ETV Bharat / sports

ମନେରହିବ ବିଶ୍ବକପ-2019: ଧୋନିଙ୍କ ରନ ଆଉଟ, ଭାରତର ପ୍ରଥମ 30ମିନିଟ ପ୍ରଦର୍ଶନ - ଆଇସିସି

ଭାରତୀୟ କ୍ରିକେଟକୁ 2019 ଦେଇଛି ବହୁ ସଫଳତା, ବିଫଳତା, କିଛି ବିବାଦ ଓ କିଛି ବିଚ୍ଛେଦ । ତେବେ ଭାରତୀୟ କ୍ରିକେଟରଙ୍କ ମନରେ ସବୁ ଦିନ ପାଇଁ ଅଭୁଲା ରହିଥିବା ସ୍ମୃତି ହେଉଛି ଆଇସିସି ଦିନିକିଆ ବିଶ୍ବକପ । ତେବେ ଆସନ୍ତୁ ଆଇସିସି କ୍ରିକେଟ ବିଶ୍ବକପ-2019 ଅନ୍ତାରାଳରେ ମନେ ପକାଇବା ସେହି ଅଭୁଲା ମୁହୁର୍ତ୍ତ ।

cricket
cricket
author img

By

Published : Dec 31, 2019, 7:18 PM IST

ହାଇଦ୍ରାବାଦ: ସରି ସରି ଯାଉଛି 2019 । ଆରମ୍ଭ ହେବାକୁ ଯାଉଛି 2020 । ଭାରତୀୟ କ୍ରିକେଟକୁ 2019 ଦେଇଛି ବହୁ ସଫଳତା, ବିଫଳତା, କିଛି ବିବାଦ ଓ କିଛି ବିଚ୍ଛେଦ । ତେବେ ଭାରତୀୟ କ୍ରିକେଟଙ୍କ ମନରେ ସବୁ ଦିନ ପାଇଁ ଅଭୁଲା ରହିଥିବା ସ୍ମୃତି ହେଉଛି ଆଇସିସି ଦିନିକିଆ ବିଶ୍ବକପ । ସାରା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ପ୍ରଦର୍ଶନ, ବିରାଟଙ୍କ ବିଶ୍ବକପ ସ୍ବପ୍ନ, ସେମିଫାଇଲାନର ବର୍ଷା ଓ ଧୋନିଙ୍କ ସେହି ଅଧା ଇଞ୍ଚର ରନ ଆଉଟ ଚଳିତ ଦଶନ୍ଧିରେ ଭାରତୀୟ କ୍ରିକେଟରେ ସବୁଠାରୁ ଖରାପ ସମୟ । ତେବେ ଆସନ୍ତୁ ଆଇସିସି କ୍ରିକେଟ ବିଶ୍ବକପ-2019 ଅନ୍ତାରାଳରେ ମନେ ପକାଇବା ସେହି ଅଭୁଲା ମୁହୁର୍ତ୍ତ । ଆଉ ଘଟିଥିବା କିଛି ଚର୍ଚ୍ଚିତ ଘଟଣା ।

କ୍ରିକେଟ ଜନ୍ମଦାତା ଇଂଲଣ୍ଡ ମାଟିରେ ଖେଳାଯାଇଥିଲା ଆଇସିସି-2019 ବିଶ୍ବକପ । ଆଉ ପ୍ରଥମଥର ପାଇଁ କ୍ରାଉନ ବି ପିନ୍ଧିଥିଲା ଘରୋଇ ଇଂଲଣ୍ଡ । ତେବେ ଟୁର୍ଣ୍ଣାମେଣ୍ଟରେ ବାଘ ପରି ଉଭା ହୋଇଥିଲା 2011 ବିଶ୍ବକପ ବିଜେତା ଭାରତ । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ପରେ ଚାଲିଥିଲା ବିରାଟ ବାହିନୀର ବିରାଟ ଅଭିଯାନ । ପରେ ଅଷ୍ଟ୍ରେଲିଆ, ପାକିସ୍ତାନ, ଆଫଗାନିସ୍ତାନ, ୱେଷ୍ଟଇଣ୍ଡିଜ, ବାଂଲାଦେଶ, ଶ୍ରୀଲଙ୍କାକୁ ଧୂଳି ଚଟାଇ ଭାରତ କହିଦେଲା ବିଶ୍ବକପ ପାଇଁ କେତେ ଦାବିଦାର ଟିମ ଇଣ୍ଡିଆ । ମାତ୍ର ଘରୋଇ ଇଂଲଣ୍ଡଠାରୁ ଗୋଟିଏ ପରାଜୟ ସହ ଟେବୁଲ ଟ୍ପପରରେ ଲିଗ ପର୍ଯ୍ୟାୟ ଶେଷ କଲା ଭାରତ । ଏହା ପରେ ଆସିଲା ଅସଲି ପରୀକ୍ଷା । ସେହି ରୋମାଞ୍ଚକ ମୂହୁର୍ତ୍ତ ।

ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରଥମଥର ପାଇଁ ଭାରତ ଭେଟିଲା ନ୍ୟୁଜିଲାଣ୍ଡ ଦଳକୁ । କାରଣ ଲିଗ ପର୍ଯ୍ୟାୟ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇସାରିଥିଲା । ତେବେ ପ୍ରଥମେ ବ୍ୟାଟିଂ କରି 240 ରନର ସହଜ ଟାର୍ଗେଟ ଠିଆ କରିଥିଲା କିୱି ଦଳ । ବର୍ଷା ଯୋଗୁଁ ରିଜର୍ଭ ଡେ'କୁ ସ୍ଥାନାନ୍ତର ହେଲା ମ୍ୟାଚ । ତେବେ ସହଜ ରନ ଚେଜ କରିବାକୁ ଯାଇ ଦୁର୍ଭାଗ୍ୟବଶତଃ ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ଖରାପ କ୍ରିକେଟର ପ୍ରଦର୍ଶନ କରିଥିଲା ଦଳ । ମାତ୍ର 5 ରନରେ ଦଳ ଟପ ଅର୍ଡର ଫେରିଥିଲେ ପାଭେଲିଅନକୁ । ମଧ୍ୟକ୍ରମରେ ଋଷବ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦଳୀୟ ସ୍କୋରକୁ 32 ରନରେ ପହଁଚାଇ ପାରିଥିଲେ । ପରେ କ୍ରିଜକୁ ଆସିଲେ ଦଳର ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ, ବିଶ୍ବର ସର୍ବଶ୍ରେଷ୍ଠ ମ୍ୟାଚ ଫିନିସର ମହେନ୍ଦ୍ର ସିଂ ଧୋନି । ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ଦଳୀୟ ସ୍କୋରକୁ 32 ରୁ 208ରନରେ ପହଁଚାଇଥିଲେ ଏହି ଦୁଇ ବ୍ୟାଟ୍ସମ୍ୟାନ ।

ତେବେ 49ତମ ଓଭରରେ ଧୋନି ଏକ ବିଶାଳ ଛକା ହିଟ କରି ବିଜୟ ପ୍ରତିଶତକୁ ବଢାଇ ଦେଇଥିଲେ । ଫ୍ୟାନ୍ସଙ୍କ ମନରେ ଭରିଗଲା ଉତ୍କଣ୍ଠା । ମାତ୍ର ହଠାତ ମାର୍ଟିନ ଗପ୍ଟିଲଙ୍କ ରନ ଆଉଟ ଯେମିତି ସବୁ କିଛି ବଦଳାଇ ଦେଲା । ପାଦ ତଳୁ ଖସିଗଲା ମାଟି । ରନ ଆଉଟ ହୋଇ ପାଭିଲିଅନ ଫେରିଲେ ବେଷ୍ଟ ଫିନିସର । 18ରନରେ ମ୍ୟାଚ ଜିତି 2ୟଥର ଫାଇନାଲରେ ପ୍ରବେଶ କଲା ବ୍ଲାକ୍‌କ୍ୟାପ ଦଳ ।

ତେବେ ନିକଟରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ବାରବାଟୀ ଦିନିକିଆରେ କ୍ୟାପଟେନ କୋହଲି କହିଥିଲେ, "ବିଶ୍ବକପରେ ପ୍ରାରମ୍ଭିକ 30 ମିନିଟ ଭାରତୀୟ ଦଳ ପାଇଁ ଚଳିତ ବର୍ଷର ସବୁଠାରୁ ଭୟାନକ ସମୟ ଥିଲା । ଏହାକୁ ଛାଡି ଦେଲେ ଚଳିତ ବର୍ଷରେ ଭାରତ ଯେଉଁ ପ୍ରଦର୍ଶନ କରିଛି ତାହା ଉଚ୍ଚକୋଟୀର । "

ସେହିପରି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ, ସେହି ଯନ୍ତ୍ରଣାଦାୟକ ମୁହୂର୍ତ୍ତର ସ୍ମୃତି ସତେଜ କରିଥିଲେ ଚହଳ । ଚହଳ କହିଥିଲେ, "ଧୋନିଙ୍କ ରନ ଆଉଟ ପରେ ମୁଁ ମୋ ଲୁହକୁ ଅଟକାଇ ପାରି ନଥିଲି । ଏହା ମୋ ପ୍ରଥମ ବିଶ୍ବକପ ଥିଲା । ମାହି ଭାଇ ରନ ଆଉଟ ହୋଇଗଲା ପରେ ମୁଁ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲି । ମୋ ଆଖି ଲୁହରେ ଛଳଛଳ ଥିଲା । ମୁଁ ମୋ ଲୁହକୁ ଅଟକାଇ ପାରିନଥିଲି ।"

ବିଶ୍ବକପ ଫାଇନାଲ-

ଚଳିତ ବର୍ଷ ଜୁଲାଇ 14ରେ ଖେଳାଯାଇଥିଲା ବିଶ୍ବକପ ଫାଇନାଲ ମ୍ୟାଚ । ମ୍ୟାଚରେ ସୁପର ଓଭରରେ ରୋମାଞ୍ଚକ ଡ୍ରାମା ଦେଖିବାକୁ ମିଳିଥିଲା । ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ 2ଫାଇନାଲିଷ୍ଟଙ୍କ ମଧ୍ୟରେ ସୁପର ଓଭର ଖେଳାଯାଇଥିଲା । ଫାଇନାଲରେ ଉଭୟ ଦଳ ସମାନ 241 ରନ୍ କରିଥିଲେ, ଯାହା ପରେ ସୁପର୍ ଓଭର ଖେଳ ହୋଇଥିଲା । ସୁପର ଓଭରରେ ମଧ୍ୟ ଉଭୟ ଟିମ୍ ୧୫ ରନ ଲେଖାଏଁ କରିଥିଲେ ଏବଂ ମ୍ୟାଚ୍ ଟାଇ ରହିଥିଲା । ଏହା ପରେ ଅଧିକ ବାଉଣ୍ଡ୍ରୀ ଆଧାରରେ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା । ଏହି ବିବାଦୀୟ ନିୟମ ପରେ ଆଇସିସିକୁ ଖୁବ୍ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା।

ହିଟମ୍ୟାନ ରୋହିତଙ୍କ ବିଗ ହିଟ୍‌-

ବିଶ୍ବକପରେ ଭାରତ ପାଇଁ ହିରୋ ସାଜିଥିଲେ ହିଟମ୍ୟାନ ରୋହିତ ଶର୍ମା । ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ବିଶ୍ବକପର ଗୋଟିଏ ସଂସ୍କରଣରେ 5ଟି ଶତକ ଯୋଡି ଇତିହାସ ରଚିଥିଲେ । ଶ୍ରୀଲଙ୍କା ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରଙ୍କ ରେକର୍ଡ ବ୍ରେକ କରିଥିଲେ ରୋହିତ । ସଚିନ ବିଶ୍ବକପ ଶତକ ରେକର୍ଡ ସହ ମଧ୍ୟ ସମକକ୍ଷ ହୋଇଥିଲେ । 2ୟ ଭାରତୀୟ ବ୍ୟାଟ୍ସବ୍ୟାନ ଭାବେ ସଚିନଙ୍କ ପରେ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ 600 ରନ ପୂରଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.