ETV Bharat / sports

ମାଞ୍ଚେଷ୍ଟର ଟେଷ୍ଟ ବାତିଲ - ବାତିଲ ପଞ୍ଚମ ଟେଷ୍ଟ

ଭାରତ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ନିର୍ଣ୍ଣାୟକ ଟେଷ୍ଟ ବାତିଲ । କୋଭିଡ ସମସ୍ୟା ପାଇଁ ବାତିଲ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

COVID-19: Fifth Test between England and India in Manchester called off
ମାଞ୍ଚେଷ୍ଟର ଟେଷ୍ଟ ବାତିଲ, ସିରିଜ ୨-୨ରେ ଡ୍ର
author img

By

Published : Sep 10, 2021, 1:35 PM IST

Updated : Sep 10, 2021, 5:34 PM IST

ମାଞ୍ଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ବାତିଲ । ଭାରତୀୟ କ୍ୟାମ୍ପରେ ଏକାଧିକ ସଦସ୍ୟ କୋଭିଡ୍‌ ସଂକ୍ରମିତ ଚିହ୍ନଟ ପରେ ସିରିଜର ଅନ୍ତିମ ଟେଷ୍ଟକୁ ବାତିଲ କରାଯାଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଓ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB)ର ସହମତିରେ ଏହି ନିଷ୍ପତ୍ତି ନିଆଯାଇଛି । ପଞ୍ଚମ ଟେଷ୍ଟ ପୂର୍ବରୁ ଭାରତ ୨-୧ରେ ଆଗୁଆ ରହିଥିଲା । ଶେଷ ମ୍ୟାଚ ବାତିଲ୍‌ ପରେ ଭାରତ ସିରିଜ ବିଜେତା ଘୋଷିତ ହେବାନେଇ ଆଶାକରାଯାଉଥିଲା । ମାତ୍ର ଦୁଇ ବୋର୍ଡ ମଧ୍ୟରେ ଏକ ଅଜବ ଚୁକ୍ତି ହୋଇଛି ଯେଉଁ ନିଷ୍ପତ୍ତିରେ ଭାରତୀୟ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । ଭାରତୀୟ କ୍ୟାମ୍ପରେ COVID କେସ୍‌ ପରେ BCCI ଏକ ନୂଆ ଟିମ ଦେବାକୁ ଅସମର୍ଥ ଦର୍ଶାଇ ପରାଜୟ ସ୍ବୀକାର କରିଛି ।

  • Following ongoing conversations with the BCCI, the ECB can confirm that the fifth LV= Insurance Test at Emirates Old Trafford, due to start today, will be cancelled.

    — England Cricket (@englandcricket) September 10, 2021 " class="align-text-top noRightClick twitterSection" data=" ">

ପ୍ରଥମ ମାଞ୍ଚେଷ୍ଟର ଟେଷ୍ଟର ଆରମ୍ଭ ଆଜି(ଗୁରୁବାର) ହେବନାହିଁ ବୋଲି ଉଭୟ ବୋର୍ଡ ନିଷ୍ପତ୍ତି କରିଥିଲେ । ପରେ ଖେଳାଳିଙ୍କୁ ଅଧିକ ସଂଖ୍ୟକ କୋଭିଡ ଟେଷ୍ଟ କରାଯିବା ନେଇ ସ୍ଥିର ହୋଇଥିଲା ଓ ସଂସ୍ପର୍ଶରେ ଆସିନଥିବା ଖେଳାଳିଙ୍କୁ ନେଇ ମ୍ୟାଚ୍‌ ଖେଳାଯିବାକୁ ECB ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ଭାରତ ଏହା କରିବାକୁ ଅସମର୍ଥ ପ୍ରକାଶ କରିଥିଲା ବୋଲି, ECB ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଏଥିସହ ସିରିଜ ୨-୧ରେ ଡ୍ରରେ ଶେଷ ହେଲା ବୋଲି କୁହାଯାଇଛି ।

ଇଂଲଣ୍ଡ ମାଟିରେ ଐତିହାସିକ ଟେଷ୍ଟ ସିରିଜ ବିଜୟର ସୁବର୍ଣ୍ଣ ସୁଯୋଗ ଟିମ ଇଣ୍ଡିଆ ପାଖରେ ରହିଥିଲା । ସିରିଜରେ ୨-୧ରେ ଆଗୁଆ ଥିବାରୁ ମାଞ୍ଚେଷ୍ଟର ଟେଷ୍ଟରେ ବିଜୟ କିମ୍ବା ଡ୍ର ହୋଇଥିଲେ, ଭାରତ ସିରିଜ ବିଜୟୀ ହୋଇଥା'ନ୍ତା ।

ଭାରତୀୟ ଦଳର ଚତୁର୍ଥ ସଦସ୍ୟ ସହକାରୀ ଫିଜିଓ ଯୋଗେଶ ପରମାର କୋରୋନା ସଂକ୍ରମିତ ହୋଇଥିବାରୁ ଏହି ମ୍ୟାଚ୍‌ ଖେଳାଯିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ପୂର୍ବରୁ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ବୋଲିଂ କୋଚ୍‌ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍‌ ଆର. ଶ୍ରୀଧର COVID ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଓଭାଲ ଗ୍ରାଉଣ୍ଡରେ ବୋବାଲ କରିଥିଲା ଭାରତ । ଚତୁର୍ଥ ଟେଷ୍ଟରେ ବିରାଟ ବାହିନୀ ଇଂଲଣ୍ଡକୁ ପରାସ୍ତ କରି ୫୦ ବର୍ଷ ଅପେକ୍ଷାର ଅନ୍ତ ଘଟାଇଥିଲା । ୧୯୭୧ ପରେ ଓଭାଲରେ ବିଜୟ ହାସଲ କରିବାକୁ ସକ୍ଷମ ହୋଇଥିଲା ଭାରତ । ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ୧୫୭ ରନରେ ହରାଇ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ର ଅଗ୍ରଣୀ ହାସଲ କରିଥିଲା । ବିଜୟ ସହିତ ଦୃଢ ଆତ୍ମବିଶ୍ବାସରେ ଥିବା ଭାରତ ମାଞ୍ଚେଷ୍ଟରରେ ମଧ୍ୟ କମାଲ କରିବାକୁ ଲକ୍ଷ୍ୟ ରଖିଥିଲା । ମାତ୍ର କୋରୋନା ସବୁକିଛି ଫିକା କରିଦେଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Sep 10, 2021, 5:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.