ETV Bharat / sports

ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡରେ ଆର୍ଥିକ ସଙ୍କଟ, କର୍ମଚାରୀ ଛଟେଇ ସମ୍ଭାବନା

author img

By

Published : May 28, 2020, 3:17 PM IST

ଆଗାମୀ ଦିନରେ ଆର୍ଥିକ ପରିଚାଳନା ନେଇ ସଙ୍କଟକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଷ୍ଟାଫ ଛଟେଇ କରିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟନିବାହୀ ଡେଭିଡ ହ୍ବାଇଟ ।

coronavirus: New Zealand Cricket set to suffer job losses
ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡରେ ଆର୍ଥିକ ସଙ୍କଟ, କର୍ମଚାରୀ ଛଟେଇ ସମ୍ଭାବନା

ଅକଲାଣ୍ଡ: ମହାମାରୀ କୋରୋନା ଭାଇରସ ଯୋଗୁଁ ସମସ୍ତ ପ୍ରକାର କ୍ରୀଡା ଇଭେଣ୍ଟ ପ୍ରଭାବିତ ହୋଇଛି । ପଳରେ ଏକାଧିକ କ୍ରୀଡା ପରିଚାଳନା ବୋର୍ଡରେ ଆର୍ଥିକ ସଙ୍କଟ ଦେଖାଦେଇଛି । ଏହି କ୍ରମରେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ସାମିଲ ହୋଇଛି ।

ସଦ୍ୟ ସୂଚନା ଅନୁଯାୟୀ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଷ୍ଟାଫ ଛଟେଇ କରିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟନିବାହୀ ଡେଭିଡ ହ୍ବାଇଟ ।

ନ୍ୟୁଜିଲାଣ୍ଡର ଆଗାମୀ ସିରିଜ ବାଂଲାଦେଶ, ୱେଷ୍ଟଇଣ୍ଡିଜ, ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ରହିଛି । ମାତ୍ର କୋରୋନା ଭାଇରସ ଯୋଗୁଁ ଏହି ସିରିଜ ଗୁଡିକର ଭାଗ୍ୟ ଅନିଶ୍ଚିନ୍ତତାରେ ରହିଛି । ଅନ୍ୟପଟେ ଟି-20 ବିଶ୍ବକପର ଚିତ୍ର ମଧ୍ୟ ସ୍ପଷ୍ଟ ହୋଇନାହିଁ । ଏପରି ସ୍ଥଳେ ଆଗକୁ ଆର୍ଥିକ ପରିଚାଳନାରେ ସଙ୍କଟ ଦେଖାଦେବାର ଯଥେଷ୍ଟ ସମ୍ଭାବନା ରହିଥିବା କହିଛନ୍ତି ଡେଭିଡ ହ୍ବାଇଟ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.