ETV Bharat / sports

ବିଶ୍ବକପ ବିଜୟ ସ୍ମୃତି ଏବେବି ତାଜା, ରଞ୍ଜୀବ ଥିଲେ ଲକି ମ୍ୟାନେଜର - ରଞ୍ଜୀବ ବିଶ୍ବାଳ

ଟିମ ଇଣ୍ଡିଆର ମ୍ୟାନେଜର ଥିଲେ ଓଡିଆ କ୍ରିକେଟର ତଥା କ୍ରୀଡା ପ୍ରଶାସକରୁ ରାଜନେତା ବନିଥିବା ରଞ୍ଜୀବ ବିଶ୍ବାଳ । ଅଧିକ ପଢନ୍ତ...

A decade later, still fresh in our minds: BCCI recalls India's 2011 WC triumph
ବିଶ୍ବକପ ବିଜୟ ସ୍ମୃତି ଏବେବି ତାଜା, ରଞ୍ଜୀବ ଥିଲେ ଲକି ମ୍ୟାନେଜର
author img

By

Published : Apr 2, 2021, 5:46 PM IST

ନୂଆଦିଲ୍ଲୀ: ଭାରତର 2011 ବିଶ୍ବକପ ବିଜୟକୁ 10 ବର୍ଷ ବିତିଛି । 2011 ଏପ୍ରିଲ 2ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଇତିହାସ ରଚିଥିଲା ଭାରତ । 28 ବର୍ଷ ପରେ ଦ୍ବିତୀୟ ଥର ପାଇଁ ଦିନିକିଆ ବିଶ୍ବକପ ଟ୍ରଫି ଉଠାଇଥିଲା ଭାରତୀୟ ଟିମ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଭାରତୀୟ କ୍ରିକେଟ ଇତିହାସରେ ଏହି ସ୍ମରଣୀୟ ଦିନକୁ ସ୍ମରଣ କରିଛି । ଗୋଟିଏ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଏବେକି ସ୍ମୃତି ତାଜା ରହିଛି ବୋଲି ଟ୍ବିଟ କରିଛି ।

ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ସଂସ୍କରଣରେ ଭାରତର ବିଶ୍ବକପ ବିଜୟରେ ଓଡିଶା କନେକ୍ସ‌ନ ମଧ୍ୟ ରହିଥିଲା । ସେହି ସମୟରେ ଟିମ ଇଣ୍ଡିଆର ମ୍ୟାନେଜର ଥିଲେ ଓଡିଆ କ୍ରିକେଟର ତଥା କ୍ରୀଡା ପ୍ରଶାସକରୁ ରାଜନେତା ବନିଥିବା ରଞ୍ଜୀବ ବିଶ୍ବାଳ । ଧୋନି ବିଜୟ ସଟ୍‌ ମାରିବା ପରେ ରଞ୍ଜୀବ ପାଭିଲିୟନରେ ଖୁସିରେ ନାଚିବା ଦୃଶ୍ୟ ମଧ୍ୟ ରହିଛି ।

ଫାଇନାଲ ମ୍ୟାଚରେ ମ୍ୟାଚ ବିଜୟୀ 97 ରନର ଇଂନିସ ଖେଳିଥିବା ଗୌତମ ଗମ୍ଭୀର ମଧ୍ୟ ଜାତୀୟ ପକାତା ସହ କୋଟିକୋଟି ଭାରତୀୟ ଏହିଦିନ ବିଶ୍ବକପ ଜିତିଥିଲେ ବୋଲି ଟ୍ବିଟ କରିଛନ୍ତି ।

ଓପନର ବିରେନ୍ଦ୍ର ସେହ୍ବାଗ, ଏପ୍ରିଲ 2, 10 ବର୍ଷ ତଳେ.... ଜୀବନର ଅନ୍ୟତମ ଶ୍ରେଷ୍ଠ ମୂହୂର୍ତ୍ତ ବୋଲି କହିଛନ୍ତି ।

"ଏପ୍ରିଲ 2, 2011- ଏହିଦିନ ଇତିହାସ ରଚାଯାଇଥିଲା, ଆମେ ମାଷ୍ଟର ସଚିନ ତେନ୍ଦୁଲକରଙ୍କ ପଇଁ ବିଶ୍ବକପ ଜିତିବାକୁ ଚାହୁଁଥିଲୁ, ଯିଏ ଦେଶର ଆଶା ଓ ବିଶ୍ବାସକୁ ଦଶନ୍ଧିରୁ ଅଧିକ ସମୟ ଧରି ନିଜ କାନ୍ଧରେ ବୋହିଛନ୍ତି ।" ଟ୍ବିଟରେ ଏହା ଲେଖିଛନ୍ତି, ବିଶ୍ବକପ 2011 ଟୁର୍ଣ୍ଣାମେଣ୍ଟର ହିରୋ, ଶ୍ରେଷ୍ଠ ଖେଳାଳି ଅଲରାଉଣ୍ଡର ଯୁବରାଜ ସିଂହ ।

ବୋଲର ଜାହୀର ଖାନ, ସ୍ପିନର ହରଭଜନ ସିଂହ, ସୁରେଶ ରାଇନା, ୟୁସୁଫ ପଠାନ, ମୁନାଫ ପଟେଲଙ୍କ ଭଳି ବିଶ୍ବକପ ଦଳର ସଦସ୍ୟଥିବା ସମସ୍ତ ଭାରତୀୟ ଖେଳାଳି ଐତିହାସିକ ଦିନକୁ ସ୍ମରଣ କରିଛନ୍ତି ।

  • It's been 10 years but there are many memories still afresh. 2011 World Cup win - The golden moment which always will stay close to my heart. What a night it was for one billion Indian fans! pic.twitter.com/UCi25KVbti

    — Yusuf Pathan (@iamyusufpathan) April 2, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.