ଲଣ୍ଡନ: 2019 ଦିନିକିଆ ବିଶ୍ବକପ ମେଡାଲ ଫେରିପାଇଲେ ଇଂଲଣ୍ଡ ସ୍ପିଡଷ୍ଟାର ଜୋଫ୍ରା ଆର୍ଚର । 'ଗେଷ୍ଟ ବେଡରୁମ' ରୁ ଆର୍ଚରଙ୍କୁ ମିଳିଲା ଏହି ମେଡାଲ । ଏନେଇ ମେଡାଲ ଫଟୋ ସହ ଟ୍ବିଟ ଯୋଗେଁ ସୂଚନା ଦେଇଛନ୍ତି ଆର୍ଚର ।
-
Randomly searching the guest bedroom and boom 🥺 pic.twitter.com/EPNC55tN37
— Jofra Archer (@JofraArcher) April 26, 2020 " class="align-text-top noRightClick twitterSection" data="
">Randomly searching the guest bedroom and boom 🥺 pic.twitter.com/EPNC55tN37
— Jofra Archer (@JofraArcher) April 26, 2020Randomly searching the guest bedroom and boom 🥺 pic.twitter.com/EPNC55tN37
— Jofra Archer (@JofraArcher) April 26, 2020
ଗତକାଲି ଘର ପରବର୍ତ୍ତନ ବେଳେ ବିଶ୍ବକପ ମେଡାଲ ହଜିଯାଇଥିବା କହିଥିଲେ ଏହି ଇଂଲଣ୍ଡ ସ୍ପିଡଷ୍ଟାର । 25 ବର୍ଷିୟ ଜୋଫ୍ରୋ ଆର୍ଚର 2019 ଦିନିକିଆ କ୍ରିକେଟ ବିଶ୍ବକପ ବିଜେତା ଇଂଲଣ୍ଡ ଦଳର ପ୍ରମୁଖ ସଦସ୍ୟ ରହିଛନ୍ତି । ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ମୋଟ 20 ୱିକେଟ ହାସଲ କରିବା ସହ, ଶ୍ରେଷ୍ଠ 3 ସର୍ବାଧିକ ୱିକେଟ ହାସଲକାରୀ ବୋଲର ତାଲିକାରେ ରହିଥିଲେ ଜୋଫ୍ରା ଆର୍ଚର ।
ବିଶ୍ବକପର ପ୍ରଥମ ସଂସ୍କରଣ ବର୍ଷ 1975 ରୁ 2019 ବିଶ୍ବକପ ଆରମ୍ଭ ପର୍ଯ୍ୟନ୍ତ ଇଂଲଣ୍ଡ ବିଶ୍ବକପ ବିଜୟର ସ୍ବାଦ ଚାଖିପାରିନଥିଲା । ମାତ୍ର 2019ରେ ଘରୋଇ ମାଟିରେ ପ୍ରଥମଥର ବିଶ୍ବ ଚମ୍ପିଆନ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ