ETV Bharat / sports

ଚର୍ଚ୍ଚାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ବୟାନ, କହିଲେ ବର୍ଣ୍ଣ ବୈଷମ୍ୟର ହୋଇଥିଲି ଶିକାର

author img

By

Published : Jul 2, 2023, 8:32 PM IST

ଚର୍ଚ୍ଚାରେ ଭାରତୀୟ ବଂଶୋଦ୍ଭବ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ବୟାନ । କହିଲେ ଏହି ଦେଶରେ ବଡ଼ ହେବା ସମୟରେ ବର୍ଣ୍ଣ ବୈଷମ୍ୟର ଶିକାର ହୋଇଥିଲି । ଅଧିକ ପଢ଼ନ୍ତୁ

ବର୍ଣ୍ଣ ବୈଷମ୍ୟର ଶିକାର ହୋଇଥିଲେ ଋଷି ସୁନକ
ବର୍ଣ୍ଣ ବୈଷମ୍ୟର ଶିକାର ହୋଇଥିଲେ ଋଷି ସୁନକ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ଭାବେ ପ୍ରଥମ ବ୍ରିଟେନ ପ୍ରଧାନମନ୍ତ୍ରୀ ହୋଇଥିବା ଋଷି ସୁନକ ଏକ ବଡ଼ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଛି ଆସେସ୍‌ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ । ତେବେ ଏହି ମ୍ୟାଚ୍‌ର ଚତୁର୍ଥ ଦିନରେ ଏଭଳି ଏକ ବଡ଼ ବୟାନ ଦେଇଛନ୍ତି ସୁନକ । ଯାହାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ସେ ଏହି ଦେଶରେ ବଡ଼ ହେବା ସମୟରେ ବର୍ଣ୍ଣ ବୈଷମ୍ୟର ଶିକାର ହୋଇଥିବା କହିଛନ୍ତି । ତେବେ କ୍ରିକେଟ୍‌ରେ ଏଭଳି ଘଟଣାର ସାମ୍ନା କରିନଥିବା ସେ କହିଛନ୍ତି ।

ଶନିବାର ବିବିସିର ପ୍ରତିଷ୍ଠିତ 'ଟେଷ୍ଟ ମ୍ୟାଚ୍‌ ସ୍ପେଶାଲ' (TMS) ରେଡିଓ କାର୍ଯ୍ୟକ୍ରମରେ ସୁନକ ଯୋଗ ଦେଇଥିଲେ । ଏଠାରେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ (ECB)ରେ ସମସ୍ତ ସ୍ତରରେ ବ୍ୟାପକ ଓ ଗଭୀର ଭାବେ ବର୍ଣ୍ଣ ବୈଷମ୍ୟ ଓ ଲିଙ୍ଗଗତ ପ୍ରଭେଦ ନେଇ ଜାରି ହୋଇଥିବା ଏକ ରିପୋର୍ଟକୁ ନେଇ ପ୍ରଧାନମନ୍ତ୍ରୀ ସୁନକଙ୍କୁ ପ୍ରଶ୍ନ କରାଯାଇଥିଲା । ହେଲେ ସେ କ୍ରିକେଟରେ ଏଭଳି କିଛି ସାମ୍ନା କରିନଥିବା କହିଛନ୍ତି । ସେ କହିଛନ୍ତି, "କ୍ରିକେଟ୍‌ରେ ବର୍ଣ୍ଣ ବୈଷମ୍ୟ ଓ ଲିଙ୍ଗଗତ ପ୍ରଭେଦ ନେଇ ମୁଁ କୌଣସି ଅନୁଭବ କରିନାହିଁ । ହେଲେ ମୁଁ ଏହି ଦେଶରେ ବଡ଼ ହେବା ବେଳେ ନିଶ୍ଚୟ ବର୍ଣ୍ଣ ବୈଷମ୍ୟର ଶିକାର ହୋଇଛି । ଏହା ଆପଣଙ୍କୁ ଗଭୀର ଭାବେ ପ୍ରଭାବିତ କରିଥାଏ । ତେବେ ମୁଁ ଏଭଳି ଏକ ପେଶାରେ ରହିଛି, ଯେଉଁଠାରେ ମୋତେ ପ୍ରତିଦିନ, ପ୍ରତି ଘଣ୍ଟା, ପ୍ରତି ମିନିଟ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ହେଲେ ବର୍ଣ୍ଣ ବୈଷମ୍ୟ ଆପଣଙ୍କୁ ବହୁତ ଗଭୀର ଭାବରେ ପ୍ରଭାବିତ କରିଥାଏ, ଏହା ବହୁତ ଦୁଃଖ ପହଞ୍ଚାଇଥାଏ ।"

ସେ ଆହୁରି କହିଛନ୍ତି, "କ୍ରିକେଟ୍‌ରେ ବର୍ଣ୍ଣ ବୈଷମ୍ୟ ଓ ଲିଙ୍ଗଗତ ପ୍ରଭେଦ ନେଇ Independent Commission for Equity in Cricket (ICEC) ରିପୋର୍ଟ ମୋ ଭଳି କ୍ରିକେଟ ପ୍ରେମୀଙ୍କ ପାଇଁ ଦୁଃଖର ବିଷୟ । ତେବେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ (ECB) ଏହି ରିପୋର୍ଟର ନିଷ୍କର୍ସରେ ସଠିକ ଢଙ୍ଗରେ ପ୍ରତିକ୍ରିୟା ଦେଇଥିବାରୁ ମୁଁ ଆଶ୍ବସ୍ତ ।" ସେ ଦେଶର ପ୍ରଥମ ବ୍ରିଟିଶ-ଭାରତୀୟ ପ୍ରଧାନମନ୍ତ୍ରୀ ହେବା ଘଟଣାକୁ ଜାତିଭେଦକୁ ମୁକାବିଲା କରିବାରେ 'ଅବିଶ୍ୱସନୀୟ ପ୍ରଗତି' ସହ ଯୋଡ଼ିଛନ୍ତି । ସେ କହିଛନ୍ତି, "ଆଜି ମୋତେ ଖୁସି ଲାଗୁଛି ଯେ, ମୋତେ ପିଲାଦିନେ ଯେଉଁ ଘଟଣାଗୁଡ଼ିକର ସାମ୍ନା କରିବାକୁ ପଡ଼ିଥିଲା, ତାହା ମୋ ପିଲାମାନଙ୍କ ସହିତ ଘଟିବ ନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.