ହାଇଦ୍ରାବାଦ: ଚାଲିଛି ଜୁନିଅର ଟିମ ଇଣ୍ଡିଆର ବିଶ୍ବକପ ଲଢେଇ । ଦଳକୁ ସିନିଅର ଖେଳାଳି ଶୁଭେଚ୍ଛା ଜଣାଇଲା ପରେ ଏବେ ଟିଭିରେ ଜୁନିଅର ଟିମର ପ୍ରଦର୍ଶନ ଦେଖୁଛନ୍ତି ଭାରତୀୟ କ୍ରିକେଟ ଦଳର ଖେଳାଳି ଓ କୋଚ୍ । ଏନେଇ ବିସିସିଆଇ ନିଜ ଟ୍ବିଟର ହ୍ୟାଣ୍ଡଲରେ ଏକ ଫଟୋ ସେୟାର କରିଛି ।
-
Cheers all the way from New Zealand for the #U19.#TeamIndia #U19CWC pic.twitter.com/WaZEIKeqcz
— BCCI (@BCCI) February 9, 2020 " class="align-text-top noRightClick twitterSection" data="
">Cheers all the way from New Zealand for the #U19.#TeamIndia #U19CWC pic.twitter.com/WaZEIKeqcz
— BCCI (@BCCI) February 9, 2020Cheers all the way from New Zealand for the #U19.#TeamIndia #U19CWC pic.twitter.com/WaZEIKeqcz
— BCCI (@BCCI) February 9, 2020
ତେବେ ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, କୁଳଦୀପ ଯାଦବ, କୋଚ୍ ରବି ଶାସ୍ତ୍ରୀ, ବ୍ୟାଟିଂ କୋଚ୍ ବିକ୍ରମ ରାଥୋଡ ଓ ଅନ୍ୟ କିଛି ଷ୍ଟାପ ବସି ଟିଭିରେ ଖେଳ ଦେଖୁଥିବାର ନଜର ଆସିଛନ୍ତି । ଆଜି ମ୍ୟାଚରେ ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଯୁବ ଭାରତୀୟ ଦଳ ପ୍ରଥମ ବ୍ୟାଟିଂ କରି 177 ରନରେ ତାର ସମସ୍ତ ୱିକେଟ ହରାଇଛି । ଫଳରେ 178 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ଟିମ ପ୍ରଥମରୁ ଭଲ ଆରମ୍ଭ କରିଛି ।