ETV Bharat / sports

ବିସିସିଆଇର ଘୋଷଣା: ଅନଏକାଡେମୀ ଆଇପିଏଲର ଅଫିସିଆଲ ପାର୍ଟନର - ଇଣ୍ଡିଆନ ପ୍ରିମିୟର ଲିଗ

ଆସନ୍ତା 3ଟି ସଂସ୍କରଣ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର (ଆଇପିଏଲ)ର ଅଫିସିଆଲ ପାର୍ଟନର ହେବ ଲର୍ଣ୍ଣିଂ ପ୍ଳାଟଫର୍ମ ଅନଏକାଡେମୀ ।

BCCI announces Unacademy as official partner for IPL
ବିସିସିଆଇର ଘୋଷଣା: ଅନଏକାଡେମୀ ଆଇପିଏଲର ଅଫିସିଆଲ ପାର୍ଟନର
author img

By

Published : Aug 29, 2020, 10:04 PM IST

ମୁମ୍ବାଇ: ଆସନ୍ତା 3ଟି ସଂସ୍କରଣ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର (ଆଇପିଏଲ)ର ଅଫିସିଆଲ ପାର୍ଟନର ହେବ ଲର୍ଣ୍ଣିଂ ପ୍ଳାଟଫର୍ମ ଅନଏକାଡେମୀ । ଏନେଇ ଶନିବାର ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି । ଆଇପିଏଲ 2020 ସେପ୍ଟେମ୍ବର 19ରୁ ନଭେମ୍ବର 10 ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବା ନେଇ ସ୍ଥିର ହୋଇଛି । ଦୁବାଇ, ଆବୁଧାବି ଓ ସାରଜାହ 3ଟି ଭେନ୍ୟୁରେ ମ୍ୟାଚ ସବୁ ଖେଳାଯିବ ।

2022 ପର୍ଯ୍ୟନ୍ତ ଅନଏକାଡେମୀ ଅଫିସିଆଲ ପାର୍ଟନର ରହିବ ବୋଲି ସ୍ପଷ୍ଟ ହୋଇଛି । ଭାରତରେ ଅଗଣିତ ଆଇପିଏଲ ଦର୍ଶକ ରହିଛନ୍ତି । ଫଳରେ ଅନଏକାଡେମୀ ଏକ ଭାରତୀୟ ଶିକ୍ଷା କମ୍ପାନୀ ହୋଇଥିବାରୁ ଦର୍ଶକଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇବ ବୋଲି ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ କହିଛନ୍ତି ।

ଆଇପିଏଲ ଅଫିସିଆଲ ପାର୍ଟନର ହୋଇଥିବା ବେଳେ, ଡ୍ରିମ-11 ମୁଖ୍ୟ ପ୍ରାୟୋଜକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.