ETV Bharat / sports

Aaron Finch retires: ସଚ୍ଚା ଅଷ୍ଟ୍ରେଲୀୟ, ଖରାପ ଫର୍ମ ପାଇଁ ଅଧିନାୟକ ଥାଇ ନେଲେ ଅବସର

author img

By

Published : Sep 10, 2022, 12:34 PM IST

Updated : Sep 10, 2022, 12:40 PM IST

ଅଷ୍ଟ୍ରେଲିଆ କ୍ୟାପଟେନ୍‌ ଆରୋନ ଫିଞ୍ଚ୍‌ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି(Australia captain Aaron Finch retires) । ରବିବାର ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ODI ମ୍ୟାଚ୍‌(One-day cricket) ଖେଳି ଏହି ଫର୍ମାଟକୁ ଅଲବିଦା କହିବେ ।

Australia captain Aaron Finch retires from one-day cricket
ଅଷ୍ଟ୍ରେଲିଆ କ୍ୟାପଟେନ୍‌ ଆରୋନ ଫିଞ୍ଚ୍‌

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ କ୍ୟାପଟେନ୍‌ ଆରୋନ ଫିଞ୍ଚ୍‌ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର (Australia captain Aaron Finch retires) ଘୋଷଣା କରିଛନ୍ତି । ରବିବାର ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ODI ମ୍ୟାଚ୍‌(One-day cricket) ଖେଳି ଏହି ଫର୍ମାଟକୁ ଅଲବିଦା କହିବେ । ଗତ କିଛି ଇଂନିସରେ ସେ ବାରମ୍ବାର ବିଫଳ ହେବାସହ ରନ୍‌ ପାଇଁ ସଂଘର୍ଷ କରୁଥିଲେ । ଏଥିସହ ଖରାପ ଫର୍ମ ପାଇଁ ସମାଲୋଚିତ ମଧ୍ୟ ହେଉଥିଲେ । ସେଥିପାଇଁ ୫୦ ଓଭର ଫର୍ମାଟରୁ ଭେଟେରାନ କଙ୍ଗାରୁ କ୍ରିକେଟର ଅବସର ନେବାକୁ ସ୍ଥିର କରିଥିବା କୁହାଯାଉଛି ।

  • A true champion of the white-ball game.

    Aaron Finch will retire from one-day cricket after tomorrow’s third and final Dettol ODI vs New Zealand, with focus shifting to leading Australia at the #T20WorldCup pic.twitter.com/SG8uQuTVGc

    — Cricket Australia (@CricketAus) September 9, 2022 " class="align-text-top noRightClick twitterSection" data=" ">

ଫିଞ୍ଚ୍‌ ୧୪୫ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଅଷ୍ଟ୍ରେଲିଆ ପାଇଁ ଖେଳିଛନ୍ତି । ତେବେ ୫୦ ଓଭର କ୍ରିକେଟରେ ଚଳିତ ବର୍ଷ ତାଙ୍କର ଖରାପ ଫର୍ମ ଜାରି ରହିଛି । ସେ ଖେଳିଥିବା ଶେଷ ୭ଟି ଇଂନିସରୁ ମାତ୍ର ୨୬ ରନ୍‌ କରିବାକୁ ସମର୍ଥ ହୋଇଛନ୍ତି । କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଫିଞ୍ଚ୍‌ କହିଛନ୍ତି, "ଏହା ଏକ ଅସାଧାରଣ ଯାତ୍ରା ଥିଲା ଓ ଅନେକ ସୁନ୍ଦର ସ୍ମୃତି ରହିଛି । ମୁଁ ଅତ୍ୟନ୍ତ ଭାଗ୍ୟବାନ ଯେ, ଶକ୍ତିଶାଳୀ ଦିନିକିଆ ଟିମର ଅଂଶ ହୋଇପାରିଛି । ଅନେକ ମହାନ ଓ ଦକ୍ଷ ପ୍ରତିଭାବାନ ଖେଳାଳିଙ୍କ ସହ ଖେଳିବାର ସୁଯୋଗ ମିଳିଥିବାରୁ କୃତଜ୍ଞ, ଅନେକଜଣ ମଧ୍ୟ ପରଦା ପଛରେ ଶୁଭେଚ୍ଛୁ ରହିଛନ୍ତି ।"

ଏହାମଧ୍ୟ ପଢନ୍ତୁ: ଓଡିଆ ଝିଅ ଅପରାଜିତା ଭାରତୀୟ ଚେସ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ

ସେ ଆହୁରି ମଧ୍ୟ କହିଛନ୍ତି, "ଏହା ପ୍ରକୃଷ୍ଟ ସମୟ ଜଣେ ନୂଆ ନେତୃତ୍ବକୁ ଦାୟିତ୍ବ ହସ୍ତାନ୍ତର କରିବାର ଓ ଆଗାମୀ ବିଶ୍ବକପ ବିଜୟ ପାଇଁ ପୂର୍ବପ୍ରସ୍ତୁତି କରିବାର ଉପଯୁକ୍ତ ସମୟ । ଏପର୍ଯ୍ୟନ୍ତ ଏହି ଯାତ୍ରାରେ ସହଯୋଗ ଓ ସାହାଯ୍ୟ କରିଥିବା ସମସ୍ତଙ୍କୁ ଧନ୍ୟବାଦ ।" ଏହି ଘୋଷଣା ପରେ ଫିଞ୍ଚ୍‌, ଅଷ୍ଟ୍ରେଲିଆର ICC ପୁରୁଷ ବିଶ୍ବକପ କ୍ରିକେଟ ବିଶ୍ବକପ ୨୦୨୪ ସ୍କ୍ବାଡ୍‌ର ଅଂଶ ରହିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ତେବେ ଫିଞ୍ଚ୍‌ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଯାଉଥିବା ଟି୨୦ ବିଶ୍ବକପରେ ଅଧିନାୟକ ରହିବେ ।

Australia captain Aaron Finch retires from one-day cricket
ଆରୋନ ଫିଞ୍ଚ୍‌

ODI କ୍ୟାରିୟର ଶେଷ ସତ୍ତ୍ବେ, ଫିଞ୍ଚ୍‌ ନିଜ ନାମରେ ଅନେକ ଦମଦାର ରେକର୍ଡ ସହ ବିଦାୟ ନେବେ । ଏହି ଫର୍ମାଟରେ ଫିଞ୍ଚ୍‌ଙ୍କ ନାମରେ ରହିଛି ୫,୪୦୦ ରନ୍‌ ଓ ୧୭ଟି ଶତକ । ଶ୍ରୀଲଙ୍କା ବିପକ୍ଷରେ ବର୍ଷ ୨୦୧୩ରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ(MCG) ସେ ଡେବ୍ୟୁ କରିଥିଲେ ଓ ୧୪୮ ରନର୍‌ ପ୍ରଥମ ଶତକୀୟ ଇଂନିସ ସ୍କଟଲାଣ୍ଡ ବିପକ୍ଷରେ ଖେଳିଥିଲେ । ବର୍ଷ ୨୦୧୮ରେ ଷ୍ଟିଭ୍‌ ସ୍ମିଥ ବଲ୍‌ ଟାମ୍ପରିଂ ସ୍କାଣ୍ଡାଲରେ ଫସିବା ସହ ବାସନ୍ଦ ହେବାପରେ ତାଙ୍କୁ ଅଷ୍ଟ୍ରେଲିଆ ଟିମର ନିୟମିତ ହ୍ବାଇଟ୍‌-ବଲ୍‌ କ୍ୟାପଟେନ ଭାବେ ଦାୟିତ୍ବ ମିଳିଥିଲା ।

ବିଶ୍ବକପ ଟ୍ରଫି ସହ ଆରୋନ ଫିଞ୍ଚ୍‌(ଡାହାଣ)

ଏହାମଧ୍ୟ ପଢନ୍ତୁ: Hockey World Cup 2023: ପୁଲ୍‌ Dରେ ଭାରତ, ଘୋଷଣା କଲେ ନବୀନ

କ୍ରିକେଟ ଅଷ୍ଟ୍ରେଲିଆ CEO ନିକ ହକଲେ କହିଛନ୍ତି, "ଅଷ୍ଟ୍ରେଲିଆ କ୍ରିକେଟ ପକ୍ଷରୁ ଆରୋନଙ୍କୁ ଅନେକ ଧନ୍ୟବାଦ । ୫୦ ଓଭର ଫର୍ମାଟରେ ଅଷ୍ଟ୍ରେଲିଆ ପୁରୁଷ ଟିମର ନେତୃତ୍ବ ନେବାସହ ଉଲ୍ଲେଖନୀୟ ଅବଦାନ ପାଇଁ ଧନ୍ୟବାଦ । ଆରୋନ ଜଣେ ପ୍ରତିବଦ୍ଧ ଓ ବିଚକ୍ଷଣ ପ୍ରତିଭାବାନ ଖେଳାଳି । ତାଙ୍କର ନେତୃତ୍ବ ଭବିଷ୍ୟତର ସମୟରେ ଅନ୍ୟମାନଙ୍କୁ ପ୍ରେରିତ କରିବ । ODI ଅଧିନାୟକ ଥାଇ ମଧ୍ୟ ଫର୍ମାଟରୁ ବିଦାୟ ନେବା ତାଙ୍କର ନିସ୍ବାର୍ଥପର ଚିନ୍ତାଧାରାର ପ୍ରମାଣ । ମୁଁ ଆଶାବାଦୀ ଘରୋଇ ମାଟିରେ ଫିଞ୍ଚ୍‌ଙ୍କ ଅଭିଜ୍ଞ ନେତୃତ୍ବରେ ଆଗାମୀ ICC ପୁରୁଷ ଟି୨୦ ବିଶ୍ବକପରେ ଅଷ୍ଟ୍ରେଲିଆର ପ୍ରଦର୍ଶନ ଭଲ ରହିବ ।"

Last Updated : Sep 10, 2022, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.