ETV Bharat / sports

ବିଶ୍ବକପ ପୂର୍ବରୁ ଭାରତର ପ୍ରଦର୍ଶନକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବିସିସିଆଇ ଅଧ୍ୟକ୍ଷ

ଭାରତର ଖରାପ ପ୍ରଦର୍ଶନକୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସମାଲୋଚନା କରି କହିଛନ୍ତି ଦଳର ଗୋଟିଏ ଦୁଇଟି ମ୍ୟାଚ ହାରିବା ନେଇ ମୁଁ ବିବ୍ରତ ନୁହେଁ । ହେଲେ ଆମେ ବଡ ବଡ ଟୁର୍ଣ୍ଣାମେଣ୍ଟରେ ବିଫଳ ରହିବା ଏକ ଚିନ୍ତାର ବିଷୟ ଅଟେ । ଅଧିକ ପଢନ୍ତୁ

author img

By

Published : Sep 23, 2022, 10:39 PM IST

ବିଶ୍ବକପ ପୂର୍ବରୁ ଭାରତର ପ୍ରଦର୍ଶନକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବିସିସିଆଇ ଅଧ୍ୟକ୍ଷ
ବିଶ୍ବକପ ପୂର୍ବରୁ ଭାରତର ପ୍ରଦର୍ଶନକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବିସିସିଆଇ ଅଧ୍ୟକ୍ଷ

ହାଇଦ୍ରାବାଦ: ବାଜି ସାରିଛି ଟି୨୦ ବିଶ୍ବକପ ବିଗୁଲ ( ICC T20 World Cup ) । ବିଶ୍ବକପ ପୂର୍ବରୁ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ଉଠିଛି ପ୍ରଶ୍ନ । ମ୍ୟାନ ଇନ ବ୍ଲୁର ଯେଉଁ ଭଳି ଭାବରେ ପ୍ରଦର୍ଶନ ଜାରି ରହିଛି ସେଥିରେ ବିଶ୍ବକପ ହାତେଇବା ସମ୍ଭବ କି ତାକୁ ନେଇ କ୍ରିକେଟ ମହଲରେ ଚର୍ଚ୍ଚା ଜାରି ରହିଛି । ଭାରତୀୟ ଦଳର ଏଭଳି ପ୍ରଦର୍ଶନ ବାବଦରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ( BCCI President Sourav Ganguly ) ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ( Rahul Dravid ) ଏବଂ ଅଧିନାୟକ ରୋହିତ ଶର୍ମାଙ୍କୁ ( Rohit Sharma ) ନେଇ ସମାଲୋଚନା କରିଛନ୍ତି । ରୋହିତ ବାହିନୀ ଏସିଆ କପରେ ଲିଗ ମ୍ୟାଚରେ ଦମଦାର ପ୍ରଦର୍ଶନ ସହିତ ସୁପର ୪ ମ୍ୟାଚରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ହାରି ଫାଇନାଲରେ ଜାଗା ବନାଇବା ପାଇଁ ବିଫଳ ରହିଥିଲା । ସେହିପରି ମଙ୍ଗଳବାର ମୋହଲିରେ ଅଷ୍ଟ୍ରେଲିଆ ଆଗରେ ବିଶାଳ ବିଜୟ ଲକ୍ଷ୍ୟ ଦେବା ପରେ ଭାରତୀୟ ଦଳ ପରାଜୟ ସାମ୍ନା କରିଥିଲା । ତେବେ ଏଭଳି ଜିତିବା ମ୍ୟାଚରେ ବାଜି ପଲଟି ଯିବାର ମୁଖ୍ୟ କାରଣ ସାଜିଥିଲା ଡେଥ ଓଭର ବୋଲିଂରେ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ ।

ଏହି ଡେଥ ଓଭର ବୋଲିଂ ଭାରତୀୟ କ୍ରିକେଟ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଡେଥ ଓଭରରେ ଅଧିକ ନିରାଶ କରିଛନ୍ତି ସିନିୟର ପେସର ଭୁବନେଶ୍ବର କୁମାର । ଦଳର ବ୍ୟାଟିଂ ବିଭାଗ ସୁଦୃଢ ଥିଲେ ମଧ୍ୟ ବୋଲିଂ ବିଭାଗର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ଭାରତୀୟ ବୋଲରଙ୍କ ଦୁର୍ବଳତାକୁ ସୂଚୀତ କରୁଛି । ଏସିଆ କପରେ ମଧ୍ୟ ଭାରତ ଜିତିବା ମ୍ୟାଚ ଗୁଡିକ ବୋଲିଂରେ ଖରାପ ପ୍ରଦର୍ଶନ କରି ଭାରତ ବିପକ୍ଷ ଦଳ ହାତକୁ ମ୍ୟାଚ ଟେକି ଦେଇଥିଲା । ବ୍ୟାଟିଂ ବିଭାଗ ଫର୍ମରେ ରହିଲେ ମଧ୍ୟ ବୋଲିଂ ବିଭାଗ ଫର୍ମରେ ନ ରହିଲେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ବକପରେ ଭାରତ ପାଇଁ ମହଙ୍ଗା ପରିସ୍ଥିତି ସୃଷ୍ଟି କରିପାରେ । ତେବେ ଭାରତର ଖରାପ ପ୍ରଦର୍ଶନକୁ ନେଇ ବିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି "ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ପ୍ରଶିକ୍ଷକ ଦଳର ପ୍ରଦର୍ଶନକୁ ନେଇ ଅଧିକ ଚିନ୍ତା କରିବା ଦରକାର । ଦଳର ତୃଟିକୁ ବାହାର କରି ସୁଧାରିବା ଦରକାର । ଦଳର ଗୋଟିଏ ଦୁଇଟି ମ୍ୟାଚ ହାରିବା ନେଇ ମୁଁ ବିବ୍ରତ ନୁହେଁ । ହେଲେ ଆମେ ବଡ ବଡ ଟୁର୍ଣ୍ଣାମେଣ୍ଟରେ ବିଫଳ ରହିବା ଏକ ଚିନ୍ତାର ବିଷୟ ଅଟେ ।"

ସେପଟେ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ମ୍ୟାଚ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଟି୨୦ ମ୍ୟାଚ ଖେଳିବ ଭାରତ । କ୍ରିକେଟ ମହଲରେ ଆଶା କରାଯାଉଛି କି ଟି୨୦ ବିଶ୍ବକପ ପୂର୍ବରୁ ଭାରତ ତାର ସମସ୍ତ ତୃଟିକୁ ସୁଧାରିବା ସହିତ ନିଜକୁ ସର୍ବଶ୍ରେଷ୍ଠ ଭାବରେ ପ୍ରସ୍ତୁତ କରି ଟି୨୦ ବିଶ୍ବକପ ମଇଦାନରେ ଓହ୍ଲାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.