ETV Bharat / sports

ମେ’ ମାସରେ ହେବ ଆଇପିଏଲ !

author img

By

Published : Mar 23, 2020, 8:58 PM IST

ଯଦି ପରିସ୍ଥିତିରେ କିଛି ପରିବର୍ତ୍ତନ ହୁଏ, ତେବେ ମେ ପ୍ରଥମ ସପ୍ତାହରୁ ଆଇପିଏଲ ଆୟୋଜନ କରି ପାରିବ ବୋଲି ବିସିସିଆଇର ବିଶ୍ବାସ ରହିଛି ।

bcci-is-ready-to-organize-ipl-in-may
ମେ’ ମାସରେ ହେବ ଆଇପିଏଲ !

ନୂଆଦିଲ୍ଲୀ: କରୋନା ଭାଇରସ୍ ପ୍ରଭାବ କ୍ରୀଡାଜଗତ ଉପରେ ସିଧାସଳଖ ପଡୁଛି । ଏଭଳି ପରିସ୍ଥିତିରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର 13 ତମ ସଂସ୍କରଣକୁ ଆସନ୍ତା ଏପ୍ରିଲ 15 ପର୍ଯ୍ୟନ୍ତ ସ୍ଥଗିତ ରଖିଛି ବିସିସିଆଇ । ଯଦି ପରିସ୍ଥିତିରେ କିଛି ପରିବର୍ତ୍ତନ ହୁଏ, ତେବେ ମେ ପ୍ରଥମ ସପ୍ତାହରୁ ଆଇପିଏଲ ଆୟୋଜନ କରି ପାରିବ ବୋଲି ବିସିସିଆଇର ବିଶ୍ବାସ ରହିଛି ।

bcci-is-ready-to-organize-ipl-in-may
ମେ’ ମାସରେ ହେବ ଆଇପିଏଲ !

ବିସିସିଆଇ ଜଣେ ଅଧିକାରୀ କହିଛନ୍ତି ଯେ, ଆଇପିଏଲର ଭବିଷ୍ୟତ କହିବା କଷ୍ଟକର । କିନ୍ତୁ ବୋର୍ଡ ଦକ୍ଷିଣ ଆଫ୍ରିକାରେ ଲିଗ୍ ଆୟୋଜନ ପାଇଁ ବ୍ୟବହୃତ ହୋଇଥିବା ଢାଞ୍ଚାକୁ ଅନୁସରଣ କରିପାରେ । ମାତ୍ର ଏଥିଲାଗି ମେ ପ୍ରଥମ ସପ୍ତାହରୁ ଲିଗ୍‌ ଆରମ୍ଭ ହେବା ଦରକାର । ଅଧିକାରୀ କହିଛନ୍ତି, "ପ୍ରାୟତ ଆମେ ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିପାରିବୁ । ଯଦି ଲିଗର ପ୍ରଥମ ମ୍ୟାଚ୍ ମେ’ ପ୍ରଥମ ସପ୍ତାହରେ ଖେଳାଯାଏ ନାହିଁ । ତେବେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବା ଅସମ୍ଭବ ହୋଇପଡିବ । ଏଥିପାଇଁ ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ ଆମକୁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ତେବେ ଆପଣମାନଙ୍କର ମନେଥିବ ସବୁଠାରୁ କମ୍ ଆଇପିଏଲ ଥିଲା, ଯାହା 37 ଦିନ ଧରି ଚାଲିଥିଲା ​। ଯେଉଁଥିରେ 59 ମ୍ୟାଚ୍ ଖେଳାଯାଇଥିଲା | ଆମେ ତାହା କରିପାରିବା | କିନ୍ତୁ କିଛି ଜିନିଷ ଅନୁସରଣ କରିବାକୁ ପଡ଼ିବ । ’’

bcci-is-ready-to-organize-ipl-in-may
ମେ’ ମାସରେ ହେବ ଆଇପିଏଲ !

ଯେତେବେଳେ ଅଧିକାରୀଙ୍କୁ ପଚରାଗଲା ସେ କେଉଁ ଜିନିଷ ଅନୁସରଣ କରିବାକୁ କହୁଛନ୍ତି, ସେତେବେଳେ ସେ କହିଥିଲେ ଯେ ଲଜିଷ୍ଟିକ୍ସ ଏଠାରେ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ତେଣୁ ଟୁର୍ଣ୍ଣାମେଣ୍ଟ ମହାରାଷ୍ଟ୍ର ପରି ଗୋଟିଏ ରାଜ୍ୟରେ ଖେଳାଯିବ । ଯେଉଁଠାରେ 4ଟି ଅନ୍ତର୍ଜାତୀୟ ଷ୍ଟାଡିୟମ ରହିଛି ।

bcci-is-ready-to-organize-ipl-in-may
ମେ’ ମାସରେ ହେବ ଆଇପିଏଲ !

ସେ କହିଛନ୍ତି, ‘‘ଏହି ପ୍ରକାର ପରିସ୍ଥିତିରେ ସାରା ଦେଶ ଭ୍ରମଣ କରି ପାରିବା ନାହିଁ । ଯଦି ଆମକୁ ଆବଶ୍ୟକ ଅନୁମୋଦନ ମିଳେ, ତେବେ ଆମେ ମହାରାଷ୍ଟ୍ରରେ ଲିଗ୍ ଆୟୋଜନ କରିବୁ । ଯେଉଁଠାରେ ମୁମ୍ବାଇରେ 3ଟି ଷ୍ଟାଡିୟମ୍ ଏବଂ ପୁନେରେ ଗୋଟିଏ ଷ୍ଟାଡିୟମ୍ ଅଛି । କିନ୍ତୁ ଏହାପୂର୍ବରୁ ରାଜ୍ୟ ସରକାରଙ୍କୁ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ନିଷ୍ପତ୍ତି ନେବାକୁ ପଡିବ । ବିସିସିଆଇ ସଭାପତି ବାରମ୍ବାର କହିଛନ୍ତି, ଜନସାଧାରଣ ସ୍ଵାସ୍ଥ୍ୟ ଆମର ପ୍ରାଥମିକତା ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.