ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ ମଙ୍ଗଳବାର ଦିନ ତାଙ୍କ ଅଧିନାୟକ ଏମଏସ ଧୋନିଙ୍କ ଏକ ଫଟୋ ସେୟାର କରିଛି । ଏହି ଫଟୋରେ ଧୋନି ଏକ ଆହତ ପକ୍ଷୀକୁ ଧରିଥିବା ଦେଖିବାକୁ ମିଳିଛି । ଫଟୋଟି ପ୍ରଥମେ ଧୋନିଙ୍କ ଝିଅ ଜିଭାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅପଲୋଡ୍ ହୋଇଥିଲା ଯେଉଁଥିରେ ସେ କହିଥିଲେ ଯେ ତାଙ୍କ ପିତାମାତା ଏହି ପକ୍ଷୀକୁ ଉଦ୍ଧାର କରିଛନ୍ତି।
ଫଟୋ ସହିତ ଟ୍ବିଟ କରି ସିଏସକେ କହିଛି ଯେ,‘‘ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ଚଢ଼େଇ ଆଖିର ଦୃଶ୍ୟ । #ଥାଲାଧରିସନମ #ହ୍ବିସିଲ ପୋଡୁ ।’’
-
The most wanted bird's eye view. #ThalaDharisanam #WhistlePodu 🦁💛 pic.twitter.com/9Q61R62OZc
— Chennai Super Kings (@ChennaiIPL) June 9, 2020 " class="align-text-top noRightClick twitterSection" data="
">The most wanted bird's eye view. #ThalaDharisanam #WhistlePodu 🦁💛 pic.twitter.com/9Q61R62OZc
— Chennai Super Kings (@ChennaiIPL) June 9, 2020The most wanted bird's eye view. #ThalaDharisanam #WhistlePodu 🦁💛 pic.twitter.com/9Q61R62OZc
— Chennai Super Kings (@ChennaiIPL) June 9, 2020
ପକ୍ଷୀ କିପରି ରକ୍ଷା ପାଇଲା, ଜିଭା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ବ୍ୟାଖ୍ୟା କରିଥିଲେ ।
‘‘ଆଜି ସନ୍ଧ୍ୟାରେ ମୋ ଲନରେ ମୁଁ ଏକ ପକ୍ଷୀ ଅଚେତ ଅବସ୍ଥାରେ ପଡ଼ିଥିବାର ଦେଖିଲି। ମୁଁ ପାପା ଏବଂ ମାମାଙ୍କୁ ପାଟି କରି ଡାକିଲି । ପାପା ହାତରେ ପକ୍ଷୀଟିକୁ ଧରି ତାଙ୍କୁ କିଛି ପାଣି ଦେଇଥିଲେ । କିଛି ସମୟ ପରେ ପକ୍ଷୀଟି ଆଖି ଖୋଲିଲା । ଆମେ ସମସ୍ତେ ବହୁତ ଖୁସି ହେଲୁ,’’ ବୋଲି ଜିଭାଙ୍କ ଇନଷ୍ଟାଗ୍ରାମରେ ଲେଖାଯାଇଥିଲା ।
‘‘ଆମେ ତାଙ୍କୁ କିଛି ପତ୍ର ଉପରେ ଏକ ଡାଲାରେ ରଖିଥିଲୁ । ମାମା ମୋତେ କହିଥିଲେ ଏହାକୁ କ୍ରିମସନ୍ ବ୍ରେଷ୍ଟେଡ ବାରବେଟ୍ ବା କପରସ୍ମିଥ ମଧ୍ୟ କୁହାଯାଏ । କି ସୁନ୍ଦର, ସୁନ୍ଦର ଛୋଟ ପକ୍ଷୀ ।’’
@IANS