ETV Bharat / sports

ବ୍ରଡଙ୍କୁ ବାଦ ଦେଇ ନାହିଁ କୌଣସି ପଶ୍ଚାତାପ: ଷ୍ଟୋକ୍ସ

author img

By

Published : Jul 13, 2020, 7:31 PM IST

ସାଉଥମ୍ପଟନରେ ପରାଜୟ ପରେ ବ୍ରଡଙ୍କୁ ବାଦ ଦେବା ନେଇ ଷ୍ଟାଣ୍ଡ-ଇନ ଅଧିନାୟକ ବେନ ଷ୍ଟୋକ୍ସଙ୍କ ବୟାନ । କହିଲେ ଷ୍ଟୁଆର୍ଟ ବ୍ରଡଙ୍କୁ ଛାଡ଼ି ଦେଇ କୌଣସି ପଶ୍ଚାତାପ ନାହିଁ । ଅଧିକ ପଢ଼ନ୍ତୁ...

Do not regret leaving Broad out, Ben Stokes after Southampton loss, Stuart broad,  ଷ୍ଟୁଆର୍ଟ ବ୍ରଡ, ବେନ ଷ୍ଟୋକ୍ସ, ବ୍ରଡଙ୍କୁ ବାଦ ଦେଇ ନାହିଁ କୌଣସି ପଶ୍ଚାତାପ
ବ୍ରଡଙ୍କୁ ବାଦ ଦେଇ ନାହିଁ କୌଣସି ପଶ୍ଚାତାପ: ଷ୍ଟୋକ୍ସ

ସାଉଥମ୍ପଟନ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ପେସର ଷ୍ଟୁଆର୍ଟ ବ୍ରଡଙ୍କୁ ଅନ୍ତିମ ଏକାଦଶରୁ ବାଦ ଦେଇ କୌଣସି ପଶ୍ଚାତାପ ନାହିଁ ବୋଲି ଷ୍ଟାଣ୍ଡ-ଇନ୍ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ କହିଛନ୍ତି ।

ଟେଷ୍ଟ ମ୍ୟାଚର ଅନ୍ତିମ ଦିନରେ 200 ରନ ବିଜୟ ଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ ଚମତ୍କାର ପ୍ରଦର୍ଶନ ସହିତ ମ୍ୟାଚ ଜିତି 3 ମ୍ୟାଚ ବିଶିଷ୍ଟ ସିରିଜରେ 1-0ରେ ଆଗୁଆ ହୋଇଛି । ତେବେ ମ୍ୟାଚରେ ଜେରମାଇନ ବ୍ଲାକଉଡଙ୍କ ପ୍ରଦର୍ଶନ ଖୁବ ଭଲ ରହିଥିଲା ।

ରବିବାର ମ୍ୟାଚ୍ ପରେ ଷ୍ଟୋକ୍ସ କହିଛନ୍ତି, “ମୁଁ ଷ୍ଟୁଆର୍ଟ ବ୍ରଡଙ୍କୁ ବାଦ ଦେଇ ପଶ୍ଚାତାପ କରୁନାହିଁ ଏବଂ ଆମେ ଭାଗ୍ୟବାନ ଯେ ତାଙ୍କ ଭଳି ଜଣଙ୍କୁ ଛାଡ଼ି ଦେଇଛୁ । ସେ ସେହି ସାକ୍ଷାତକାରରେ ଦେଖାଇଥିବା ଉତ୍ସାହ ଦେଖାଇ ନଥିଲେ ବୋଧହୁଏ ମୁଁ ଦୁଃଖୀ ହୋଇଥାନ୍ତି ଏବଂ ସେ କୌଣସି ସ୍ଥାନରେ ତାହା କରି ନାହାନ୍ତି । ଯଦି ସେ ଦ୍ବିତୀୟ ଟେଷ୍ଟରେ ଖେଳନ୍ତି ତେବେ ମୁଁ ଆଶା କରୁଛି ସେ କିଛି ୱିକେଟ ନେଇ ପାରିବେ ।

2007ରେ ଡେବ୍ୟୁ କରିବା ପରଠାରୁ 138 ଟେଷ୍ଟରେ 485 ଟେଷ୍ଟ ୱିକେଟ ନେଇଥିବା ବ୍ରଡ ପ୍ରଥମ ଟେଷ୍ଟ ପାଇଁ ଡ୍ରପ ହେବା ପରେ ସେ ନିରାଶ, କ୍ରୋଧିତ ଏବଂ, ଅସନ୍ତୁଷ୍ଟ ବୋଲି ସ୍ବୀକାର କରିଥିଲେ।

ଜେମ୍ସ ଆଣ୍ଡରସନ ଏବଂ ଜୋଫ୍ରା ଆର୍ଚର ଏବଂ ମାର୍କ ଉଡଙ୍କ ଅତିରିକ୍ତ ପେସ ସହିତ ଇଂଲଣ୍ଡ ଦଳ ଖେଳିଥିଲା ଓ ବ୍ରଡଙ୍କୁ ଟିମରୁ ବାଦ ଦେଇଥିଲା ।

ତବେ ଜୋ ରୁଟଙ୍କ ଅନୁପସ୍ଥିତିରେ ପ୍ରଥମ ଥର ପାଇଁ ସେ ନିଜ ଦେଶ ପାଇଁ ଟେଷ୍ଟ ମ୍ୟାଚରେ ଅଧିନାୟକତ୍ବ କରିବାକୁ ଉପଭୋଗ କରିଥିଲେ ବୋଲି ଷ୍ଟୋକ୍ସ କହିଛନ୍ତି, ସେ କହିଛନ୍ତି ଯେ, ମୁଁ ଇଂଲଣ୍ଡ ଅଧିନାୟକତ୍ବକୁ ଭଲ ପାଏ, କିନ୍ତୁ ଏହା ଜୋଙ୍କ ଦଳ ଏବଂ ମୁଁ ତାଙ୍କୁ ପୁଣି ଥରେ ସ୍ବାଗତ କରୁଛି।

ଦ୍ବିତୀୟ ସନ୍ତାନର ଜନ୍ମ ପାଇଁ ଛୁଟିରେ ଥିବା ରୁଟ ଦ୍ବିତୀୟ ଟେଷ୍ଟ ଯାହା ଓଲ୍ଡ ଟ୍ରାଫର୍ଡରେ 16 ଜୁଲାଇରୁ ଖେଳାଯିବ ସେଥିରେ ଟିମ ସହ ଯୋଗ ଦେବେ ବୋଲି ଆଶା କରାଯାଉଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.