ନୂଆଦିଲ୍ଲୀ: ଇଂଲଣ୍ଡର ଯୁବ କ୍ରିକେଟର ଜାକ କ୍ରାୱଲେଙ୍କ ପ୍ରଶଂସାରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ସାଉଥାମ୍ପଟନରେ ପାକିସ୍ତାନ ବିପକ୍ଷ 3ୟ ଟେଷ୍ଟରେ ଇଂଲଣ୍ଡର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ କ୍ରାୱଲେ 267 ରନର ଦମଦାର ଇଂନିସ ଖେଳିଛନ୍ତି ।
ଗାଙ୍ଗୁଲି ଏନେଇ ଏକ ଟ୍ବିଟରେ କ୍ରାୱଲେଙ୍କୁ ପ୍ରଶଂସା କରିବା ସହ, 3ନଂ ସ୍ଥାନରେ ଇଂଲଣ୍ଡ ଅନ୍ୟଜଣେ ଦକ୍ଷ ଖେଳାଳିଙ୍କୁ ପାଇଥିବା ଲେଖିଛନ୍ତି । ଏଥିସହିତ ସମସ୍ତ ଫର୍ମାଟରେ କ୍ରାୱଲେଙ୍କୁ ଦେଖିବାକୁ ଆଶାବାଦୀ ଥିବା କହିଛନ୍ତି ।
-
England have found a very good no 3 in Crawley.. looks a class player .. hope to see him in all formats regularly @nassercricket @ECB_cricket
— Sourav Ganguly (@SGanguly99) August 22, 2020 " class="align-text-top noRightClick twitterSection" data="
">England have found a very good no 3 in Crawley.. looks a class player .. hope to see him in all formats regularly @nassercricket @ECB_cricket
— Sourav Ganguly (@SGanguly99) August 22, 2020England have found a very good no 3 in Crawley.. looks a class player .. hope to see him in all formats regularly @nassercricket @ECB_cricket
— Sourav Ganguly (@SGanguly99) August 22, 2020
-
⭐ Zak Crawley before this game: 11 innings, 314 Test runs
— ICC (@ICC) August 22, 2020 " class="align-text-top noRightClick twitterSection" data="
⭐ Zak Crawley in this game: One innings, 250* runs
WHAT A KNOCK! 🔥#ENGvPAK pic.twitter.com/R1hXRH803u
">⭐ Zak Crawley before this game: 11 innings, 314 Test runs
— ICC (@ICC) August 22, 2020
⭐ Zak Crawley in this game: One innings, 250* runs
WHAT A KNOCK! 🔥#ENGvPAK pic.twitter.com/R1hXRH803u⭐ Zak Crawley before this game: 11 innings, 314 Test runs
— ICC (@ICC) August 22, 2020
⭐ Zak Crawley in this game: One innings, 250* runs
WHAT A KNOCK! 🔥#ENGvPAK pic.twitter.com/R1hXRH803u
ଟେଷ୍ଟ କ୍ଯାରିୟରର ମାତ୍ର ଅଷ୍ଟମ ମ୍ୟାଚରେ 22 ବର୍ଷୀୟ କ୍ରାୱଲେ 267 ରନର ମାରାଥନ ଦ୍ବିଶତକୀୟ ଇଂନିସ ଖେଳିଛନ୍ତି । ଶନିବାର ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ ବଟଲରଙ୍କ ସହ ମିଶି କ୍ରାୱଲେ 5ମ ୱିକେଟ ଯୋଡିରେ ରେକର୍ଡ 359 ରନର ପାର୍ଟନରସିପ କରିଛନ୍ତି । ଏଥିସହିତ 3ୟ ଟେଷ୍ଟରେ ପାକିସ୍ତାନ ବିପକ୍ଷରେ ବିଜୟ ଦ୍ବାରଦେଶରେ ରହିଛି ଘରୋଇ ଇଂଲଣ୍ଡ ।
ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ସ୍ଥାନରେ 3ୟ ଟେଷ୍ଟରେ ଟିମରେ ସାମିଲ ହୋଇଥିଲେ କ୍ରାୱଲେ । ପାରିବାରିକ କାରଣରୁ ଷ୍ଟୋକ୍ସ 3ୟ ଟେଷ୍ଟରୁ ଓହରିବା ସହ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ