ETV Bharat / sports

ଟେଷ୍ଟ କ୍ରିକେଟରୁ ମୋଇନ ଅଲୀଙ୍କ ଅବସର - ଟେଷ୍ଟ କ୍ରିକେଟରୁ ଅବସର

୩୪ ବର୍ଷୀୟ ମୋଇନ ଅଲୀ ଟେଷ୍ଟ କ୍ୟାରିୟରରେ ୬୪ଟି ଟେଷ୍ଟ ମ୍ୟାଚ୍‌ରୁ ୧୯୫ଟି ୱିକେଟ ଓ ୫ଟି ଶତକୀୟ ଇଂନିସ ସହିତ ୨୮.୨୯ ଆଭରେଜରେ ୨,୯୧୪ ରନ୍‌ ସଂଗ୍ରହ କରିଛନ୍ତି । ଅଧିକ ପଢନ୍ତୁ...

"Content" Moeen Ali announces retirement from Test cricket
ଟେଷ୍ଟ କ୍ରିକେଟରୁ ମୋଇନ ଅଲୀଙ୍କ ଅବସର
author img

By

Published : Sep 27, 2021, 3:56 PM IST

ଲଣ୍ଡନ: ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲୀ ସୋମବାର କ୍ରିକେଟର ଲମ୍ବା ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି । ୩୪ ବର୍ଷୀୟ ଅଲୀ ବର୍ଷ ୨୦୧୪ରେ ଟେଷ୍ଟ ଡେବ୍ୟୁ କରିଥିଲେ । ଇଂଲଣ୍ଡ ପକ୍ଷରୁ ୬୪ଟି ଟେଷ୍ଟ ମ୍ୟାଚ୍‌ରେ ସେ ପ୍ରତିନିଧିତ୍ବ କରିଛନ୍ତି । ୫ ଥର ୫ ୱିକେଟ ହାସଲ କରିବା ସହିତ ମୋଟ ୧୯୫ଟି ଟେଷ୍ଟ ୱିକେଟ ତାଙ୍କ ନାମରେ ରହିଛି । ଟେଷ୍ଟ କ୍ୟାରିୟରରେ ୫ଟି ଶତକୀୟ ଇଂନିସ ସହିତ ୨୮.୨୯ ଆଭରେଜରେ ୨,୯୧୪ ରନ୍‌ ମଧ୍ୟ ସଂଗ୍ରହ କରିଛନ୍ତି ।

ସୋମବାର ନିଜ ଅବସରକାଳୀନବାର୍ତ୍ତାରେ ଅଲୀ କହିଛନ୍ତି, "ଯଥାସମ୍ଭବ ଅଧିକ କ୍ରିକେଟ ଖେଳିବାକୁ ଇଚ୍ଛା ରହିଛି । ଟେଷ୍ଟ କ୍ରିକେଟର ଅନୁଭୂତି ନିଆରା । ବିଶ୍ବର ଶ୍ରେଷ୍ଠ ଟିମସହ ଏହି ଫର୍ମାଟରେ ଖେଳିବା ସମୟରେ ଖାସ୍‌ ଅନୁଭବ ହୋଇଛି । ତେବେ ୩୪ ବର୍ଷର ହୋଇଯାଇଥିବାରୁ ଅବସର ଘୋଷଣା କରିବାର ଏହା ପ୍ରକୃଷ୍ଟ ସମୟ ବୋଲି ଅନୁଭବ କରୁଛି ।"

ମୋଇନ ଅଲୀଙ୍କ ଟେଷ୍ଟ କ୍ୟାରିୟର ଅନ୍ୟ ବ୍ରିଟିଶ ଖେଳାଳିଙ୍କ ପାଇଁ ପ୍ରେରଣା ହେବା ସହ ଦ୍ବାରା ଉନ୍ମୁକ୍ତ ବୋଲି ସେ ଆଶାବାଦୀ ଅଛନ୍ତି । ଇଂଲିସ ଖେଳାଳି ହୋଇନଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ହାସିମ ଅମଲାଙ୍କୁ ଦେଖି ପ୍ରଭାବିତ ହୋଇଥିଲେ ବୋଲି କହିଛନ୍ତି ଅଲୀ ।

ଏଥିସହ ନିଜର ଅବସରକାଳୀନ ବାର୍ତ୍ତାରେ କୋଚ୍‌, କ୍ୟାପଟେନ, ପରିବାର ଓ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.