ETV Bharat / sports

ସାଉଥାମ୍ପଟନ ଟେଷ୍ଟ: ବଟଲର-କ୍ରାୱଲେଙ୍କ ରେକର୍ଡ ପାର୍ଟନରସିପ - ସାଉଥାମ୍ପଟନ ଟେଷ୍ଟ

ଟେଷ୍ଟ କ୍ରିକେଟ ଇତିହାସରେ ପଞ୍ଚମ ୱିକେଟ ଯୋଡିରେ ସର୍ବକାଳୀନ ସର୍ବାଧିକ ପାର୍ଟନରସିପ କରିଛନ୍ତି ଜାକ କ୍ରାୱଲେ ଓ ଜସ ବଟଲର । ଉଭୟଙ୍କ 359 ରନର ରେକର୍ଡ ପାର୍ଟନରସିପ କରିଛନ୍ତି ଇତିହାସ ରଚିଛନ୍ତି ।

Buttler, Crawley script highest fifth-wicket partnership for England in Test cricket
ସାଉଥାମ୍ପଟନ ଟେଷ୍ଟ: ବଟଲର-କ୍ରାୱଲେଙ୍କ ରେକର୍ଡ ପାର୍ଟନରସିପ
author img

By

Published : Aug 23, 2020, 6:52 AM IST

ସାଉଥାମ୍ପଟନ: ଟେଷ୍ଟ କ୍ରିକେଟ ଇତିହାସରେ ପଞ୍ଚମ ୱିକେଟ ଯୋଡିରେ ସର୍ବକାଳୀନ ସର୍ବାଧିକ ପାର୍ଟନରସିପ କରିଛନ୍ତି ଜାକ କ୍ରାୱଲେ ଓ ଜସ ବଟଲର । ଉଭୟଙ୍କ 359 ରନର ରେକର୍ଡ ପାର୍ଟନରସିପ କରିଛନ୍ତି ଇତିହାସ ରଚିଛନ୍ତି ।

ଇଂଲଣ୍ଡ ପାଇଁ ମଧ୍ୟ ପଞ୍ଚମ ୱିକେଟ ଯୋଡିରେ ଏହା ସର୍ବାଧିକ ରନର ପାର୍ଟନରସିପ । ଏହା ପୂର୍ବରୁ ଇଂଲଣ୍ଡ ପକ୍ଷରୁ ଟେଷ୍ଟ କ୍ରିକେଟରେ ପଞ୍ଚମ ୱିକେଟ ଯୋଡିରେ 254 ରନର ପାର୍ଟନରସିପ କେଇଥ ପ୍ଳେଚର ଓ ଟୋନି ଗ୍ରେଗଙ୍କ ମଧ୍ୟରେ ରହିଥିଲା । ଭାରତ ବିପକ୍ଷରେ ମୁମ୍ବାଇରେ ଏହି ପାର୍ଟନରସିପ ହୋଇଥିଲା ।

ତେବେ ଚଳିତ ପାକିସ୍ତାନ ବିପକ୍ଷ 3ୟଟେଷ୍ଟରେ ଇଂଲଣ୍ଡର ସ୍କୋର 127/4 ଥିବାବେଳେ, କ୍ରାୱଲେ ଓ ବଟଲର ବ୍ୟାଟିଂ ପାଇଁ କ୍ରିଜକୁ ଆସିଥିଲେ । ଏହାପରେ ଦ୍ବିତୀୟ ଦିନର ପ୍ରଥମ ଓ ତୃତୀୟ ସେସନରେ ଇଂଲଣ୍ଡକୁ କୌଣସି କ୍ଷତି ପହଞ୍ଚାଇବାପାଇଁ ଦେଇନଥିଲେ । କ୍ରାୱଲେ 267 ରନର ଦ୍ବିତଶକୀୟ ଇଂନିସ ଖେଳି ଆଉଟ ହୋଇଥିଲେ । ଅନ୍ୟପଟେ ବଟଲର ମଧ୍ୟ 152ରନର ମାରାଥନ ଶତକୀୟ ଇଂନିସ ଖେଳିଥିଲେ । ଫଳରେ ଇଂଲଣ୍ଡର ସ୍କୋର ଦ୍ବିତୀୟ ଦିନର ତୃତୀୟ ସେସନ ସୁଦ୍ଧା 569/7 ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.