ETV Bharat / sports

ଧୋନିଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ଜୀବନର କିଛି ତଥ୍ୟ..

author img

By

Published : Jul 7, 2020, 1:46 PM IST

ଭାରତର ସଫଳ ଲୋକପ୍ରିୟ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଆଜି 39ତମ ଜନ୍ମ ଦିବସ । ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡିତ କିଛି ତଥ୍ୟ..

ଧୋନିଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ଜୀବନର କିଛି ତଥ୍ୟ..
ଧୋନିଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ଜୀବନର କିଛି ତଥ୍ୟ..

ମହେନ୍ଦ୍ର ସିଂ ଧୋନି-ଥାଲା-କ୍ୟାପ୍ଟନକୁଲ-ମାହି । ମଣିଷ ଜଣେ । କିନ୍ତୁ ନାଁ ତାଙ୍କର ଅନେକ । ସହିପରି ରେକର୍ଡ ବି ତାଙ୍କ ନାଁରେ ବେଶ୍‌ ରହିଛି । ଭାରତର ଏହି ମହାନ କ୍ରିକେଟରଙ୍କ ଆଜି ହେଉଛି 39ତମ ଜନ୍ମଦିନ ।

ତେବେ ତାଙ୍କର ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡିତ କିଛି ତଥ୍ୟ..

  1. ଧୋନି 1981 ମସିହା 7ଜୁଲାଇରେ ଜନ୍ମଗ୍ରହଣ କରିଥିଲେ ।
  2. ଉତ୍ତରାଖଣ୍ଡର ଅଲମୋଡା ଜିଲ୍ଲାର ମୂଳ ନିବାସି ମାହିଙ୍କ ପରିବାର ।
  3. ଧୋନିଙ୍କ ପିତାଙ୍କ ପାନ ସିଂ ଧୋନି ମେକାନ କମ୍ପାନିର ପମ୍ପ ଅପେରଟର ଭାବେ କାର୍ଯ୍ୟ କରୁଥିଲେ ।
  4. ସେ ରାଞ୍ଚି ଜିଏଭି ଜବାହର ବିଦ୍ୟା ମନ୍ଦିରରେ ପଢିଥିଲେ ।
  5. ମାହି ସ୍କୁଲ ଫୁଟବଲ ଟିମରେ ଗୋଲକିପର ଭାବେ ଖେଳୁଥିଲେ ।
  6. କ୍ରିକେଟ ପୂର୍ବରୁ ଫୁଟବଲ,ବ୍ୟାଡମିଣ୍ଟନ ଖେଳୁଥିଲେ । ଜିଲ୍ଲାସ୍ତରୀୟ ଟିମରେ ଧୋନି ମଧ୍ୟ ଖେଳିଛନ୍ତି ।
  7. 2001ରୁ2003 ଯାଏଁ ପଶ୍ଚିମବଙ୍ଗର ଖଡଗପୁର ଓ ଦୁର୍ଗାପୁରର ରେଲିଓ୍ବ ଷ୍ଟେସନରେ ଟିକେଟ କଲେକ୍ଟର ଭାବେ ଚାକିରୀ କରୁଥିଲେ ମାହି ।
  8. ଧୋନି ଯେତେବେଳେ ସେଣ୍ଟ୍ରାଲ କୋଲ ଫିଲ୍ଡସ ପାଇଁ ଖେଳୁଥିଲେ , ସେତେବେଳେ ଶୀଶ ମହଲ ଟୁର୍ଣ୍ଣାମେଣ୍ଟରେ ଗୋଟେ ଛକା ପାଇଁ ତାଙ୍କୁ 50ଟଙ୍କା ଦେଉଥିଲେ କୋଚ ଦେବଲ ସହାୟ ।
  9. ଇଷ୍ଟ ଜୋନ ଟିମ ମାହିଙ୍କ ବ୍ୟାଟିଂଶୈଳୀକୁ ଦେଖି ଟିମରେ ସାମିଲ କରି ନଥିଲେ ।
  10. ଧୋନି 1999ରେ ଆସାମ ବିପକ୍ଷରେ ବିହାର ତରଫରୁ ରଣଜୀ ମ୍ୟାଚରେ ଡେବ୍ୟୁ କରିଥିଲେ । 5ଟି ମ୍ୟାଚରେ ମୋଟ 283ରନ ସଂଗ୍ରହ କରିଥିଲେ ।
  11. ଧୋନିଙ୍କ ହେଲିକପ୍ଟର ସଟ୍‌ ସମସ୍ତଙ୍କୁ ଦିଓ୍ବାନ କରିଛି । ସେହି ସଟ୍‌ ଟିକୁ ତାଙ୍କ ସାଙ୍ଗ ସନ୍ତୋଷ ଲାଲଙ୍କ ଠାରୁ ଏକ ଟେନିସ ବଲର ଖେଳାଯାଉଥିବା ଏକ ଟୁର୍ଣ୍ଣାମେଣ୍ଟରେ ଶିଖିଥିଲେ ।
  12. 2004ରେ ବାଂଲାଦେଶ ବିପକ୍ଷରେ ଚିଟଗାଓଁ ଠାରେ ନିଜର ଇଣ୍ଟରନ୍ୟାସନାଲ ଡେବ୍ୟୁ ମ୍ୟାଚ ଖେଳିଥିଲେ ।
  13. ଧୋନି 131ଟି ଫାଷ୍ଟ କ୍ଲାସ ମ୍ୟାଚ ଖେଳି ମୋଟ 7038ରନ ସଂଗ୍ରହ କରିଛନ୍ତି । ଏହି ମ୍ୟାଚରେ ମୋଟ 9ଟି ଶତକ ଓ 47ଟି ଅର୍ଦ୍ଧଶତକ ପାଳି ଖେଳିଛନ୍ତି ।
  14. ଧୋନି 2014ରେ ଟେଷ୍ଟ କ୍ରିକେଟରୁ ବିଦାୟ ନେଇଥିଲେ । 90ଟେଷ୍ଟ ମ୍ୟାଚରେ ମୋଟ 4876ରନ ସଂଗ୍ରହ କରିଛନ୍ତି । ଟେଷ୍ଟ କ୍ୟାରିଅରରେ ମୋଟ 6ଟି ଶତକ ଓ 33ଟି ଅର୍ଦ୍ଧଶତକ ଇଂନିସ ଖେଳିଛନ୍ତି ମାହି ।
  15. ଅଷ୍ଟ୍ରେଲିଆର ଏଲେନ ଓ ରିକି ପଣ୍ଟିଂ ପରେ ଧୋନି ବିଶ୍ବର 3ୟ ଅଧିନାୟକ ଯିଏ 100ରୁ ଅଧିକ ଦିନିକିଆ ମ୍ୟାଚ ଖେଳିଛନ୍ତି ।
  16. କ୍ୟାରିଅରର 5ମ ଦିନିକିଆ ମ୍ୟାଚରେ ମାହିଙ୍କୁ 3ନଂ ସ୍ଥାନରେ ଖେଳିବାକୁ ସୁଯୋଗ ମିଳିଥିଲା । ସେହି ମ୍ୟାଚରେ ପାକିସ୍ତାନ ବିପକ୍ଷରେ 123ବଲ୍‌ରେ 148ରନର ପାଳି ଖେଳିଥିଲେ ମାହି ।
  17. 2005ରେ ଶ୍ରୀଲଙ୍କା ବିପକ୍ଷରେ ଜୟପୁର ଠାରେ ମାହି 183ରନର ଦମଦାର ପାଳି ଖେଳିଥିଲେ । ଦିନିକିଆ ମ୍ୟାଚରେ ଜଣେ ଓ୍ବିକେଟକିପର ଭାବେ ମାହି ବଡ ସ୍କୋର କରି ରେକର୍ଡ ସୃଷ୍ଟି କରିଥିଲେ ।
  18. ସାକ୍ଷୀ ସିଂ ରାଓ୍ବତ ସହ 4ଜୁଲାଇ2010ରେ ନିଜ ଜୀବନର ନୂତନ ଇଂନିସ ଆରମ୍ଭ କରିଥିଲେ ଧୋନି ।
  19. 6ଫେବୃଆରୀ2015ରେ ଧୋନି ବାପା ହୋଇଥିଲେ । ଏବେ ତାଙ୍କ ଝିଅ ଜିଭା ବେଶ ଚର୍ଚ୍ଚିତ ।
  20. ଏମଏସ ଧୋନି ଜଣେ ଅଧିନାୟକ ଭାବେ ମୋଟ 204ଟି ଛକା ମାରିଛନ୍ତି । ଯାହା ଏକ ବିଶ୍ବ ରେକର୍ଡ ।
  21. ମାହି ଜଣେ ଅଧିନାୟକ ଭାବେ ନିଜର ଇଣ୍ଟରନ୍ୟାସନାଲ କ୍ୟାରିଅରରେ ସବୁଠାର ଅଧିକ ମ୍ୟାଚ ଖେଳିଥିବା ରେକର୍ଡ ନିଜ ନାଁରେ କରିଛନ୍ତି । ଟେଷ୍ଟ, ଦିନିକିଆ ଓ ଟି-20ମ୍ୟାଚକୁ ମିଶାଇ ଅଧିନାୟକ ଭାବେ ମୋଟ 331 ମ୍ୟାଚ ଖେଳିଛନ୍ତି କ୍ୟାପ୍ଟନ କୁଲ ।
  22. ଭାରତର ଜଣେ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ତାଙ୍କ ନେତୃତ୍ବରେ ଭାରତ ବିଦେଶ ମାଟିରେ ମାତ୍ର 15ଟି ମ୍ୟାଚରେ ପରାସ୍ତ ହୋଇଛି ।
  23. ଟେଷ୍ଟ ମ୍ୟାଚରେ ମାହିଙ୍କ ସର୍ବାଧିକ ସ୍କୋର 224 ରହିଛି । ଏହା ଭାରତ ପକ୍ଷରୁ ଜଣେ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ରୂପେ ସବୁଠାରୁ ବଡ ଇଂନିସ ।
  24. 2011ନଭେମ୍ବର1ରେ ଧୋନିଙ୍କୁ ଭାରତ ସରକାର ଲେଫ୍ଟିନାଣ୍ଟ କର୍ଣ୍ଣଲର ଉପାଧି ମିଳିଥିଲା ।
  25. ଧୋନି ଏକମାତ୍ର କ୍ରିକେଟର ଯିଏ 12ଥର ଆଇପିଏଲ ଫାଇନାଲ ମ୍ୟାଚ ଖେଳିଛନ୍ତି ।
  26. ମାହିଙ୍କୁ ବାଇକ ବହୁତ ପ୍ରିୟ । ୟାମାହ ଆରଡି 350,ଡୁକାଟି 1098, କାଓ୍ବାସାକି ନିଞ୍ଜା ଏଚ 2 ଓ ହେଲକ୍ୟଟ ଏକ୍ସ 132 ପରି ମୋଟରସାଇକାଲ ତାଙ୍କ ପାଖରେ ରହିଛି ।
  27. ମହଙ୍ଗା ଗାଡି ବ୍ୟତିତ ମାହିଙ୍କୁ ଟ୍ରାକ୍ଟର ମଧ୍ୟ ପସନ୍ଦ । କିଛିଦିନ ତଳେ ମାହି ଏକ ଟ୍ରାକ୍ଟର ମଧ୍ୟ କିଣିଛନ୍ତି ।
  28. ମାହିଙ୍କ କୁକୁର ପ୍ରେମ ସମସ୍ତଙ୍କୁ ଜଣା । ଘରେ ତାଙ୍କର ଅଲଗା ଅଲଗା ପ୍ରଜାତିର କୁକର ଦେଖିବାକୁ ମିଳେ ।
  29. ଧୋନି 2019ବିଶ୍ବକପ ପରେ ଭାରତୀୟ ସେନାଙ୍କ ସହ 15ଦିନିଆ ଟ୍ରେନିଂ ମଧ୍ୟ କରିଛନ୍ତି ।
  30. ଏମଏସ ଧୋନି ଦିନିକିଆ କ୍ରିକେଟ ଇତିହାସରେ ଏକମାତ୍ର ଓ୍ବିକେଟକିପର ଯିଏ 100ରୁ ଅଧିକ ଷ୍ଟମ୍ପିଂ କରିଛନ୍ତି ।
  31. ମାହି ଧୋନି ବିଶ୍ବର ଏକମାତ୍ର ଅଧିନାୟକ ,ଯଇଏ ଟି-20 ଓ୍ବାର୍ଲ୍ଡ କପ, ଦିନିକିଆ ଓ୍ବାର୍ଲ୍ଡ କପ ଓ ଚମ୍ପିଆନ୍ସ ଟ୍ରଫି ଜିତିଛନ୍ତି ।
  32. ସଚିନଙ୍କ ପରେ ଧୋନି ଭାରତ ପକ୍ଷରୁ ସର୍ବାଧିକ 349 ଦିନିକିଆ ମ୍ୟାଚ ଖେଳିଛନ୍ତି ।
  33. ଧୋନି ଦିନିକିଆ ମ୍ୟାଚରେ 7ନଂ ସ୍ଥାନରେ ଖେଳି 2ଶତକୀୟ ପାଳି ଖେଳିଥିଲେ । ଏପରି 7ନଂ ସ୍ଥାନରେ ଖେଳି ଡବଲ ସେନଚୁରୀ ମାରିବାର ଓ୍ବାର୍ଲ୍ଡ ରେକର୍ଡ ତାଙ୍କ ନାଁରେ ରହିଛି ।
  34. ଦିନିକିଆ କ୍ୟାରିଅରରେ ମାତ୍ର 42ଟି ମ୍ୟାଚ ଖେଳି ଆଇସିସି ର୍ୟାକିଙ୍ଗରେ ନଂ 1ସ୍ଥାନରେ ରହିଥିଲେ ।
  35. ଧୋନି ଭାରତର ସବୁଠାରୁ ସଫଳ ଅଧିନାୟକ । ସେ 200ଟି ଦିନିକିଆ ମ୍ୟାଚରେ ଦଳର ନେତୃତ୍ବ ନେଇ 110ଟି ମ୍ୟାଚରେ ଟିମକୁ ବିଜୟର ସ୍ବାଦ ଚଖାଇଛନ୍ତି ।
  36. ଦିନିକିଆ ଇତିହାସରେ ପ୍ରଥମ ଖେଳାଳି ଯିଏ 50ରନ୍‌ର ଅଭରେଜ ରେନରେଟ୍‌ ସହ 10,000ରନ ପୂର୍ଣ୍ଣ କରିଛନ୍ତି ।
  37. ବିଶ୍ବକପରେ ସବୁଠାରୁ ଅଧିକ ଷ୍ଟମ୍ପିଂ କରିଥିବା ଖେଳାଳିଙ୍କ ମଧ୍ୟରେ ଭାରତୀୟ ଓ୍ବିକେଟ କିପର ମହେନ୍ଦ୍ର ସିଂ ଧୋନି 2ୟ ସ୍ଥାନରେ ରହିଛନ୍ତି ।
  38. ଧୋନିଙ୍କ ଜୀବନକୁ ଆଧର କରି 'ଧୋନି-ଦ ଅନଟୋଲ୍ଡ ଷ୍ଟୋରୀ' ଫିଲ୍ମ ରିଲିଜ ହୋଇଥିଲା । ଫିଲ୍ମରେ ଧୋନିଙ୍କ ରୋଲ୍‌ କରିଥିବା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ କିଛିଦିନ ତଳେ ଦେହାନ୍ତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.