ETV Bharat / sports

ପନ୍ତଙ୍କୁ ମିଳିଲା ଦାଦାଙ୍କ ସମର୍ଥନ - ପନ୍ତଙ୍କ ଅଭିଜ୍ଞତା ବଢିବ

ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସମର୍ଥନ କରିଛନ୍ତି । ଗାଙ୍ଗୁଲି କହିଛନ୍ତି ପନ୍ତ ଜଣେ ଭଲ ଖେଳାଳି । ତାଙ୍କୁ ସମୟ ଦିଆଯିବା ଦରକାର ।

ଋଷଭ ପନ୍ତ-ସୌରଭ ଗାଙ୍ଗୁଲି
author img

By

Published : Nov 9, 2019, 11:04 AM IST

ନୂଆଦିଲ୍ଲୀ: ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସମର୍ଥନ । ଗାଙ୍ଗୁଲି କହିଛନ୍ତି ପନ୍ତ ଜଣେ ଭଲ ଖେଳାଳି । ତାଙ୍କୁ ସମୟ ଦିଆଯିବା ଦରକାର । ଅଧିକ ମ୍ୟାଚ ଖେଳିଲେ ପନ୍ତଙ୍କ ଅଭିଜ୍ଞତା ବଢିବ ବୋଲି ମଧ୍ୟ କହିଛନ୍ତି ।

ଗାଙ୍ଗୁଲି ପୂର୍ବରୁ ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ସହ କାର୍ଯ୍ୟ କରିଛନ୍ତି । ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ରହିଛନ୍ତି । ଗତ ସଂସ୍କରଣର ଆଇପିଏଲରେ ପନ୍ତ ଜବରଦସ୍ତ ଫର୍ମରେ ରହିଥିଲେ ।

ତେବେ ଚଳିତ ବାଂଲାଦେଶ ବିପକ୍ଷ ଟି20 ସିରିଜରେ ପନ୍ତ ନିଜ ଫର୍ମ ପାଇଁ ସଂଘର୍ଷ କରୁଥିବା ଦେଖାଯାଇଛି । ଖରାପ ସଟ ଖେଳି ନିଜ ୱିକେଟ ମଧ୍ୟ ହରାଉଥିବା ଦେଖାଯାଉଛି । ଅନ୍ୟପଟେ ପନ୍ତଙ୍କ ୱିକେଟ କିପିଂରେ ମଧ୍ୟ ସାମାନ୍ୟ ଢିଲାପଣ ଦେଖିବାକୁ ମିଳିଛି । 2ୟ ଟି20ରେ ଏକ ନିଶ୍ଚିନ୍ତ ଷ୍ଟମ୍ପିଂକୁ ହାତ ଛଡା କରିଥିଲେ ପନ୍ତ । ଫଳରେ ବାଂଲାଦେଶ ବ୍ୟାଟ୍ସମ୍ୟାନ ଲିଟନ ଦାସଙ୍କୁ ଜୀବନଦାନ ମିଳିଥିଲା । ଫଳରେ ସୋସିଆଲ ମିଡିଆରେ ଭାରତୀୟ ଫ୍ୟାନ୍ସଙ୍କ ଟ୍ରୋଲର ଶିକାର ହୋଇଥିଲେ ପନ୍ତ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.