କଟକ: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ପାଇଁ ବହୁ ପୂର୍ବରୁ କ୍ରୀଡ଼ାସୂଚୀ ଘୋଷଣା କରିଛି BCCI । ହେଲେ ଓଡ଼ିଶାରେ ବାରବାଟୀ ଷ୍ଟାଡିୟମକୁ ଏଥିରେ ଗୋଟିଏ ବି ମ୍ୟାଚ୍ ନମିଳିବା ଓଡ଼ିଆ କ୍ରୀଡ଼ାପ୍ରେମୀଙ୍କୁ ହତାଶ କରିଥିଲା । ଏହାପରେ ବିଶ୍ବକପ ମ୍ୟାଚ୍ ମିଳିନଥିବା ଭେନ୍ୟୁଗୁଡ଼ିକୁ ୨୦୨୩-୨୪ ଘରୋଇ ସୂଚୀରେ ସାମିଲ କରାଯିବ ବୋଲି ଘୋଷଣା କରିଥିଲା BCCI । ହେଲେ ଏଥିରେ ମଧ୍ୟ ବାରବାଟୀର ନାଁ ନାହିଁ । ପଡ଼ୋଶୀ ଆନ୍ଧ୍ର ପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ଲଗାତର ମ୍ୟାଚ୍ ମିଳୁଥିବା ବେଳେ ଓଡ଼ିଶାକୁ ବାରମ୍ବାର ବଞ୍ଚିତ କରୁଛି BCCI ।
-
An action-packed Home Season 2023-24 coming up 🙌
— BCCI (@BCCI) July 25, 2023 " class="align-text-top noRightClick twitterSection" data="
A look at #TeamIndia's Fixtures 👇 pic.twitter.com/bsWid1nc5b
">An action-packed Home Season 2023-24 coming up 🙌
— BCCI (@BCCI) July 25, 2023
A look at #TeamIndia's Fixtures 👇 pic.twitter.com/bsWid1nc5bAn action-packed Home Season 2023-24 coming up 🙌
— BCCI (@BCCI) July 25, 2023
A look at #TeamIndia's Fixtures 👇 pic.twitter.com/bsWid1nc5b
ଆଫଗାନିସ୍ତାନ ବିପକ୍ଷ ଟି୨୦ ଶୃଙ୍ଖଳା ଆୟୋଜନ ପାଇଁ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ)କୁ ପ୍ରସ୍ତାବ ଦେଇଥିଲା BCCI । ହେଲେ ସେତେବେଳେକୁ ଓସିଏ ପ୍ରସ୍ତୁତ ହୋଇପାରବନି ବୋଲି କହିବାରୁ ଏହି ମ୍ୟାଚ୍ ଅନ୍ୟ ରାଜ୍ୟକୁ ଚାଲି ଯାଇଥିଲା । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, "ବାରବାଟୀରେ ଟି୨୦ କିମ୍ବା ଦିନିକିଆ ମ୍ୟାଚ୍ ଆୟୋଜନ ଅପେକ୍ଷା ଏଠାକୁ ଟେଷ୍ଟ ମାନ୍ୟତା ଫେରାଇ ଆଣିବାକୁ ଓସିଏ ଲକ୍ଷ୍ୟ ରଖିଛି । ତେଣୁ BCCI ପକ୍ଷରୁ ଯେତେବେଳେ ଆଫଗାନିସ୍ତାନ ବିପକ୍ଷ ଟି୨୦ ମ୍ୟାଚ୍ ପାଇଁ ପ୍ରସ୍ତାବ ଦିଆଯାଇଥିଲା, ସେତେବେଳେ ଆମେ ତାହାକୁ ଏଡ଼ାଇ ଦେଇଥିଲୁ । ବର୍ତ୍ତମାନ ବାରବାଟୀରେ ଟେଷ୍ଟ୍ ମ୍ୟାଚ୍ ଖେଳାଯିବା ପାଇଁ ବିଶ୍ବ ସ୍ତରୀୟ ପିଚ୍ ପ୍ରସ୍ତୁତ ହେଉଛି । ନୂଆ ପିଚ୍ରେ ପ୍ରଥମେ କିଛି ଘରୋଇ ମ୍ୟାଚ୍ ଖେଳାଯିବ । ଏହାପରେ ଆଇସିସିର ପ୍ରତିନିଧି ବାରବାଟୀ ପିଚ୍ ଯାଞ୍ଚ କରିବା ପରେ ଏହାକୁ ଟେଷ୍ଟ ମାନ୍ୟତା ମିଳିପାରିବ ।" ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପରେ କୌଣସି ଏକ ଟେଷ୍ଟ ମ୍ୟାଚ୍ ବାରବାଟୀକୁ ମିଳିପାରେ ବୋଲି BCCI ସମ୍ପାଦକ ଜୟ ଶାହ ଓସିଏକୁ ପ୍ରତିଶ୍ରୁତି ଦେଇଥିବା ସେ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...INDvsWI Test Series : ଦ୍ବିତୀୟ ଟେଷ୍ଟ ଡ୍ର, 1-0ରେ ସିରଜ ଜିତିଲା ଭାରତ
ପ୍ରକାଶ ଥାଉ କି, ୧୯୮୨ରେ ବାରବାଟୀ ଷ୍ଟାଡିୟମରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଥିଲା । ହେଲେ ୪୧ ବର୍ଷର ମଧ୍ୟରେ ବାରବାଟୀକୁ ମାତ୍ର ୨୪ଟି ଅନ୍ତର୍ଜାତୀୟ ମ୍ୟାଚ୍ ମିଳିଛି । ୧୯ଟି ଦିନିକିଆ, ୨ଟି ଟେଷ୍ଟ ଓ ୩ ଟି୨୦ ମ୍ୟାଚ୍ ଏଠାରେ ଖେଳାଯାଇଛି । ଟେଷ୍ଟ ମଧ୍ୟରେ ୧୯୮୭ରେ ଶ୍ରୀଲଙ୍କା ଓ ୧୯୯୫ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଏଠାରେ ଦୁଇଟି ଟେଷ୍ଟ ଖେଳିଥିଲା । ଶେଷଥର ପାଇଁ ଏଠାରେ ୧୯୯୫ ନଭେମ୍ବର ୮ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା । ସେହିଭଳି ୨୦୧୯ ଡିସେମ୍ବର ୨୨ ତାରିଖରେ ଭାରତ- ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ଦିନିକିଆ ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତବର୍ଷ ଜୁନ୍ ୧୨ ତାରିଖରେ ଶେଷ ଟି୨୦ ମ୍ୟାଚ୍ ଖେଳିଥିଲା ଭାରତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ