ETV Bharat / sports

ଫାଷ୍ଟ ବୋଲିଂ ଆମର ଅସ୍ତ୍ର, ଇଂଲିସ୍ ଟିମକୁ ମାତ ଦେବୁ କହିଲେ ବାବର - ନର୍‌ଭସ୍‌ଠାରୁ ଅଧିକ ଉତ୍ସାହିତ

ମିଶନ ମେଲବର୍ଣ୍ଣ ପୂର୍ବରୁ ଗଣମାଧ୍ୟମ ଆଗରେ ନିଜର ଅନୁଭୂତି ରଖିଲେ ପାକିସ୍ତାନ କ୍ୟାପଟେନ୍ ବାବର ଆଜମ । କହିଲେ ନର୍‌ଭସ୍‌ଠାରୁ ଅଧିକ ଉତ୍ସାହିତ ରହିଛୁ । ଅଧିକ ପଢନ୍ତୁ

ଫାଷ୍ଟ ବୋଲିଂର ଅସ୍ତ୍ର ନେଇ ଆମେ ଇଂଲିସ୍ ଟିମକୁ ମାତ୍ ଦେବୁ କହିଲେ ବାବର ଆଜମ

author img

By

Published : Nov 12, 2022, 10:37 PM IST

ମେଲବର୍ଣ୍ଣ: ଆଉ କିଛି ଘଣ୍ଟାର ଅପେକ୍ଷା । ଏହା ପରେ କ୍ରିକେଟର ଫଟାଫଟ ଫର୍ମାଟ ମହାସମରରେ ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ପାକିସ୍ତାନ । ମିଶନ ମେଲବର୍ଣ୍ଣ ପୂର୍ବରୁ ଗଣମାଧ୍ୟମ ଆଗରେ ନିଜର ଅନୁଭୂତି ରଖିଲେ ପାକିସ୍ତାନ କ୍ୟାପଟେନ୍ ବାବର ଆଜମ । କହିଲେ ନର୍‌ଭସ୍‌ଠାରୁ ଅଧିକ ଉତ୍ସାହିତ ରହିଛୁ । କାରଣ ସେ ୧୯୯୨ ମସିହା ଦିନିକିଆ ବିଶ୍ବକପର ଅଧିନାୟକ ଇମ୍ରାନ ଖାନଙ୍କ ପଥ ଅନୁକରଣ କରିବାରେ ଲାଗିଛନ୍ତି ।

ଟି୨୦ ବିଶ୍ବକପ ଫାଇନାଲ ମୁକାବିଲାକୁ ନେଇ ବାବର ଆଜମ କହିଛନ୍ତି, "ପୂର୍ବ ତିନୋଟି ମ୍ୟାଚରେ ବିଜୟୀ ପରେ ମୁଁ ନର୍ଭସ୍ ଅପେକ୍ଷା ଅଧିକ ଉତ୍ସାହିତ ରହିଛି । ମିଶନ ମେଲବର୍ଣ୍ଣ ପାଇଁ ଦଳରେ ଏତେ ମାତ୍ରାରେ ଚାପ ନାହିଁ । ମଇଦାନରେ ଓହ୍ଲାଇବା ପରେ ସାମ୍ନା କରୁଥିବା ଚାପକୁ କେବଳ ଆତ୍ମବିଶ୍ବାସ ଓ ଉପଯୁକ୍ତ ରଣନୀତି ବଳରେ ଏଡାଇ ଦିଆଯାଇପାରିବ ।"

ପାକିସ୍ତାନର ବୋଲିଂ ବିଭାଗକୁ ନେଇ କୌଣସି ସନ୍ଦେହ ନାହିଁ । ଦଳର ବୋଲିଂ ବ୍ୟାକ୍ ବନ୍ ପୁରା ସୁଦୃଢ ରହିଛି । ଫାଷ୍ଟ ବୋଲର ସାହିନ୍ ଆଫ୍ରିଦି, ନସିମ୍ ଶାହା, ମହମ୍ମଦ ୱାସିମ୍ ଜୁନିଅର, ହରିଶ ରୌଫ ଭଳି ଅଭିଜ୍ଞ ବୋଲର ଦଳର ସ୍ଥିତିକୁ ମଜବୁତ କରିଛନ୍ତି । ତଥାପି ଚଳିତ ଟି୨୦ ବିଶ୍ବକପରେ ଇଂଲଣ୍ଡର ପ୍ରଦର୍ଶନ ଦମଦାର ରହିଛି । ଏନେଇ ବାବର ଆଜମ କହିଛନ୍ତି, "ଇଂଲଣ୍ଡ ଏକ ଶକ୍ତିଶାଳୀ ଦଳ । ଭାରତ ବିପକ୍ଷରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିବା ଏହା ଇଂଲିସ୍ ଟିମର ଚମତ୍କାର ପ୍ରଦର୍ଶନକୁ ପ୍ରମାଣିତ କରୁଛି । ତେବେ ବିପକ୍ଷ ଦଳ ଯେତେ ଶକ୍ତିଶାଳୀ ହେଉ ନା କାହିଁକି ଆମକୁ ଆମ ଦଳ ଉପରେ ଭରସା କରିବାର ଅଛି । ଆମକୁ ଦଳରେ ସ୍ବତନ୍ତ୍ର ରଣନୀତି ସହିତ ମଇଦାନରେ ଓହ୍ଲାଇବାରେ ଅଛି । ଟାଇଟଲ ଜିତିବା ପାଇଁ ଦଳର ଅସ୍ତ୍ର ଭାବରେ ଆମେ ଫାଷ୍ଟ ବୋଲିଂର ଉପଯୋଗ କରିବୁ । ଆମେ ପ୍ରଥମ ଦୁଇଟି ମ୍ୟାଚରେ ଭଲ ପ୍ରଦର୍ଶନ କରିବାରେ ବିଫଳ ରହିଥିଲୁ । ଯେଉଁ କାରଣରୁ ଆମକୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା । ଏହା ପରେ ଆମେ ଜବରଦସ୍ତ କମବ୍ୟାକ୍ କରିଥିଲୁ । ଟିମ୍ ଫର୍ମକୁ ଫେରିବା ପାଇଁ ବହୁତ ପରିଶ୍ରମ କରିଥିଲା । ଫାଇନାଲରେ ପହଁଞ୍ଚିବା ପରେ ଏମିତି ଲାଗିଲା କି ଯେମିତି ସ୍ବପ୍ନ ସତରେ ପୁରା ହୁଏ ।"

ତେବେ ଇଂଲଣ୍ଡ ବିପକ୍ଷରେ ରଣନୀତି ନେଇ ବାବର ଆଜମ କହିଛନ୍ତି, "ଇଂଲଣ୍ଡ ବିପକ୍ଷରେ ଅଧିକରୁ ଅଧିକ ୱିକେଟ ନେବା ପାଇଁ ପାୱାର ପ୍ଲେର ଅଧିକ ଉପଯୋଗ କରିବା ଦରକାର । ସେହିପରି ବ୍ୟାଟିଂ ଲାଇନ୍ ଅପ୍ ପାଇଁ ଏକ ନିର୍ଦ୍ଦିଷ୍ଟ ଗତି ନିର୍ଦ୍ଧାରିତ କରିବୁ । "

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.