ନୂଆଦିଲ୍ଲୀ: ଏସିଆନ କ୍ରିକେଟ ପରିଷଦ(ACC) ପକ୍ଷରୁ ଗୁରୁତ୍ବପପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଟେଲିକନ୍ଫରେନ୍ସିଂ ଜରିଆରେ ଏହି ବୈଠକ ହୋଇଛି । ତେବେ ଏସିଆ କପର ଭାଗ୍ୟ ନେଇ କୌଣସି ନିଷ୍ପତ୍ତି ହୋଇନଥିବା ଜଣାପଡିଛି । ଚଳିତ ମାସ ଶେଷ ସପ୍ତାହରେ ACCର ସଦସ୍ୟ ପୁନର୍ବାର ବୈଠକରେ ସାମିଲ ହେବେ ବୋଲି ସ୍ଥିର ହୋଇଛି ।
ବିସିସିଆଇ ପକ୍ଷରୁ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ଏହି ବୈଠକରେ ଉପସ୍ଥିତ ଥିଲେ । ବାଂଲାଦେଶ କ୍ରିକେଟ ବୋର୍ଡ ମୁଖ୍ୟ ନାଜମୁଲ ହାସନ ପପୋନ ଓ ଅନ୍ୟ ସମସ୍ତ ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ ।
ପୂର୍ବ ନିର୍ଦ୍ଧାରିତ ସୂଚୀ ଅନଯାୟୀ ସେପ୍ଟେମ୍ବରରେ ହେବାକୁ ଥିବା ଏସିଆ କପ ନ୍ୟୁଟ୍ରାଲ ଭେନ୍ୟୁ ୟୁଏଇରେ ଖେଳାଯିବା ନେଇ ସମ୍ଭାବନା ରହିଛି ।
ଚଳିତ ସଂସ୍କରଣର ଏସିଆ କପର ଆୟୋଜକ ପାକିସ୍ତାନ ରହିଛି । ତେବେ ଭାରତୀୟ ଟିମ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି ବିସିସିଆଇ ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରାଯାଇଛି । ଫଳରେ ଏହି ଟୁର୍ଣ୍ଣାମେଣ୍ଟର ଭାଗ୍ୟ ଅନିଶ୍ଚିନ୍ତତା ମଧ୍ୟରେ ରହିଛି ।