ETV Bharat / sports

'ଆପଣ ଝିଅମାନଙ୍କ ପ୍ରେରଣା' - ଅଧିନାୟିକା ମିତାଲି ରାଜ

ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ମିତାଲି ରାଜ ଗତକାଲି ଅନ୍ତର୍ଜାତୀୟ  ଟି-20 କ୍ୟାରିଅରରୁ ସନ୍ୟାସ ନେଇଛନ୍ତି । ତେବେ ତାଙ୍କର ସଫଳ ଟି-20 ଅନ୍ତରାଷ୍ଟ୍ରୀୟ କ୍ୟାରିୟର ପାଇଁ ଟ୍ବିଟ କରି ଅଭିନନ୍ଦନ ଜଣାଇଛନ୍ତି ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ।

ଡିଜାଇନ ଫଟୋ
author img

By

Published : Sep 4, 2019, 7:29 AM IST

ହାଇଦ୍ରାବାଦ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ମିତାଲି ରାଜ ଗତକାଲି ଅନ୍ତର୍ଜାତୀୟ ଟି-20 କ୍ୟାରିଅରରୁ ସନ୍ୟାସ ନେଇଛନ୍ତି । ଏହାପରେ କ୍ରୀଡା ଜଗତରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ କ୍ରିକେଟର ଚେତେଶ୍ବର ପୂଜାରା ବି ମିତାଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

mithali raj
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@cheteshwar1

ସେ ଟ୍ବିଟ କରି କହିଛନ୍ତି ଯେ, ଏକ ଶ୍ରେଷ୍ଠ ଟି-20 ଅନ୍ତରାଷ୍ଟ୍ରୀୟ କ୍ୟାରିୟର ପାଇଁ ଅଭିନନ୍ଦନ । ଆପଣ ଅନେକ ଝିଅମାନଙ୍କ ପାଇଁ ପ୍ରେରଣା ।

36 ବର୍ଷୀୟ ମିତାଲି ଏଯାଏଁ 32ଟି-20 ମ୍ୟାଚର ନେତୃତ୍ବ ନେଇଥିଲେ । ସେ ଟି-20ମ୍ୟାଚରେ 2000ରନ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା ।

ତେବେ ସେ ଅନ୍ତର୍ଜାତୀୟ ଟି-20 କ୍ୟାରିଅରରୁ ସନ୍ୟାସ ନେବା ପରେ କହିଛନ୍ତି ଯେ, 2006ରୁ ଅନ୍ତର୍ଜାତୀୟ ଟି-20 ମ୍ୟାଚର ନେତୃତ୍ବ ନେବା ପରେ,2021ରେ ବିଶ୍ବକପରେ ନିଜକୁ ପ୍ରସ୍ତୁତ କରିବା ପାଇଁ ଟି-20 କ୍ୟାରିଅରରୁ ସନ୍ୟାସ ନେଉଛି । ଦେଶ ପାଇଁ ବିଶ୍ବକପ ଜିତିବା ମୋର ସ୍ବପ୍ନ ।

ତାଙ୍କୁ ବିସିଆଇ ସର୍ବଦା ସମର୍ଥନ କରିଥିବାରୁ ବିସିଆଇକୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଭାରତୀୟ ଟି-20 ଟିମ୍‌କୁ ଶୁଭକାମନା ଜଣାଇଛନ୍ତି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.