ମୁମ୍ବାଇ: ବିସିସିଆଇର କାର୍ଯ୍ୟକାରୀ ସଚିବ ଅମିତାଭ ଚୌଧରୀଙ୍କୁ ଆଇସିସି ଓ ଏସିସିଙ୍କ ବୈଠକରେ ଅନୁପସ୍ଥିତ ଥିଲେ । ଏନେଇ ପ୍ରଂଶସକଙ୍କ ସମିତି(ସିଓଏ) ରବିବାର ଦିନ ଅମିତାଭ ଚୌଧରୀଙ୍କୁ କାରଣ ଦର୍ଶାଅ ନୋଟିସ ପଠେଇଛନ୍ତି । ତାଙ୍କୁ ଆଜି ଠାରୁ 7ଦିନ ଭିତରେ ଉତ୍ତର ରଖିବାକୁ କୁହାଯାଇଛି ।
ସିଓଏ ଚୌଧୁରୀଙ୍କୁ କହିଛି ଯେ, 2ଟି ବୈଠକରେ ସାମିଲ ହୋଇନଥିବାରୁ ବିସିସିଆଇ ପକ୍ଷରୁ କୌଣସି ପ୍ରତିନିଧି ଅଂଶଗ୍ରହଣ କରିପାରିଲେ ନାହିଁ । ଏହା ଫଳରେ ବିସିଆଇର ଛବି ଖରାପ ହୋଇଛି ।
ସୂଚନାଥାଉକି, ଆଇସିସିର ବୈଠକ ଗତ ଜୁଲାଇ ମାସରେ ହୋଇଥିଲା । ସେହିପରି ଏସିସିର ବୈଠକ 3 ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇଥିଲା ।