ଲଣ୍ଡନ: ବିଶ୍ବକପରେ ଆଜି ଦୁଇଟି ମ୍ୟାଚ । ପ୍ରଥମ ମ୍ୟାଚ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ସେହିପରି 2ୟ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପଅନ ଅଷ୍ଟ୍ରେଲିଆକୁ ଭେଟୁଛି ଆଫଗାନିସ୍ତାନ। ତେବେ ଯୁବ ଖେଳାଳିରେ ଭରପୁର ଏହି ଦଳକୁ ମାତ୍ ଦେଇ ଚଳିତ ବିଶ୍ବକପ ଯାତ୍ରା ଆରମ୍ଭ ଲକ୍ଷରେ ରହିଛି କଙ୍ଗାରୁ ଦଳ।
ଅନ୍ୟପଟେ ଆଜି ମ୍ୟାଚରେ ଦେଖିବାକୁ ମିଳିବ ପାୱର ହିଟିଂ ବନାମ ସ୍ପିନ୍ ଆଟାକ। କଙ୍ଗାରୁ ଦଳର ବ୍ୟାଟମ୍ୟାନ ଆଜି ଭାରି ପଡିବେ ଯୁବ ଓ କୁଶଳୀ ଆଫଗାନ୍ ବୋଲଙ୍କ ଉପରେ । କାରଣ ବଲଂ ଟ୍ୟାମ୍ପରିଂ ବିବାଦ ପରେ କ୍ରିକେଟକୁ ଫେରିଥିବା ଅଷ୍ଟ୍ରେଲିଆର ସ୍ମିଥ-ୱାର୍ଣ୍ଣର ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି । ସେହିପରି ଆଫଗାନର ଷ୍ଟାର ସ୍ଫିନର ରସିଦ ଖାନ, ମହମ୍ମଦ ନବୀ ଓ ମୁଜୀବ୍-ଉର-ରହେମାନଙ୍କ ଉପରେ ରହିବା ସମସ୍ତଙ୍କ ନଜର । ଅନ୍ୟପଟେ ପ୍ୟାଟ କୁମିନ୍ସ, ମିଚେଲ ଷ୍ଟାର୍କ, ଜାସନ ବେହରେନଡୋର୍ଫ, ନାଥନ କୁଲ୍ଟର ନିଲ୍ ଓ କେନ ରିଚାର୍ଡସନଙ୍କୁ ନେଇ ମଧ୍ୟ ଶକ୍ତିଶାଳି ହୋଇଛି ଅଷ୍ଟ୍ରେଲିଆ ପେସ ଆଟାକ୍। ସେହିପରି ପାକିସ୍ତାନ ବିପକ୍ଷ ଅଭ୍ୟାସ ମ୍ୟାଚକୁ ଜିତି ଆତ୍ମବିଶ୍ବାସରେ ଭରପୁର ରହିଛି ଯୁବ ଆଫଗାନ ଦଳ । କଙ୍ଗାରୁ ଦଳ ମଧ୍ୟ ନିଜ ଡିଫେଣ୍ଡିଂ ଚାମ୍ପିଅନ ଅନ୍ଦାଜ ଦେଖାଇବାକୁ ତୟାର ବସିଛି ।
ତେବେ ଆପେକ୍ଷା ବ୍ରିଷ୍ଟଲସ୍ଥିତ କାଉଣ୍ଟି ଗ୍ରାଉଣ୍ଡର ଭାରତୀୟ ସମୟ ସଂଧ୍ୟା 6ଟାର ଏହି ରୋମାଞ୍ଚକ ପୂର୍ଣ୍ଣ ଲଢେଇକୁ ।