ETV Bharat / sports

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-20

author img

By

Published : Jan 24, 2020, 9:54 AM IST

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟି20 ସିରିଜର ପ୍ରଥମ ମ୍ୟାଚ ଆଜି ଇଡେନ ପାର୍କରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ ହୋଇଥିବାରୁ ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି। ଅଧିକ ପଢନ୍ତୁ...

IndiaVs New Zealand
ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-20

ଅକଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟି20 ସିରିଜର ପ୍ରଥମ ମ୍ୟାଚ ଆଜି ଇଡେନ ପାର୍କରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ ହୋଇଥିବାରୁ ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି। 2019 କ୍ରିକେଟ ବିଶ୍ବକପ ସେମିଫାଇନାଲ ପରେ ପ୍ରଥମ ଥର ମୁହାଁମୁହିଁ ହେବେ ଉଭୟ ଦଳ।

ଭାରତୀୟ ଦଳରେ ଓପନର ଶିଖର ଧାୱନ ଆହତ ଯୋଗୁଁ ବାଦ ପଡିଛନ୍ତି । ଫଳରେ ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ ଓପନିଂ ଦାୟିତ୍ବ ତୁଲାଇବେ। ଶ୍ରେୟସ ଆୟର ମଧ୍ୟକ୍ରମରେ ତାଙ୍କ ସ୍ଥାନ ବଜାୟ ରଖିପାରନ୍ତି । ୱିକେଟ କିପର ଋଷଭ ପନ୍ତଙ୍କୁ ଏହି ସରିଜରେ ପୁଣି ସୁଯୋଗ ମିଳିପାରେ ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଇଣ୍ଡିଆ ଏ ପକ୍ଷରୁ ଖେଳିଥିବା ପୃଥ୍ବୀ ଶ ଓ ସଞ୍ଜୁ ସାମସନଙ୍କୁ ମଧ୍ୟ ମ୍ୟାନେଜମେଣ୍ଟ ସୁଯୋଗ ଦେଇପାରେ। ନ୍ୟୁଜିଲାଣ୍ଡର ପିଚ ପେସ ବୋଲରଙ୍କୁ ସୁହାଉଥିବାରୁ ୱାସିଂଟନ ସୁନ୍ଦରଙ୍କ ସ୍ଥାନରେ ଅଲରାଉଣ୍ଡର ଶିବମ ଦୁବେଙ୍କୁ ସୁଯୋଗ ମିଳିପାରେ । ଉଭୟ ବୋଲିଂ ଓ ବ୍ୟାଟିଂ କ୍ରମରେ କ୍ୟାପଟେନ କୋହଲିଙ୍କ ପାଖରେ ଏକାଧିକ ବିକଳ୍ପ ରହିଛି । ସିରିଜ 5 ମ୍ୟାଚ ବିଶିଷ୍ଟ ହୋଇଥିବାରୁ ପ୍ରଦର୍ଶନ ଓ ଫର୍ମକୁ ଭିତ୍ତି କରି ଚୁଡାନ୍ତ ଏକାଦଶ ସ୍ଥିର ହେବାନେଇ ଆଶା କରାଯାଉଛି। ଘରୋଇ ସିଜିନରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ, ବାଂଲାଦେଶ ଏବଂ ଶ୍ରୀଲଙ୍କାକୁ ହରାଇଛି । ଫଳରେ ଦୃଢ ମନୋବଳ ସହ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ।

ଅନ୍ୟପଟେ ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକୁଳି ପାରିନଥିବା କ୍ବିୱି ଦଳ ପାଇଁ ୱିଲିୟମସନଙ୍କ ଫେରିବା ଖୁସି ଖବର ହୋଇଛି। ନ୍ୟୁଜିଲାଣ୍ଡର ପ୍ରାୟ 7ଜଣ ଆଗଧାଡିର ଖେଳାଳି ଅସୁସ୍ଥତା ଓ ଆହତ କାରଣରୁ ଦଳରୁ ବାଦ ପଡିଥିଲେ। ଘରୋଇ ପଡିଆରେ ଯୁବ ଖେଳାଳି ପ୍ରଭାବି ପ୍ରଦର୍ଶନ କରିବା ନେଇ ଦଳ ଆଶାବାଦୀ।

ନ୍ୟୁଜିଲାଣ୍ଡ ଦଳ: କଲିନ ମନ୍ରୋ, ଡାରୀ ମିଚେଲ, କେନ ୱିଲିୟମସନ(କ୍ୟାପଟେନ), ମାର୍ଟିନ ଗୁପ୍ଟିଲ, ରସ ଟେଲର, ଟମ ବ୍ରୁସ, କଲିନ ଡି ଗ୍ରାଣ୍ଡହୋମ, ମିଚେଲ ସାଣ୍ଟନର, ସ୍କଟ କୁଗଲେଜେନ, ଟିମ ସୈଫର୍ଟ(ୱିକେଟ କିପର), ବ୍ଳେଆର ଟିକନର, ହାମିସ ବେନଟ, ଇସ ଶୋଧି, ଟିମ ସାଉଦୀ ।

ଭାରତୀୟ ଦଳ: କେ ଏଲ ରାହୁଲ, ମନିଷ ପାଣ୍ଡେ, ରୋହିତ ଶର୍ମା, ଶ୍ରେୟସ ଆୟର, ବିରାଟ କୋହଲି(କ୍ୟାପଟେନ), ରବିନ୍ଦ୍ର ଜାଡେଜା, ଶିବମ ଦୁବେ, ୱାସିଂଟନ ସୁନ୍ଦର, ଋଷଭ ପନ୍ତ(ୱିକେଟ କିପର), ସଞ୍ଜୁ ସାମସନ(ୱିକେଟ କିପର), ଜଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ସାମି, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର, ୟୁଜଭେନ୍ଦ୍ର ଚହଲ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.