ETV Bharat / sports

AUSvsSA 2nd Test: ପ୍ରଥମ ଦିନରେ କଙ୍ଗାରୁ ବୋଲରଙ୍କ କମାଲ, ୧୮୯ ରନରେ ଅଲଆଉଟ ଦକ୍ଷିଣ ଆଫ୍ରିକା

author img

By

Published : Dec 26, 2022, 9:40 PM IST

ଆଜିଠୁ ଆରମ୍ଭ ହୋଇଛି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ । ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୮୯ ରନ କରି ଅଲ ଆଉଟ ହୋଇଛି । ଅଧିକ ପଢନ୍ତୁ

ଦକ୍ଷିଣ ଆଫ୍ରିକା ବନାମ ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ ମ୍ୟାଚ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି ଦ୍ବିତୀୟ ଟେଷ୍ଟ ମ୍ୟାଚ । ଦ୍ବିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ ଦେଖାଦେଇଛି । ପ୍ରଥମ ଇନିଂସରେ ୧୮୯ ରନରେ ଅଲଆଉଟ ହୋଇଛି ପ୍ରୋଟିଆଜ୍ । ପ୍ରଥମ ଦିନର ୱିକେଟ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ଗୋଟିଏ ୱିକେଟ ହରାଇ ୪୫ ରନ ସଂଗ୍ରହ କରିଛି ।

ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ

ଆରମ୍ଭରୁ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ ଧରାଶାୟୀ ହୋଇଥିଲା । ୨୯ ରନରେ ଦକ୍ଷିଣ ଆଫ୍ରିକାର ପ୍ରଥମ ୱିକେଟ ପଡିଥିଲା । ଏହା ପରେ ନିୟମିତ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା ବ୍ୟାଟର ଆତ୍ମସମର୍ପଣ କରିଥିଲେ । ୬୭ ରନରେ ଦଳର ଅଧା ୱିକେଟ ପାଭଲିୟନ ଫେରି ସାରିଥିଲେ । ଭେରିୟାନ ଓ ଜାନସେନଙ୍କ ଅର୍ଦ୍ଧଶତକ ବଳରେ ସ୍କୋର ବୋର୍ଡ ୧୮୯ ଛୁଇଁଥିଲା । ଉଭୟ କ୍ରମଶଃ ୫୨ ଓ ୫୯ ରନ କରିଥିଲେ । ଅଧିନାୟକ ଏଲଗର ୨୬ ରନ, ସାରେଲ ଏରୱି ୧୮ ରନ, ଥିୟୁନିସ ଡି ୧୨ ରନ କରିଥିଲେ । ଅନ୍ୟ କେହି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ ।

ଅଷ୍ଟ୍ରେଲିଆ ବୋଲରଙ୍କ ଦମଦାର ପ୍ରଦର୍ଶନ

ଅଷ୍ଟ୍ରେଲିଆ ବୋଲର କେମରନ ଗ୍ରୀନ ସର୍ବାଧିକ ୫ ଟି ୱିକେଟ ହାତେଇଥିଲେ । ମିଚେଲ ଷ୍ଟାର୍କ ୨ ଟି ଓ ସ୍କୋଟ ବୋଲେଡ ଓ ନୋର୍ଥନ ଲିୟୋନ ଗୋଟିଏ ୱିକେଟ ନେଇଥିଲେ । ଅଷ୍ଟ୍ରେଲିା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ତିନି ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ୧-୦ ରେ ଆଗୁଆ ରହିଛି । ପ୍ରଥମ ଟେଷ୍ଟମ୍ୟାଚରେ ଅଷ୍ଟ୍ରେଲିଆ ୬ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଏହି ସିରିଜର ତୃତିୟ ଟେଷ୍ଟ ମ୍ୟାଚ ଜାନୁଆରୀ ୪ ତାରିଖ ସିଡନୀରେ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.