ୍ତାକାଲି(ସୋମବାର) ଡାକ୍ତର ଦେବୀ ସେଟ୍ଟି କୋଲକାତାରେ ପହଞ୍ଚିବେ । ପରେ ଅଧିକ ଚିକିତ୍ସା ପାଇଁ ଯାହା କିଛି ଆବଶ୍ୟକ ତାଙ୍କୁ ଯୋଗାଇଦିଆଯିବ ବୋଲି ଟିମ ପକ୍ଷରୁ କୁହାଯାଇଛି ।
ସେ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ପଚାରି ବୁଝିସାରିଛନ୍ତି ଓ ସମସ୍ତ ରିପୋର୍ଟ ଦେଖିସାରିଥିବା ମେଡିକାଲ ଟିମ ପକ୍ଷରୁ କୁହାଯାଇଛି । ଏଥିସହ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତିରେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।
ଗାଙ୍ଗୁଲି ଶନିବାର ଅପରାହ୍ନ ପ୍ରାୟ 1.00 ସୁଦ୍ଧା ଛାତିରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ବାନ୍ତି ଓ ମୁଣ୍ଡ ବୁଲେଇବା ନେଇ ଅନୁଭବ କରିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦିନ 11.00 ସୁଦ୍ଧା ଘରୋଇ ଜିମରେ ବ୍ୟାୟାମ କରୁଥିବାବେଳେ ଅସୁସ୍ଥ ଅନୁଭବ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ