ମାଞ୍ଚେଷ୍ଟର: ଇଂଲଣ୍ଡ-ଇଣ୍ଡିଜ ମଧ୍ୟରେ 3ୟ ତଥା ନିର୍ଣ୍ଣାୟକ ଟେଷ୍ଟ ଶନିବାର ମାଞ୍ଚେଷ୍ଟରରେ ଖେଳାଯିବ । ବିଜୟ କିମ୍ବା ଡ୍ର ଆଶାରେ ସମସ୍ତ ୱେଷ୍ଟଇଣ୍ଡିଜ ଫ୍ୟାନ୍ସ ଓ କ୍ରିକେଟର ରହିଛନ୍ତି । ଯାହା ଫଳରେ ୱିସଡେନ ସିରିଜ କାରବିୟନ ଟିମ ପାଖରେ ରହିବ । ଗତବର୍ଷ ଇଂଲଣ୍ଡକୁ ହରାଇ ୱିସଡେନ ସିରିଜ ବିଜୟୀ ହୋଇଥିଲା ଜେସନ ହୋଲ୍ଡରଙ୍କ ଟିମ ।
ତେବେ ଚଳିତ ସିରିଜ 1-1ରେ ବରାବର ରହିଛି । ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ ବାଜିମାତ କରିବା ପରେ, 2ୟ ଟେଷ୍ଟରେ ଷ୍ଟୋକ୍ସଙ୍କ ଦମଦାର ପ୍ରଦର୍ଶନ ବଳରେ 113 ରନରେ ବିଜୟୀ ହୋଇଥିଲା ଘରୋଇ ଇଂଲଣ୍ଡ । ଫଳରେ ସିରିଜର 3ୟ ତଥା ନିର୍ଣ୍ଣାୟକ ଟେଷ୍ଟ ବିଜୟ ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ ।
ମାତ୍ର ଭ୍ରମଣକାରୀ ଇଣ୍ଡିଜ ଦଳ ପାଇଁ ପରିସ୍ଥିତି ସହଜ ହେବନାହିଁ ବୋଲି ଚର୍ଚ୍ଚା ହେଉଛି । ଜୈବ ସୁରକ୍ଷା କଟକଣାର ଉଲ୍ଲଙ୍ଘନ କରି 2ୟ ଟେଷ୍ଟରୁ ବାଦ ପଡିଥିବା ଜୋଫ୍ରା ଆର୍ଚର 3ୟ ଟେଷ୍ଟରେ ଦଳକୁ ଫେରିଛନ୍ତି । ଆର୍ଚର ଅଭ୍ୟାସ ସେସନରେ ଦମଦାର ବୋଲିଂ ସହ ଫର୍ମରେ ଥିବା ପ୍ରମାଣା ଦେଇଛନ୍ତି । ଫଳରେ ଟିମରେ ସାମିଲ ହୋଇଥିବାରୁ ଏହ ଫାଇଦାମାନ ସାବ୍ୟସ୍ତ ହେବ ବୋଲି ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଓଲି ପୋପ ଏକ ଗଣମାଧ୍ୟମରେ ପ୍ରତିକ୍ରିୟ ରଖିଛନ୍ତି ।
ଇଂଲଣ୍ଡ ତାର ଶକ୍ତିଶାଳୀ ବୋଲିଂ ଆଟାକ ଚୁଡାନ୍ତ ଏକାଦଶରେ ସାମିଲ କରିବାନେଇ ପୂର୍ବରୁ କୋଚ କ୍ରିସ ସିଲଭରଉଡ ଦୃଢୋକ୍ତି କରିଛନ୍ତି ।
ପ୍ରଥମ ଟେଷ୍ଟରେ ଷ୍ଟୁଆର୍ଟ ବ୍ରଡ ବାଦ ପଡିଥିଲେ । 2ୟ ଟେଷ୍ଟରେ ଆଣ୍ଡରସନଙ୍କୁ ବିଶ୍ରାମ, ଆର୍ଚର ବାଦ୍ ସହ ବ୍ରଡଙ୍କୁ ସାମିଲ କରାଯାଇଥିଲା । ଅନ୍ୟ ବୋଲରଙ୍କ ମଧ୍ୟରେ କ୍ରିସ ୱର୍କ୍ସ, ସାମ କରନ ଓ ମାର୍କ ଉଡଙ୍କୁ ନେଇ ଇଂଲଣ୍ଡ ବୋଲିଂ ଆଟାକ ଶକ୍ତିଶାଳୀ ରହିଛି ।
ଅନ୍ୟପଟେ ଇଣ୍ଡିଜ ପାଇଁ ଷ୍ଟାର ବ୍ୟାଟ୍ସମ୍ୟାନ ସାଇ ହୋପଙ୍କ ନୈରାଶାଜନକ ପ୍ରଦର୍ଶନ ଚିନ୍ତାର କାରଣ ହୋଇଛି । 4ଟି ଇଂନିସରେ ଯଥାକ୍ରମେ ହୋପ 16, 9, 25 ଓ7 ରନ କରିଛନ୍ତି । ଏପରି ସ୍ଥିତିରେ ବ୍ଳାକଉଡ, ବ୍ରେଥୱେଟ ଓ ବ୍ରୁକ୍ସଙ୍କ ଉପରେ ବ୍ୟାଟିଂ ବିଭାଗ ନିର୍ଭର କରିବ । ବୋଲିଂ ବିାଗରେ କ୍ୟାପଟେନ ହୋଲ୍ଡରଙ୍କ ସହ ଗାବ୍ରିଏଲ ଓ କେମାର ରୋଚ ରହିଛନ୍ତି ।
ଇଂଲଣ୍ଡ ଦଳ: ଟସ ବଟଲର(ୱିକେଟ କିପର), ରରି ବର୍ଣ୍ଣସ, ଡୋମିନିକ ସିବଲେ, ଜାକ କ୍ରାୱଲେ, ବେନ ଷ୍ଟୋକ୍ସ, ଓଲି ପୋପ୍, ଡୋମିନିକ ବେସ, ଜୋଫ୍ରା ଆର୍ଚର, ଷ୍ଟୁଆର୍ଟ ବ୍ରଡ, ଜେମ୍ସ ଆଣ୍ଡରସନ, କ୍ରିସ ୱର୍କ୍ସ, ସାମ କରନ, ମାର୍କ ଉଡ ।
ୱେଷ୍ଟଇଣ୍ଡିଜ ଦଳ: ସେନ ଡାୱରିଚ(ୱିକେଟ କିପର), ଜେସନ ହୋଲ୍ଡର(କ୍ୟାପଟେନ), ରୋଷ୍ଟନ ଚେଜ୍, କ୍ରେଗ ବ୍ରେଥୱେଟ, ଜନ ଚାମ୍ପବେଲ, ଆଲଜେରୀ ଜୋସେଫ, ସାଇ ହୋପ, ସମରହ ବ୍ରୁକ୍ସ, ଜେମାଇନ ବ୍ଳାକଉଡ, କେମାର ରୋଚ, ସାନନ ଗାବ୍ରିଏଲ, ନକ୍ରୁହ ବୁନର, ରହକୀମ କର୍ଣ୍ଣୱେଲ, ରେମନ ରୈଫର, ଚେମାର ହୋଲ୍ଡର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ