ETV Bharat / sports

ଆୟରଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଇଂଲଣ୍ଡ ଦଳ ଘୋଷଣା - ଆୟରଲାଣ୍ଡ-ଇଂଲଣ୍ଡ ଦିନିକିଆ ସିରିଜ

ଆୟରଲାଣ୍ଡ ବିପକ୍ଷ ଆଗାମୀ ଦିନିକିଆ ସିରିଜ ପାଇଁ 14 ଜଣିଆ ଇଂଲଣ୍ଡ ଦଳ ଘୋଷଣା ହୋଇଛି । ଇଆନ ମୋର୍ଗାନ ଇଂଲଣ୍ଡର କ୍ୟାପଟେନ ଥିବାବେଳେ, ମୋଇନ ଅଲ୍ଲୀଙ୍କୁ ଭାଇସ-କ୍ୟାପଟେନ ଭାର ମିଳିଛି ।

England announce 14-man squad for Ireland ODIs
ୟରଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଇଂଲଣ୍ଡ ଦଳ ଘୋଷଣା
author img

By

Published : Jul 28, 2020, 4:17 PM IST

Updated : Jul 28, 2020, 6:59 PM IST

ଲଣ୍ଡନ: ଆୟରଲାଣ୍ଡ ବିପକ୍ଷ ଆଗାମୀ ଦିନିକିଆ ସିରିଜ ପାଇଁ 14 ଜଣିଆ ଇଂଲଣ୍ଡ ଦଳ ଘୋଷଣା ହୋଇଛି । ଏଜେସ ବାୱଲ ସାଉଥହାମ୍ପଟନରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ଆସନ୍ତା ଗୁରୁବାର ଠାରୁ ଏହି ସିରିଜ ଆରମ୍ଭ ହେବ । ଜୈବ ସୁରକ୍ଷିତ ପରିବେଶରେ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ଇଆନ ମୋର୍ଗାନ ଇଂଲଣ୍ଡର କ୍ୟାପଟେନ ଥିବାବେଳେ, ମୋଇନ ଅଲ୍ଲୀଙ୍କୁ ଭାଇସ-କ୍ୟାପଟେନ ଭାର ମିଳିଛି ।

ଏହି ସିରିଜରୁ ଆଇସିସି ବିଶ୍ବକପ ସୁପର ଲିଗର ପ୍ରଥମ ସଂସ୍କରଣ ଆରମ୍ଭ ହେବ । ପଏଣ୍ଟ ଟେବୁଲର ଶୀର୍ଷ 7ଟି ଦଳ 2023ରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିବେ ।

  • Our return to home soil as world champions! 🏏🌍🏆

    — England Cricket (@englandcricket) July 27, 2020 " class="align-text-top noRightClick twitterSection" data=" ">

ଅନ୍ୟପଟେ ଏହି ସିରିଜ ପାଇଁ 14 ଜଣିଆ ଆୟରଲାଣ୍ଡ ଦଳ ଘୋଷଣା ହୋଇଛି । "ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରତ୍ୟେକ ମ୍ୟାଚ ପାଇଁ 14 ଜଣିଆ ଦଳ ପ୍ରସ୍ତୁତ ହୋଇଛି । ଆବଶ୍ୟକ ସ୍ଥଳେ ବଦଳ ଖେଳାଳି ଭାବେ ଅନ୍ୟ ଖେଳାଳି ଖେଳିପାରିବେ ।" ଆୟରଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପୂର୍ବରୁ 22ଜଣିଆ ଆୟରଲାଣ୍ଡ ଦଳ ସାଉଥହାମ୍ପଟନ ଗସ୍ତ କରିଥିଲା । ଚୟନକର୍ତ୍ତା ପ୍ରତ୍ୟେକ ମ୍ୟାଚ ପାଇଁ 14 ଜଣିଆ ଦଳ ଚୟନ କରିବା ନେଇ ବ୍ୟବସ୍ଥା ହୋଇଛି । ଏଥିସହିତ ବାକି 8 ଖେଳାଳିଙ୍କୁ ରିଜର୍ଭରେ ରଖାଯାଇଛି ।

England announce 14-man squad for Ireland ODIs
ଆୟରଲାଣ୍ଡ ଦଳ ଘୋଷଣା

ଜୁଲାଇ 30ରେ ପ୍ରଥମ ମ୍ୟାଚ ପରେ ସମାନ ସାଉଥହାମ୍ପଟନ ଗ୍ରାଉଣ୍ଡରେ ଅଗଷ୍ଟ 1 ରେ ସିରିଜର 2ୟ ଓ ଅଗଷ୍ଟ 4ରେ 3ୟ ମ୍ୟାଚ ଖେଳାଯିବ ।

ଘୋଷିତ ଆୟରଲାଣ୍ଡ ଦଳ: ଆଣ୍ଡ୍ରିୟୁ ବାଲବିରିନ(କ୍ୟାପଟେନ), ପଲ ଷ୍ଟ୍ରିଲିଂ(ଭାଇସ କ୍ୟାପଟେନ), କର୍ଟିସ କାମ୍ଫର, ଗାରେଥ ଡେଲେନି, ଜୋସ ଲିଟଲ, ଆଣ୍ଡ୍ରିୟୁ ମେକବ୍ରିନ, ବେରୀ ମେକକାର୍ଥି, କେଭିନ ଓ ବ୍ରେଇନ, ୱିଲିୟମ ପୋଟରଫିଲ୍ଡ, ବୟଡ ରନକୀନ, ସିମି ସିଂ, ହେରୀ ଟେକ୍ଟର, ଲରକନ ଟକର, କ୍ରେଗ ୟଙ୍ଗ ।

ଘୋଷିତ ଇଂଲଣ୍ଡ ଦଳ: ଇଆନ ମୋର୍ଗାନ(କ୍ୟାପଟେନ), ମୋଇନ ଅଲ୍ଲୀ, ଜନ୍ନି ବେୟାରଷ୍ଟୋ, ଟମ ବଣ୍ଟନ, ସାମ ବିଲିଙ୍ଗ୍ସ, ଟମ କରନ, ଲିଆନ ଡାୱସନ, ଜୋ ଡେନଲି, ସାକିବ ମହମ୍ମୁଦ, ଆଦିଲ ରସିଦ, ଜେସନ ରୟ, ରିସ ଟପଲେ, ଜେମ୍ସ ଭିନ୍ସ ଓ ଡେଭିଡ ୱେଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 28, 2020, 6:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.