ETV Bharat / sports

ଭାରତ ବନାମ ଅଷ୍ଟ୍ରେଲିଆ: ଫିଞ୍ଚ-ସ୍ମିଥଙ୍କ ଶତକୀୟ ଇଂନିସ, 375ର ବିଜୟଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ - finch-smith

ଫିଞ୍ଚ-ସ୍ମିଥଙ୍କ ଶତକୀୟ ଇଂନିସ ବଳରେ ଦଳ ନିର୍ଦ୍ଧାରିତ ଓଭରରେ 6 ଓ୍ବିକେଟ ହରାଇ 374ରନ୍‌ ସଂଗ୍ରହ କରିଛି । ଦଳ ପକ୍ଷରୁ ଅଧିନାୟକ ଆରୋନ ଫିଞ୍ଚ ସର୍ବାଧିକ 114ରନ୍ କରିଥିବାବେଳେ ଷ୍ଟିଭ ସ୍ମିଥ ବିସ୍ଫୋରକ ଶତକୀୟ ଇଂନିସ ଖେଳିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଭାରତ ବନାମ ଅଷ୍ଟ୍ରେଲିଆ: ଫିଞ୍ଚ-ସ୍ମିଥଙ୍କ ଶତକୀୟ ଇଂନିସ, 375ର ବିଜୟଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ

author img

By

Published : Nov 27, 2020, 2:12 PM IST

ସିଡନୀ: 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ଅଷ୍ଟ୍ରେଲିଆ ଦଳର ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ଇଂନିସ ବଳରେ ଭାରତକୁ 375ରନ୍‌ର ବିଜୟଲକ୍ଷ୍ୟ ଦେଇଛି । ଅଧିନାୟକ ଆରୋନ ଫିଞ୍ଚ(114ରନ୍‌, 124 ବଲ୍‌,9ଚୌକା,2ଛକା) ଓ ଷ୍ଟିଭ ସ୍ମିଥ(105ରନ୍‌,66ବଲ୍‌,11ଚୌକା,4ଛକା)ଙ୍କ ଶତକୀୟ ଇଂନିସ ବଳରେ ଦଳ ନିର୍ଦ୍ଧାରିତ ଓଭରରେ 6 ଓ୍ବିକେଟ ହରାଇ 374 ରନ୍‌ ସଂଗ୍ରହ କରିଥିଲା ।

ସ୍ମିଥ ଓ ଫିଞ୍ଚଙ୍କ ବ୍ୟତୀତ ଓପନିଂ ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଥିବା ଡେଭିଡ ୱାର୍ଣ୍ଣର 76 ବଲ୍‌ରେ 69ରନ୍‌ କରି ସାମିଙ୍କ ବଲ୍‌ କ୍ୟାଚ ଆଉଟ ହୋଇଥିଲେ । ମ୍ୟାକ୍ସଓ୍ବେଲ 45, ମାର୍ନସ ଲବୁସାନ 2, ଅଲକ୍ସ କ୍ୟାରୀ 17*ରନ୍‌ କରିଥିଲେ ।

ତେବେ ଭ୍ରମଣକାରୀ ଦଳ ଭାରତ ପକ୍ଷରୁ ସାମି ସର୍ବାଧିକ 3ଓ୍ବିକେଟ ଅକ୍ତିଆର କରିଥିବାବେଳେ ବୁମରା, ସାଇନି ଓ ଚହଲ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇବାରେ ସଫଳ ହୋଇଛନ୍ତି ।

ଭାରତୀୟ ଚୁଡାନ୍ତ ଏକାଦଶ: ବିରାଟ କୋହଲି(କ୍ୟାପଟେନ), ମୟଙ୍କ ଅଗ୍ରଓ୍ବାଲ, ଶିଖର ଧାୱନ, ଲୋକେଶ ରାହୁଲ(ଓ୍ବିକେଟକିପର), ଶ୍ରେୟସ ଆୟର, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଜଶପ୍ରୀତ ବୁମରା, ମହମ୍ମଦ ସାମି,ୟୁଜବେନ୍ଦ୍ର ଚହଲ,ନବଦୀପ ସାଇନି ।

ଅଷ୍ଟ୍ରେଲିଆ ଚୁଡାନ୍ତ ଏକାଦଶ: ଆରୋନ ଫିଞ୍ଚ(କ୍ୟାପଟେନ), ଷ୍ଟିଭ ସ୍ମିଥ, ଡେଭିଡ ୱାର୍ଣ୍ଣର, ମାର୍କସ ଷ୍ଟୋନିସ, ମାର୍ନସ ଲବୁସାନ, ଗ୍ଲେନ ମ୍ୟାକ୍ସଓ୍ବେଲ, ଅଲକ୍ସ କ୍ୟାରୀ, ପାଟ କମିନ୍ସ, ମିଚେଲ ଷ୍ଟାର୍କ,ଆଡାମ ଜାମ୍ପା, ଜୋସ ହାଜେଲଉଡ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.