ETV Bharat / sports

Women's T20 World Cup: ୬ଷ୍ଠ ଥର ଲାଗି ଟାଇଟଲ ହାତେଇଲା ଅଷ୍ଟ୍ରେଲିଆ - କଙ୍ଗାରୁ ଟିମ

ଆଇସିସି ମହିଳା ଟି-୨୦ ବିଶ୍ବକପର ଫାଇନାଲ ଫାଇଟରେ ବିଜୟୀ ହେଲା କଙ୍ଗାରୁ ଟିମ । ଦକ୍ଷିଣ ଆଫ୍ରିକାକୁ ୧୯ରନରେ ହରାଇ ୬ଷ୍ଠ ଥର ଲାଗି ହାତେଇଲା ଟାଇଟଲ । ଅଧିକ ପଢନ୍ତୁ

Women's T20 World Cup final match
Women's T20 World Cup final match
author img

By

Published : Feb 26, 2023, 10:15 PM IST

କେପଟାଉନ: ଆଇସିସି ମହିଳା ଟି-୨୦ ବିଶ୍ବକପ ଫାଇନାଲ ମ୍ୟାଚ । ୬ଷ୍ଠ ଥର ଲାଗି ଟାଇଟଲ ହାତେଇଲା କଙ୍ଗାରୁ ଟିମ । ଦକ୍ଷିଣ ଆଫ୍ରିକାକୁ ୧୯ ରନ୍‌ରେ କଲା ପରାସ୍ତ । ଦକ୍ଷିଣ ଆଫ୍ରିକା ଓପନର ଲୌରାଙ୍କ ୬୧ ରନ ସତ୍ତ୍ବେ ଶେଷରେ ପରାଜୟ ବରଣ କରିଛି ଟିମ । ଅଷ୍ଟ୍ରେଲିଆ ଟିମର ଓପନର ବେଥ ମୁନେଙ୍କ ଧୂଆଁଦାର ଅର୍ଦ୍ଧଶତକ ଆଜି ଦଳ ପାଇଁ ବେଶ ଫାଇଦା ହୋଇଛି । ଦକ୍ଷିଣ ଆଫ୍ରିକା ୨୦ ଓଭର ଖେଳି ୬ ୱିକେଟରେ ୧୩୭ ରନ୍‌ ହାସଲ କରିଛି ।

ଅଷ୍ଟ୍ରେଲିଆ ପୂର୍ବରୁ ୫ଟି ଟାଇଟଲ ହାସଲ କରିସାରିଥିବା ବେଳେ ୨୦୨୩ ବିଶ୍ବକପ ଜିତି ୬ଷ୍ଠ ଟାଇଟଲ ହାସଲ କରିବା ସହ ହୋଇଛି ଚମ୍ପିଆନ ଟିମ । ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ବେଥ ମୁନେ ସର୍ବାଧିକ ୭୪ ରନ ହାସଲ କରିଥିଲେ । ସେ ଗୋଟିଏ ଛକା ସହ ୯ଟି ଚୌକା ମାରିଥିଲେ । ସେହିପରି ଅଶଲେଘ ଗାର୍ଡନର ୨୧ ବଲରେ ୨ଟି ଲେଖାଏଁ ଚୌକା ଛକା ମାରି ୨୯ଟି ରନ ହାସଲ କରିଥିଲେ । ଅଷ୍ଟ୍ରେଲିଆ ମହିଳା ଦଳର ଅଧିନାୟିକା ମେଗ ଲାନିଙ୍ଗ ୧୧ ବଲ୍‌ରେ ୧୦ ରନ କରିଥିଲେ ।

ଏହା ବି ପଢନ୍ତୁ- Women's T20 World Cup: ବେଥ ମୁନେଙ୍କ ଅପରାଜିତ ଅର୍ଦ୍ଧଶତକ, ଦକ୍ଷିଣ ଆଫ୍ରିକା ଆଗରେ ୧୫୭ ରନ ଟାର୍ଗେଟ

ଦକ୍ଷିଣ ଆଫ୍ରିକା ଟିମ ମଧ୍ୟ କଙ୍ଗାରୁକୁ କଡା ଟକ୍କର ଦେଇଥିଲା । ଓପନର ଲୌରା ୪୮ଟି ବଲ ଖେଳି ୩ଟି ଛକା ଓ ୫ଟି ଚୌକା ସହ ୬୧ ରନ ହାସଲ କରିଥିଲେ । ଛୋଲେ ଟ୍ରାୟନ ୨୩ ବଲରେ ୨୫ ରନ କରିଥିବା ବେଳେ ମାରିଜେନ ଟପ ୧୧ରନ, ତାଜମିନ ବ୍ରିଟ୍ସ ୧୦ ରନ୍‌, କ୍ୟାପଟେନ ସୁନ ଲୁସ୍‌ ୨ ରନ୍‌ କରିଥିଲେ । ଅଷ୍ଟ୍ରେଲିଆ ଟିମର ବୋଲର ମେଗାନ, ଅଶଲେଘ, ଜେସ ଓ ଡର୍ସି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଦକ୍ଷିଣ ଆଫ୍ରିକାର ଶେଷ ୨୦ ଓଭରରେ ମୋଟ ୭ରନ ଆସିଥିଲା ।

ଏହି ଫାଇନାଲ ଫାଇଟରେ ଅଷ୍ଟ୍ରେଲିଆର ବୋଲର ଆରମ୍ଭରୁ ଉତ୍ତମ ପ୍ରଦର୍ଶନ କରିଥିଲେ । ଦକ୍ଷିଣ ଆଫ୍ରିକାକୁ ପାୱାର ପ୍ଲେରେ ମଧ୍ୟ ସେତେଟା ଲାଭ ମିଳିନଥିଲା । ଯାହାକି ଦକ୍ଷିଣ ଆଫ୍ରିକାକୁ ଚାପରେ ପକାଇଥିଲା । ଦକ୍ଷିଣ ଆଫ୍ରିକାର ଓପନର ଲୌରା ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିବା ବେଳେ ଶେଷ ବେଳକୁ ଧିମେଇ ଯାଇଥିଲେ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଉତ୍ତମ ପ୍ରଦର୍ଶନ କରିଥିବା ବେଳେ ଟାଇଟଲକୁ ନିଜ ନାମରେ କରିଛି । ଉଭୟ ଦଳ ବିଶ୍ବକପ ଟ୍ରଫି ହାତେଇବା ଲାଗି ଜୋରଦାର ଲଢେଇ କରିଥିଲେ ମଧ୍ୟ ଶେଷରେ କଙ୍ଗାରୁ ଟିମ ବିଜୟୀ ହୋଇଛି ।

ସୂଚନା ଥାଉ କି, ଅଷ୍ଟ୍ରେଲିଆ ଟିମ ଭାରତକୁ ହରାଇ ପ୍ରଥମ ସେମି ଫାଇନାଲରେ ପ୍ରବେଶ କରିଥିଲା । ଏହାପରେ ଦ୍ବିତୀୟ ସେମି ଫାଇନାଲରେ ଇଂଲଣ୍ଡକୁ ହରାଇଥିଲା । ଅଷ୍ଟ୍ରେଲିଆ ୨୦୧୦, ୨୦୧୨, ୨୦୧୪ ବିଶ୍ବକପ ମ୍ୟାଚରେ କ୍ରମାଗତ ଭାବେ ଚମ୍ପିଆନ ହୋଇଥିଲା । ଏହାପରେ ୨୦୧୮ ଓ ୨୦୨୦ରେ ପୁଣି ବିଜୟ ହୋଇଥିଲା । ଆଜି ମ୍ୟାଚରେ ବିଜୟୀ ହେବା ପରେ ୨୦୨୩ ବିଶ୍ବକପକୁ ନିଜ ନାମରେ କରିଛି କଙ୍ଗାରୁ ଟିମ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.