ETV Bharat / sports

‘ହ୍ୟାଟ୍ରିକ ମ୍ୟାନ’ ଦୀପକ ଚହରଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - exclusive interview with deepak chahar

ଦୁଇ ଦୁଇଥର ହ୍ୟାଟ୍ରିକ ୱିକେଟ ନେବା ପରେ "ଇଟିଭି ଭାରତ" ସହ ସ୍ବତନ୍ତ୍ର ସାକ୍ଷାତକାର କରିଛନ୍ତି ଚହର।

ଦୀପକ ଚହର
author img

By

Published : Nov 12, 2019, 11:16 PM IST

ଥିରୁଅନନ୍ତପୁରମ: ନାଗପୁର ନିର୍ଣ୍ଣାୟକ ମ୍ୟାଚରେ ପରେ ପୁଣି ହ୍ୟାଟ୍ରିକ ଜଲୱା ଦେଖାଇଛନ୍ତି ଭାରତୀୟ ବୋଲର ଦୀପକ ଚହର । ମଙ୍ଗଳବାର ସୟଦ ମୁସ୍ତକ ଅଲ୍ଲୀ ଟ୍ରଫିରେ ପୁଣି ହ୍ୟାଟ୍ରିକ୍‌ ନେଇଛନ୍ତି ଭାରତୀୟ ବୋଲର ଦୀପକ ଚହର । ବିଦର୍ଭ ବିପକ୍ଷ ମ୍ୟାଚରେ କମାଲ କରିଛନ୍ତି ଏହି ରାଜସ୍ଥାନୀ ବୋଲର। ଦୁଇ ଦୁଇଥର ହ୍ୟାଟ୍ରିକ ୱିକେଟ ନେବା ପରେ ଇଟିଭି ଭାରତ ସହ ସ୍ବତନ୍ତ୍ରସାକ୍ଷାତକାର କରିଛନ୍ତି ଚହର ।

ଆଜିର ମ୍ୟାଚରେ 3 ଓଭର ବୋଲିଂରେ 18 ରନ ବ୍ୟୟ କରି 4ଟି ଶୀକାର କରିଛନ୍ତି ଏହି 27 ବର୍ଷୀୟ ଖେଳାଳି । ବିପକ୍ଷ ଦଳ ଦର୍ଶନ ନାଲକାଣ୍ଡେ, ଶ୍ରୀକାନ୍ତ ୱ ଏବଂ ଅକ୍ଷୟ ୱାଡେକରଙ୍କୁ ଆଉଟ୍‌ କରି ଏହି ସଫଳତା ପାଇଛନ୍ତି । ଚହରଙ୍କ ଘାତକ ବୋଲିଂ ଯୋଗୁ ବିଦର୍ଭ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ ମାତ୍ର 99 ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଏହା ପୂର୍ବରୁ ରବିବାର ବାଂଲାଦେଶ ବିପକ୍ଷ ଶେଷ ଟି-20 ମ୍ୟାଚରେ ହ୍ୟାଟ୍ରିକ ଶୀକାର କରିଥିଲେ ଚହର । ନାଗପୁର ନିର୍ଣ୍ଣାୟକ ମ୍ୟାଚରେ 3.2 ଓଭରରେ ମାତ୍ର 7ରନ ବ୍ୟୟରେ 6 ୱିକେଟ ହଲ ଅକ୍ତିଆର କରିଥିଲେ ଚହର ।

"ହ୍ୟାଟ୍ରିକ ମ୍ୟାନ" ଦୀପକ ଚହରଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ତେବେ ଚହର କହିଛନ୍ତି, ଭାରତୀୟ ଖେଳାଳିଙ୍କ ସଫଳତାର କାରଣ ଆଇପିଏଲ ଭଳି ପ୍ଲାଟଫର୍ମ । ସେ ଦୀର୍ଘଦିନ ସଂଙ୍ଘର୍ଷ କରିବା ପରେ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିଲେ । ଯାହା ଫଳରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳି ପାରିଛି । ଏଥିସହିତ ରାଜସ୍ଥାନ ରଣଜୀ ଦଳର ତାରିଫରେ କହିଛନ୍ତି ରାଜସ୍ଥାନ କ୍ରିକେଟ ଖେଳାଳି ଭଲ ପ୍ରଦର୍ଶନ କରି ଆସୁଛନ୍ତି । ଆଗାକୁ ସୁଯୋଗ ମିଳିଲେ ସେ ଆହୁରି ଭଲ ପ୍ରଦର୍ଶନ କରିବେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.