ହାଇଦ୍ରାବାଦ: ମହାମାରୀ କୋରୋନା ଲଢେଇରେ ସାମିଲ ହୋଇଛନ୍ତି ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ହେନେରୀ ନିକୋଲାସ । ସହାରାଶି ଅର୍ଥ ରାଶି ଯୋଗାଡ ପାଇଁ ନିଜର 2019 ବିଶ୍ବକପ ଫାଇନାଲ ଟି-ସାର୍ଟକୁ UNICEFକୁ ଦାନ କରିଛନ୍ତି । ଏନେଇ UNICEFର ଅଫିସିଆଲ ଟ୍ବିଟର ପେଜରେ ସୂଚନା ଦିଆଯାଇଛି ।
-
NZ Cricketer @HenryNicholls27 🏏has offered up one of his prized 2019 Cricket World Cup jerseys, signed by the whole team! One lucky donor who has supported our #FoodForKiwiFamilies appeal will receive it. You’ve got to be in it, to win it so donate now! https://t.co/MeMYwTjf0O pic.twitter.com/r0sz5ijDJx
— UNICEF New Zealand (@UNICEFNZ) April 30, 2020 " class="align-text-top noRightClick twitterSection" data="
">NZ Cricketer @HenryNicholls27 🏏has offered up one of his prized 2019 Cricket World Cup jerseys, signed by the whole team! One lucky donor who has supported our #FoodForKiwiFamilies appeal will receive it. You’ve got to be in it, to win it so donate now! https://t.co/MeMYwTjf0O pic.twitter.com/r0sz5ijDJx
— UNICEF New Zealand (@UNICEFNZ) April 30, 2020NZ Cricketer @HenryNicholls27 🏏has offered up one of his prized 2019 Cricket World Cup jerseys, signed by the whole team! One lucky donor who has supported our #FoodForKiwiFamilies appeal will receive it. You’ve got to be in it, to win it so donate now! https://t.co/MeMYwTjf0O pic.twitter.com/r0sz5ijDJx
— UNICEF New Zealand (@UNICEFNZ) April 30, 2020
28 ବର୍ଷିୟ ନିକୋଲାସଙ୍କ ଏହି ବିଶ୍ବକପ ଟି-ସାର୍ଟରେ ଟିମର ସମସ୍ତ ଖେଳାଳିଙ୍କ ସ୍ବାକ୍ଷର ରହିଛି । ନିକୋଲାସଙ୍କ ଏହି ପଦକ୍ଷେଦରେ UNICEF ପକ୍ଷରୁ ପ୍ରଶଂସା କରାଯାଇଛି । 2019 ରୋମାଞ୍ଚକର କ୍ରିକେଟ ବିଶ୍ବକପରେ ନ୍ୟୁଜିଲାଣ୍ଡ ବାଉଣ୍ଡ୍ରି ଆଧାରରେ ଇଂଲଣ୍ଡ ଠାରୁ ପରାଜିତ ହୋଇ ରନର୍ସଅପ ହୋଇଥିଲା । ପ୍ରଥମେ 50 ଓଭର ଓ ପରେ ସୁପର ଓଭରରେ ଉଭୟ ଦଳ ବିଜୟୀ ହୋଇପାରିନଥିଲେ । ଫଳରେ ବାଉଣ୍ଡ୍ରୀ ଆଧାରରେ ବିଜେତା ଚୟନ କରାଯାଇଥିଲା ।
ମହାମାରୀ କୋରୋନା ଭାଇରସ ଲକଡାଉନ କାରଣରୁ ସମସ୍ତ ପ୍ରକାର କ୍ରିକେଟ ବନ୍ଦ ରହିଛି । ମାର୍ଚ୍ଚ 13ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ମ୍ୟାଚରେ ନଜର ଆସିଥିଲେ ନିକୋଲାସ । ଏଯାବତ ନ୍ୟୁଜିଲାଣ୍ଡର ଏହି ଷ୍ଟାର ବ୍ୟାଟ୍ସମ୍ୟାନ 33ଟି ଟେଷ୍ଟ, 49 ଦିନିକିଆ ଓ 5ଟି ଟି-20 ମ୍ୟାଚ ଖେଳିଛନ୍ତି ।