ETV Bharat / sports

ଅହମ୍ମଦାବାଦ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା

author img

By

Published : Feb 16, 2021, 5:23 PM IST

Updated : Feb 16, 2021, 6:31 PM IST

ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା । ଫେବ୍ରୁଆରୀ 24, ବୁଧବାର ଠାରୁ ତୃତୀୟ ଟେଷ୍ଟ ଅହମ୍ମଦାବାଦରେ ଖେଳାଯିବ । ଅଧିକ ପଢନ୍ତୁ...

England Men name squad for third India Test
ଅହମ୍ମବାଦ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଚେନ୍ନାଇ: ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା । ଫେବ୍ରୁଆରୀ 24, ବୁଧବାର ଠାରୁ ତୃତୀୟ ଟେଷ୍ଟ ଅହମ୍ମଦାବାଦରେ ଖେଳାଯିବ । ଏଥିପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡ 17 ଜଣିଆ ଟିମ ଘୋଷଣା କରିଛି ।

ପ୍ରଥମ ଦୁଇଟି ଟେଷ୍ଟରୁ ବିଶ୍ରାମ ପରେ ଜନ୍ନି ବେୟାଷ୍ଟୋ ଓ ମାର୍କ ଉଡ୍‌ ସ୍କ୍ବାଡକୁ ଫେରିଛନ୍ତି । ଅନ୍ୟପଟେ ଘୋଷିତ ଟିମରୁ ଅଲରାଉଣ୍ଡର ମୋଇନ ଅଲୀ ବାଦ୍‌ ପଡିଛନ୍ତି । ମୋଇନ ଅଲୀ ବ୍ରେକ୍‌ ନେବାକୁ ଇଛାବ୍ୟକ୍ତ କରି ଇଂଲଣ୍ଡ ଫେରିଯିବାକୁ ଚାହିଁଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ 1-1ରେ ବରାବର ରହିଛି । ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିଜୟୀ ହେବାପରେ ଦ୍ବିତୀୟ ଟେଷ୍ଟରେ ବିଜୟ ସହ ସିରିଜକୁ କମବ୍ୟାକ କରିଛି ଭାରତ ।

ତୃତୀୟ ଟେଷ୍ଟ ପାଇଁ ଘୋଷିତ ଇଂଲଣ୍ଡ ଦଳ : ଜୋ ରୁଟ୍‌(କ୍ୟାପଟେନ), ଜେମ୍ସ ଆଣ୍ଡରସନ, ଜୋଫ୍ରା ଆର୍ଚର, ଜନ୍ନି ବେୟାରଷ୍ଟୋ, ଡୋମିନିକ ବେସ, ଷ୍ଟୁଆର୍ଟ ବ୍ରଡ, ରରି ବର୍ଣ୍ଣସ, ଜାକ କ୍ରାୱଲେ, ବେନ ଫୋକ୍ସ, ଡାନ ଲରେନ୍ସ, ଡାକ ଲିଚ, ଓଲି ପୋପ , ଡମ ସିବଲି, ବେନ ଷ୍ଟୋକ୍ସ, ଓଲି ଷ୍ଟୋନ, କ୍ରିସ ୱର୍କ୍ସ, ମାର୍କ ଉଡ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2021, 6:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.