ETV Bharat / sports

ବିବଦୀୟ ଟ୍ବିଟ ପାଇଁ ସିଏସକେ ଟିମ ଡାକ୍ତର ନିଲମ୍ବିତ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ ନିଜର ଟିମ୍ ଡାକ୍ତର ମଧୁ ଥୋଟାପିଲିଲଙ୍କୁ ନିଲମ୍ବନ କରିଛି ।

chennai-super-kings-suspend-team-doctor-over-a-tweet-on-india-china-galwan-valley-clash
ବିବଦୀୟ ଟ୍ବିଟକୁ ନେଇ ଟିମ ଡାକ୍ତରଙ୍କୁ ସସପେଣ୍ଡ କଲା ସିଏସକେ
author img

By

Published : Jun 17, 2020, 6:29 PM IST

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ ନିଜର ଟିମ୍ ଡାକ୍ତର ମଧୁ ଥୋଟାପିଲିଲଙ୍କୁ ନିଲମ୍ବନ କରିଛି । ଭାରତ-ଚୀନ ବିବାଦରେ ଶହୀଦ‌ ହୋଇଥିବା ଯବାନଙ୍କୁ ନେଇ ମଙ୍ଗଳବାର ବିବାଦୀୟ ମନ୍ତବ୍ୟ ଦେଇଥିଲେ ଥୋଟାପିଲିଲ । ଯାହା ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ତେବେ ଡାକ୍ତରଙ୍କ ନିଲମ୍ବନ ନେଇ ଟ୍ବିଟ ଯୋଗେ ସୂଚନା ଦେଇଛି ଧୋନିଙ୍କ ଦଳ ।

chennai-super-kings-suspend-team-doctor-over-a-tweet-on-india-china-galwan-valley-clash
ବିବଦୀୟ ଟ୍ବିଟକୁ ନେଇ ଟିମ ଡାକ୍ତରଙ୍କୁ ସସପେଣ୍ଡ କଲା ସିଏସକେ

ଗାଲୱାନ ଅଞ୍ଚଳରେ ଭାରତୀୟ ଏବଂ ଚୀନ୍ ସୌନ୍ୟଙ୍କ ମଧ୍ୟରେ ହୋଇଥିବା ସଙ୍ଘର୍ଷରେ ଭାରତର 20 ଜଣ ଯବାନ ଶହୀଦ‌ ହୋଇଛନ୍ତି । ଏନେଇ ଦେଶର ବିଭିନ୍ନ କୋଣରୁ ପ୍ରତିକ୍ରିୟା ପ୍ରକାଶ ପାଉଛି । ତେବେ ଏନେଇ ମଙ୍ଗଳବାର ଧୋନିଙ୍କ ଦଳ ସିଏସକେର ଡାକ୍ତର ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ ଏକ ଟ୍ବିଟ କରି ଲେଖିଥିଲେ, ‘‘ଯେତେବେଳେ ଯବାନଙ୍କର କଫିନ ଆସିବ । ସେଥିରେ ପିଏମ କେୟାର୍ସ ଫଣ୍ଡର ଷ୍ଟିକର ଲାଗିଥିବ କି ନାହିଁ ମୁଁ ଦେଖିବାକୁ ଆଗ୍ରହି ଅଛି ।’’ ତେଣୁ ଏଭଳି ବିବାଦୀୟ ମନ୍ତବ୍ୟ ପାଇଁ ଦଳ ତାଙ୍କୁ ନିଲମ୍ବନ କରିଥିବା ସ୍ପଷ୍ଟ କରିଛି ।

ସୂଚନାଥାଉ କି, ଡାକ୍ତର ମଧୁ ଦଳର ଆରମ୍ଭରୁ ଦଳର ଡାକ୍ତରୀ ଯାଞ୍ଚ ଓ ମେଡିସିନ ଦାୟିତ୍ବରେ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.