ETV Bharat / sports

BCCIର ବଡ ଘୋଷଣା, ପୁରୁଷଙ୍କ ଭଳି ମହିଳାଙ୍କୁ ମିଳିବ ସମାନ ପାଉଣା

author img

By

Published : Oct 27, 2022, 1:41 PM IST

ହଟିଲା ପୁରୁଷ ଓ ମହିଳା କ୍ରିକେଟରଙ୍କ ମଧ୍ୟରେ ଥିବା ପାଉଣା ତାରତମ୍ୟ । ଏଣିକି ପୁରୁଷଙ୍କ ଭଳି ମହିଳାଙ୍କୁ ମିଳିବ ସମାନ ପାଉଣା । ଏନେଇ ବଡ ଘୋଷଣା କରିଛି ବିସିସିଆଇ । ଅଧିକ ପଢନ୍ତୁ

BCCIର ବଡ ଘୋଷଣା, ପୁରୁଷଙ୍କ ଭଳି ମହିଳାଙ୍କୁ ମିଳିବ ସମାନ ପାଉଣା
BCCIର ବଡ ଘୋଷଣା, ପୁରୁଷଙ୍କ ଭଳି ମହିଳାଙ୍କୁ ମିଳିବ ସମାନ ପାଉଣା

ନୂଆଦିଲ୍ଲୀ: ମ୍ୟାଚ ଫି କୁ ନେଇ ବିସିସିଆଇର ବଡ ଘୋଷଣା । ପୁରୁଷ କ୍ରିକେଟର ଓ ମହିଳା କ୍ରିକେଟରଙ୍କ ମଧ୍ୟରେ ହଟିଲା ତାରତମ୍ୟ । ସମାନ ହେଲେ ପୁରୁଷ କ୍ରିକେଟର ଓ ମହିଳା କ୍ରିକେଟରଙ୍କ ମ୍ୟାଚ ପାଉଣା । ଏଣିକି ପୁରୁଷଙ୍କ ଭଳି ମହିଳାଙ୍କୁ ମିଳିବ ସମାନ ପାଉଣା । ଏନେଇ ବଡ ଘୋଷଣା କରିଛି ବିସିସିଆଇ । କଣ୍ଟାକ୍ଟ କ୍ରିକେଟର ମ୍ୟାଚ ଫି ସମାନ ହୋଇଛି । ଟେଷ୍ଟ ପାଇଁ 15 ଲକ୍ଷ, ଦିନିକିଆ ପାଇଁ 6 ଲକ୍ଷ ଓ ଟି -ଟ୍ବେଣ୍ଟି ପାଇଁ 3 ଲକ୍ଷ ଟଙ୍କା ମିଳିବ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ ।

  • The @BCCIWomen cricketers will be paid the same match fee as their male counterparts. Test (INR 15 lakhs), ODI (INR 6 lakhs), T20I (INR 3 lakhs). Pay equity was my commitment to our women cricketers and I thank the Apex Council for their support. Jai Hind 🇮🇳

    — Jay Shah (@JayShah) October 27, 2022 " class="align-text-top noRightClick twitterSection" data=" ">

ଟ୍ବିଟ କରି ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି, ‘‘ଏଣିକି ପୁରୁଷ କ୍ରିକେଟରଙ୍କ ପରି ମହିଳା କ୍ରିକେଟରଙ୍କୁ ସମାନ ପାଉଣା ମିଳିବ । ଏବେ ପୁରୁଷ ଟିମକୁ ଯେତିକି ମ୍ୟାଚ୍ ଫି ମିଳିବ ମହିଳା ଟିମକୁ ମଧ୍ୟ ସେତେକି ଫି ମିଳିବ । ଟେଷ୍ଟ ମ୍ୟାଚ ପାଇଁ 15 ଲକ୍ଷ, ଦିନିକିଆ ମ୍ୟାଚ ପାଇଁ 6 ଲକ୍ଷ ଓ ଟି -ଟ୍ବେଣ୍ଟି ପାଇଁ 3 ଲକ୍ଷ ଟଙ୍କା ମିଳିବ । ଏହା ଘୋଷଣା କରି ଖୁସି ବ୍ୟକ୍ତ କରିଛନ୍ତି ବିସିସିଆଇ ସମ୍ପାଦକ । ବିସିସିଆଇର ଏହା ଏକ ଐତିହାସିକ ନିଷ୍ପତ୍ତି । ଭେଦଭାବ ଦୂର କରିବା ପାଇଁ ବିସିସିଆଇ ନେଇଥିବା ପ୍ରଥମ ପଦକ୍ଷେପକୁ ଘୋଷଣା କରି ମୋତେ ଖୁସି ଲାଗୁଛି । ଆମେ ଆମର ବିସିସିଆଇ ଚୁକ୍ତିଭିତ୍ତିକ ମହିଳା କ୍ରିକେଟରଙ୍କ ସମାନ ଫି ପଲିସି ଆପଣାଇଛୁ । କ୍ରିକେଟରେ ଲିଙ୍ଗଗତ ସମାନତାକୁ ଦୃଷ୍ଟିରେ ରଖି ଉଭୟ ପୁରୁଷ ଓ ମହିଳା ଖେଳାଳିମାନଙ୍କୁ ସମାନ ଫି ଦିଆଯିବାକୁ ନିଷ୍ପତ୍ତି ହୋଇଥିବା’’ କହିଛନ୍ତି ବିସିସିଆଇ ସମ୍ପାଦକ ।

ଏହା ବି ପଢନ୍ତୁ...T20 World Cup: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ନିକଟରେ ଶ୍ରୀଲଙ୍କା ବିପକ୍ଷରେ ବିଜୟ ହାସଲ କରି ଏସିଆ କପ ଚମ୍ପିଆନ ହୋଇଥିଲା ଭାରତୀୟ କ୍ରିକେଟର ଦଳ । ସପ୍ତମ ଥର ପାଇଁ ଏସିଆ କପ ହାତେଇଥିଲା ଭାରତୀୟ ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.